ନକଲି ବନ୍ଧୁକ ଜବତ,୩ ଅଭିଯୁକ୍ତ ଗିରଫ

ବାଙ୍ଗିରିପୋଷି,୨୧ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ୩ ଜଣ ବନ୍ଧୁକଧାରୀ ଯୁବକ ଏକ ବାଇକ ଯୋଗେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିବା ବାଙ୍ଗିରିପୋଷି ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ା ସେମାନଙ୍କର ଗତିବିଧି ଲକ୍ଷ୍ୟ ପାଇଁ କିଛି ପୋଲିସ କର୍ମଚାରୀ ଘାଟି ଉପରେ ଜଗି ରହିଥିବା ବେଳେ ଘାଟି ତଳେ ଥାନା ଅଧିକାରୀ ଚନ୍ଦନ କୁମାର ଘଡାଇଙ୍କ ସହ ପୋଲିସ ଟିମ ମଧ୍ୟ ସଜାଗ ରହିଥିଲା ା କିଛି ସମୟ ବ୍ୟବଧାନରେ ଏକ ବାଇକରେ ୩ ଜଣ ଯୁବକ ଆସୁଥିବା ଲକ୍ଷ୍ୟ କରି ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ସେମାନେ ଅଟକି ନ ଥିଲେ। ପୋଲିସର ସନ୍ଦେହ ଦୃଢିଭୁତ ହେବାରୁ ସେମାନଙ୍କୁ ପିଛା କରିଥିଲା। ଦୀର୍ଘ ୧୦ କି.ମିରୁ ଊର୍ଦ୍ଧ୍ୱ ରାସ୍ତା ଗୋଡାଇବା ପରେ ପଥୁରୀ ପଞ୍ଚାୟତ ନିକଟରେ ସେମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ତଲାସୀ ବେଳେ ସେମାନଙ୍କ ନିକଟରୁ ଏକ ନକଲି ବନ୍ଧୁକ ଜବତ ହୋଇଛି। ସେମାନେ ବ୍ୟବହାର କରିଥିବା ହୋଣ୍ଡା ସାଇନ ବାଇକକୁ ମଧ୍ୟ ପୋଲିସ ଜବତ କରିଛି। ପୋଲିସ ୩ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ବେଳେ ଥାନାରେ ଏକ ମାମଲା(ନଂ. ୧୨୫/୧୯)ରୁଜୁ ହୋଇଛି। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀ ସେତୁ, ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ,ମରାମତି ଦାବିରେ ପ୍ରତିବାଦ, ପଥପ୍ରାନ୍ତ ସଭା

ଜେନାପୁର,୨୦-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଓ ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହେବାରେ ଲାଗିଛି।...

ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୃଦ୍ଧାଙ୍କୁ ବୁହାଗଲା

ବଲାଙ୍ଗୀର ଅଫିସ, ୨ା୩: ବଲାଙ୍ଗୀର ସହରରେ ଜବରଦଖଲ ଏବେ ଜୀବନ ମରଣ ସମସ୍ୟା ପାଲଟିଛି ା ସହର ଭିତର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ପଡାର...

ବଲାଙ୍ଗୀରରେ ଜାରିହେଲା ଦୁଇଦିନିଆ ଶଟ୍‌ଡାଉନ୍

ବଲାଙ୍ଗୀର ଅଫିସ,୬ା୬: କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି...

ଏବେ ସହରକୁ ବିପଦ ସାଳନ୍ଦୀ

ଭଦ୍ରକ ଅଫିସ, ୧।୭ – ସାଳନ୍ଦୀ ନଦୀକୁ ଭଦ୍ରକ ଜିଲାର ଜୀବନରେଖା ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ନଦୀର ଯାହା ଅବସ୍ଥା ବର୍ଷାଋତୁରେ କରାଳ ରୂପ...

ଆନନ୍ଦପୁରରେ ପ୍ରଥମ କରୋନା ସନ୍ଦିଗ୍ଧ

ଘସିପୁରା/ଆନନ୍ଦପୁର, ୧୬।୩(ଡି.ଏନ.ଏ./ସ୍ବ.ପ୍ର.)-ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ରବିବାର ଜଣେ କରୋନା ସନ୍ଦିଗ୍ଧ ଯୁବକ ଚିକିତ୍ସିତ ହୋଇଛନ୍ତି। ଯୁବକ ଜଣଙ୍କ ଘର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ଼ ଅଞ୍ଚଳରେ।...

ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ...

ବାଘ ଚମଡ଼ା ଜବତ ଘଟଣା : ତନ୍ତ୍ର ସାଧନାରେ ବ୍ୟବହୃତ ହେଉଥିଲା

ପରଜଙ୍ଗ, ୨୬।୫(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଲେଇ ଗ୍ରାମ ତାଳେଶ୍ୱର ଶିବମନ୍ଦିରରୁ ଜବତ କଲରାପତରିଆ ବାଘ ଚମଡ଼ା ତନ୍ତ୍ରସାଧନାରେ ବ୍ୟବହୃତ ହେଉଥିଲା। ଏଥିରେ...

ଟ୍ୟାକ୍ସ ଛୁଇଁପାରୁନି ଟାର୍ଗେଟ୍‌

ଅନୁଗୋଳ ଅଫିସ, ୨୬।୮ – ପ୍ରତି ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟ୍ୟାକ୍ସ ଟାର୍ଗେଟ୍‌କୁ ଅନୁଗୋଳ ପୌରପାଳିକା ପୂରଣ କରିପାରୁ ନାହିଁ। ବିଶେଷକରି ହୋଲ୍ଡିଂ...

Advertisement


Archives

Model This Week

Why Dharitri