ନଏଡାରେ କରୋନାଜନିତ ପ୍ରଥମ ମୃତ୍ୟୁ

ନଏଡା,୪।୫: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର(ନଏଡା) ଜିଲାରେ କରୋନାରେ ଜଣେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନଏଡା ସେକ୍ଟର-୧୩୭ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜିଲାରେ କରୋନା ଜନିତ ଏହା ପ୍ରଥମ ମୃତ୍ୟୁ। ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ଜଣଙ୍କ ଗାଜିଆବାଦ ଖେଡା କଲୋନୀର। କିଛି ଦିନ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଇଏସ୍‌ଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ସେକ୍ଟର-୧୩୭ ସ୍ଥିତ ଏକ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଉକ୍ତ ପୀଡ଼ିତ ବ୍ୟକ୍ତିଙ୍କ କରୋନା ଯାଞ୍ଚ କରାଯାଇଥିବା ବେଳେ ରବିବାର ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଥିଲା। ହେଲେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ନଏଡା ଜିଲା ପ୍ରଶାସନ ଏନେଇ ଗାଜିଆବାଦ ପ୍ରଶାସନକୁ ସୂଚନା ଦେଇଛି। ଅପରପକ୍ଷେ ଚିକିତ୍ସା ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ୍‌ଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ସୂଚନା ମିଳିଛି। ସେହିପରି ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତଥ୍ୟ ଟ୍ରାକ୍‌ କରୁଛି ପ୍ରଶାସନ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ରାହୁଲଙ୍କ ଦୋସା ଖାଇବା ଫଟୋ

ପାଟନା,୭।୭: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଓ୍ବୟନାଡ ଲୋକ ସଭା ଆସନର ଏମ୍‌ପି ରାହୁଲ ଗାନ୍ଧୀଙ୍କର ଦୋସା ଖାଇବାର ଏକ ଫଟୋ ଏବେ ଭାଇରାଲ ହେବାରେ...

ଅମେଠି-ରାୟବରେଲିର ୫ ରେଳ ଷ୍ଟେଶନରେ ମିଳିବ ଓ୍ବାଇ ଫାଇ ସୁବିଧା

ଅମେଠି,୧୨।୯:କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଅମେଠି-ରାୟବରେଲିର ୫ଟି ରେଳ ଷ୍ଟେଶନରେ ଓ୍ବାଇ ଫାଇ ସୁବିଧାର ଶୁଭାରମ୍ଭ କରିଛନ୍ତି। ବୁଧବାର ଇରାନି ସେଠାକୁ ତାଙ୍କର ଦୁଇ ଦିବସୀୟ ଗସ୍ତରେ...

ଜୈଶ୍‌ ଟାର୍ଗେଟ୍‌ରେ ମୋଦି

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଲାଗି ଯୋଜନା କରିଛନ୍ତି। ଆସନ୍ତା ୨୨ରେ ମୋଦି ରାମଲୀଳା ମଇଦାନରେ ଭାଜପାର ଏକ...

ବାବା ରାମଦେବଙ୍କ ବଡ ନିଷ୍ପତ୍ତି, ରାମ ନବମୀରେ ୧୦୦ ଯୁବତୀ-ଯୁବକଙ୍କୁ କରିବେ ସନ୍ୟାସୀ

ଲକ୍ଷ୍ନୌ,୨୩ ।୩: ଯୋଗ ଗୁରୁ ବାବା ରାମଦେବ ରାମ ନବମୀ ଦିନ ୧୦୦ ଜଣଙ୍କୁ ସନ୍ୟାସ ଦିକ୍ଷା ଦେବେ । ସେଥିପାଇଁ ପତଞ୍ଜଳି ଯୋଗ ପୀଠରେ...

କର୍କଟ ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ୮୦ ଛାତ୍ରୀ

କୋଏମ୍ବାଟୁର,୭।୩ : କର୍କଟ ପୀଡ଼ିତଙ୍କ ପାଇଁ କେତେକ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅସମର୍ଥ ଥିବା ତାମିଲନାଡୁର କୋଏମ୍ବାଟୁରର...

ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର, ୮।୪(ବ୍ୟୁରୋ): ଭୁବନେଶ୍ୱର ସତ୍ୟନଗରକୁ ବୁଧବାର ବିଏମ୍‌ସି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି । ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗରିବ ପ୍ରାର୍ଥୀଙ୍କ ପାଖରେ ଶୂନ ଟଙ୍କା; ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫ ଶହ କୋଟି

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବ। ୨୮୮ ଆସନ ପାଇଁ ନିର୍ବାଚନ ମଇଦାନରେ ୩ ହଜାର ୨ଶହ ୩୭ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ...

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମକୁ ଏକାଠି ରହିବାକୁ ପଡିବ: ସଞ୍ଜୟ ରାଉତ

ମୁମ୍ବାଇ,୨୩।୬: ଭାରତୀୟ ଜନତା ପାର୍ଟି(ଭାଜପା) ଅଭିଯୋଗ ଉପରେ ଶିବସେନା ଉଦ୍ଧବ ଦଳର ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ପୁଣିଥରେ ହିଟ ହୋଇଛନ୍ତି।...

Advertisement
Archives

Model This Week