Posted inଖେଳ

ଧୋନୀ, ଗିଲଖ୍ରୀଷ୍ଟଙ୍କଠାରୁ ଉନ୍ନତର ଉଇକେଟକିପର ବ୍ୟାଟ୍ସମ୍ୟାନ

କରାଚୀ,୨୨।୯: କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ଭାରତର ମହେନ୍ଦ୍ର ସିଂ ଧୋନୀ। ଏମାନଙ୍କୁ ପଛରେ ପକାଇଛନ୍ତି ପାକିସ୍ତାନର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ କମରାନ ଆକମଲ। ଫଇସଲାବାଦଠାରେ ନର୍ଦ୍ଦନ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଣ୍ରେଣୀ ମ୍ୟାଚ୍‌ରେ ସେଣ୍ଟ୍ରାଲ ପଞ୍ଜାବ ପାଇଁ ଖେଳୁଥିବା କମରାନ କ୍ୟାରିୟରର ୩୧ତମ ଶତକ ହାସଲ କରିଛନ୍ତି। ଏହି ଶତକ ସହିତ ଆକମଲ ଏସିଆର ପ୍ରଥମ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୧ତମ ଶତକ ଲଗାଇଛନ୍ତି। ତେବେ ଏହି ସଫଳତା ପାଇବାରେ ସେ ବିଶ୍ୱର ଦ୍ୱିତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ। ଏହି ତାଲିକାରେ ଲେସ ଆମେସ ୫୬ ଶତକ ସହ ଶୀର୍ଷରେ ରହିଛନ୍ତି। ଏଥିରେ ୨୯ ଶତକ ସହ ଗିଲଖ୍ରୀଷ୍ଟ ୩ୟ ସ୍ଥାନରେ ଅଛନ୍ତି। ଆକମଲଙ୍କ ୧୫୭ ରନ୍‌ର ଇନିଂସ ବଳରେ ସେଣ୍ଟ୍ରାଲ ପଞ୍ଜାବ ଦଳ ୫ ଉଇକେଟ ବିନିମୟରେ ୩୬୯ ରନ୍‌ କରିଛି। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଚୟନକର୍ତ୍ତା ତାଙ୍କୁ ଜାତୀୟ ଦଳରେ ଆଉ ସୁଯୋଗ ଦେଉନାହାନ୍ତି। ଅନ୍ତିମ ଥର ୨୦୧୭ରେ ଜାତୀୟ ଦଳ ପାଇଁ ଖେଳିଥିଲେ। ସେ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ୫୩ ଟେଷ୍ଟ, ୧୫୭ ଦିନିକିଆ ଓ ୫୮ ଟି୨୦ ଖେଳିଛନ୍ତି। ସମସ୍ତ ଫର୍ମାଟରେ ମୋଟ ୬୮୭୧ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଜାପାନ ସେମିଫାଇନାଲ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲରେ ଏସୀୟ ଚାମ୍ପିୟନ ଜାପାନକୁ ଭେଟିବ। ବୁଧବାର ଅନୁଷ୍ଠିତ...

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ: ୮୪ ବର୍ଷ ପରେ ବି ଭାଙ୍ଗିନି

ଆଜି ଅର୍ଥାତ୍‌ ୨୩ ଅଗଷ୍ଟ ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୯୩୮ ମସିହାରେ ଏହି ଦିନ ଇଂଲଣ୍ଡ ପ୍ରଥମ ଥର ପାଇଁ ଏକ...

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ଆଗରେ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ,୧୧।୮ : ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ମ୍ୟାଚ୍‌ରେ ବର୍ଷା...

ରୋନାଲ୍ଡୋଙ୍କୁ ଅନୁସରଣ କଲେ ଓ୍ବାର୍ନର

ଦୁବାଇ,୨୯।୧୦: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଦାକୁ ଅନୁସରଣ କରିଛନ୍ତି ଅଷ୍ଟ୍ରେଲିଆର ତାରକା ଓପନର୍‌ ଡେଭିଡ ୱାର୍ନର। ଏଠାରେ ଚାଲିଥିବା ଟି -୨୦ ବିଶ୍ୱକପ୍‌ର ଏକ ଖବରଦାତା ସମ୍ମିଳନୀରେ...

‘ଆରମ୍ଭ ହେଲା ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି’

ଲଡରହିଲ,୩।୮(ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରୁ ପ୍ରସ୍ତୁତି ଆରମ୍ଭ...

ନଂ ୧ ସ୍ଥାନକୁ ଫେରିଲେ ନାଡାଲ

ପ୍ୟାରିସ୍‌,୫।୧୧ – ସ୍ପେନ୍‌ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଦୀର୍ଘ ଏକ ବର୍ଷ ପରେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ପ୍ୟାରିସ...

ପ୍ରଥମ ଟେଷ୍ଟ: ଇନିଂସ ଓପନ୍‌ କରିବେ ରୋହିତ

ବିଶାଖାପାଟଣା,୨।୧୦(ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍‌।...

ପ୍ରଥମ ଇଂଲଣ୍ଡ ବୋଲର ଭାବେ ଏହି କିର୍ତ୍ତୀମାନ ହାସଲ କଲେ ଡେଭିଡ୍‌ ଓ୍ବିଲି

ସାଉଥାମ୍ପଟନ୍‌, ୩୧।୭: ମହାମାରୀ କରୋନା ଭାଇରସ୍‌ ପରବର୍ତ୍ତୀ ପ୍ରଥମ ଦିନିକିଆ ସିରିଜ ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟର୍ଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ...

Advertisement
Archives

Model This Week