ନକଲି ମଦ କାରଖାନା ଠାବ

ଖୋର୍ଦ୍ଧା ଅଫିସ/ ବେଗୁନିଆ,୨୫ା୪(ଡି.ଏନ.ଏ.): ବେଗୁନିଆ ଥାନା ତଥା ବୋଲଗଡ ବ୍ଲକ ଅଧୀନ ରାସୋଳ ଗଁ। ନିକଟ ଏକ ନିଛାଟିଆ ଘରେ ଚାଲିଥିବା ନକଲି ମଦ କାରଖାନା ଉପରେ ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଶୁକ୍ରବାର ଚଢାଉ କରିଛି। ସେଠାରୁ ୬୦ ଲିଟର ଦେଶୀ ମଦ, କାର ଡିକିରୁ ୯୦ ଲିଟର ମଦ, ୩ଟି ପଲିଥିନ ପ୍ୟାକିଂ ମେଶିନ୍‌, ଏକ ଜେନେରେଟର ଓ କାର (ଓଆର୦୨ ବିଟି-୫୭୭୬) ଜବତ କରିଛି। ଏଥିରେ ସମ୍ପୃକ୍ତ ମହିଳା ମୀନତି ପାଇକରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ତାଙ୍କ ସ୍ବାମୀ ଫେରାର ହୋଇଯାଇଛନ୍ତି। ମୀନତିଙ୍କ ଘରୁ ୧୭ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ଚଢାଉରେ ଅବକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ନାୟକ, ରଶ୍ମିରଞ୍ଜନ ସାହୁଙ୍କ ସହ ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାଡ କର୍ମଚାରୀ ସାମିଲ ହୋଇଥିଲେ। ଦମ୍ପତି ଘର ଭିତରେ ବେଆଇନ ଭାବେ ମଦ କାରବାର ଚଳାଇ ଆସୁଥିଲେ। ବାହାରୁ ଦେଶୀ ମଦ ଆଣି ଏଠାରେ ପ୍ୟାକିଂ କରି କାର ଯୋଗେ ବିଭିନ୍ନ ସ୍ଥାନକୁ ବିକ୍ରି ଲାଗି ପଠାଉଥିଲେ। ତେବେ ପ୍ରଶ୍ନ ଉଠିଛି, ଦୀର୍ଘ ଦିନ ଧରି ଦମ୍ପତି ଏହି କାରବାର ଚଲାଇଥିବା ବେଳେ କିପରି ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗ ଜାଣିପାରିଲେ ନାହିଁ। ମୋଟା ଅଙ୍କର ବଟି ନେଇ ଉଭୟ ବିଭାଗର କେତେଜଣ କର୍ମଚାରୀ ଚୁପ୍‌ ବସିଥିଲେ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ କହିଛନ୍ତି, କୌଣସି ପରିସ୍ଥିତିରେ ବେଆଇନ ମଦ କାରବାରକୁ ପ୍ରୋତ୍ସାହନ ଦିଆଯିବ ନାହିଁ। ଏଥିରେ କୌଣସି ପୋଲିସ ଅଧିକାରୀଙ୍କ ହାତ ରହିଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହତ କୃଷ୍ଣସାର ଉଦ୍ଧାର, ବନବିଭାଗକୁ ହସ୍ତାନ୍ତର

ଜଗନ୍ନାଥପ୍ରସାଦ,୧୧ା୬(ଡି.ଏନ୍‌.ଏ.)- ଜଗନ୍ନାଥପ୍ରସାଦ ଭାବସର ଗ୍ରାମ ମୁଖ୍ୟରାସ୍ତା ଉପରେ ଗୁରବାର ସକାଳ ପ୍ରାୟ ୯ଟାରେ କୌଣସି ଏକ ଗାଡି ଧକ୍କାରେ ଆହତ ହୋଇ ଏକ କୃଷ୍ଣସାର ମୃଗ...

ବ୍ରହ୍ମପୁର ଆଇଟିଆଇ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୮ା୧୦- ଛାତ୍ରୀଛାତ୍ରଙ୍କୁ ନିଜ ଅଞ୍ଚଳ ମଧ୍ୟରେ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପ୍ରଦାନ କରାଇବାକୁ ନେଇ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି ା...

କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ

ଦାରିଙ୍ଗବାଡ଼ି,୧୧।୪(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ...

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କଲେ ଦମ୍ପତି

ଖୋର୍ଦ୍ଧା ଅଫିସ,୧୬।୮: ଯେଉଁ ମା’ବାପା ସନ୍ତାନର ସୁଖ ପାଇଁ ନିଜକୁ ଜଳାଞ୍ଜଳି ଦେଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ସନ୍ତାନମାନେ ସେମାନଙ୍କ କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି। ବାର୍ଦ୍ଧକ୍ୟରେ...

୨ବର୍ଷ ପରେ ମାଲିକଙ୍କୁ ଚିହ୍ନିଲା କୁକୁର

କେନ୍ଦୁଝର, ୧୧ା୪ (ସ୍ବ.ପ୍ର.): କରୋନା ପାଇଁ ଶନିବାର କେନ୍ଦୁଝର କଲେଜ ରୋଡରେ ଲୋକଙ୍କ ଚଳପ୍ରଚଳ କମ୍‌ ଥାଏ। ଏହି ସମୟରେ ହଠାତ୍‌ ଏକ କୁକୁର ସ୍କୁଟିରେ...

ସବ୍‌ଡିଭିଜନ ଦାବି ତେଜିଲା

ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍‌ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ...

ଜଳେଶ୍ୱର ଆସିବାକୁ ପଞ୍ଜୀକରଣ କଲେ ୫୬୩୮ ଶ୍ରମିକ

ଜଳେଶ୍ୱର, ୩୦ା୪ (ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୩୫ ପଞ୍ଚାୟତର ପ୍ରାୟ ୨ଲକ୍ଷ ୧୦ହଜାର ଲୋକ ବସବାସ କରନ୍ତି। ଏଥିରୁ ୨୧ହଜାର ବ୍ୟକ୍ତି ଅନ୍ୟ ରାଜ୍ୟରେ...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୨୫।୧୧(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅନ୍ତର୍ଗତ କେଚଲା ନଦୀ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ୩୦ରୁ...

Coronavirus Update


Archives

Model This Week

Why Dharitri