Posted inଖେଳ

ଧୋନୀ ଆଉ କ୍ରିକେଟ ଖେଳନ୍ତୁ, ଚାହୁଁନାହାନ୍ତି ମାତାପିତା

ରାଞ୍ଚି, ୧୮।୭: ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଧୋନୀଙ୍କ କ୍ରିକେଟରୁ ସନ୍ନ୍ୟାସକୁ ନେଇ ଆଲୋଚନା ଚାଲିଥିବାବେଳେ ତାଙ୍କ ପିତା ପାନ୍‌ ସିଂ ଏବଂ ମାତା ଦେବକୀ ଦେବୀ ସେ ଆଉ କ୍ରିକେଟ ଖେଳନ୍ତୁ ବୋଲି ଚାହଁୁନାହାନ୍ତି। ଧୋନୀଙ୍କ ପିଲାଦିନର କୋଚ କେଶବ ବାନାର୍ଜୀ ଏକଥା ଖୁଲାସା କରିଛନ୍ତି। ବିଶ୍ୱକପ ପରେ ରବିବାର ଧୋନୀଙ୍କ ଘରକୁ ବୁଲିବାକୁ ଯାଇଥିଲେ କେଶବ। ସେଠାରେ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ଆଲୋଚନା ହେବାରୁ ତାଙ୍କ ମାତାପିତା କହିଥିଲେ, ଗତ କିଛିଦିନ ହେଲାଣି ମିଡିଆରେ ଧୋନୀକୁ ନେଇ ଯାହା ଆଲୋଚନା ଚାଲିଛି ସେସବୁକୁ ଦୃଷ୍ଟିରେ ରଖି ସେ ସନ୍ନ୍ୟାସ ନେଇଯିବା ଉଚିତ। କିନ୍ତୁ କୋଚଙ୍କ କହିବା ଅନୁଯାୟୀ, ଧୋନୀ ଆଗାମୀ ଟି-୨୦ ବିଶ୍ୱକପ୍‌ ଯାଏ ଖେଳିବା ଉଚିତ ହେବ। ସୂଚନାଯୋଗ୍ୟ, କୋଚ କେଶବ ବାନାର୍ଜୀଙ୍କ ପାଇଁ ହଁି ଧୋନୀ ଫୁଟବଲ୍‌ ଖେଳ ଛାଡି କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ

ବ୍ୟାଙ୍କକ୍‌,୧୩।୧: ବ୍ୟାଙ୍କକ୍‌ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ।...

ଲକ୍‌ଡାଉନ୍‌ରେ ଲେଖକ ହେଲେ ମାରିଜନେ

ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍‌-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ...

ଏହି ସୁନ୍ଦରୀଙ୍କ ହାତ ଧରିବେ ବୁମ୍‌ରା! ଜାଣନ୍ତୁ କିଏ ସେ, କ’ଣ ହେଉଛି ଚର୍ଚ୍ଚା

ଭାରତୀୟ କ୍ରିକେଟର ଜସପ୍ରିତ ବୁମ୍‌ରାଙ୍କ ବିବାହ ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଅଧିନାୟକ ବିରାଟ କୋହଲିଙ୍କ ଭଳି ସେ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ବିବାହ...

ଆଇପିଏଲ୍‌ ଇତିହାସରେ ପ୍ରଥମ: ମୁମ୍ବାଇ ବିପକ୍ଷରେ ଏଭଳି ରେକର୍ଡ କରି ଚମକାଇଲେ ଆର୍‌ସିବିର ଏହି ବୋଲର୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟି୨୦ ଟୁର୍ନାମେଣ୍ଟ ଆଇପିଏଲ୍‌-୨୦୨୧। ଶୁକ୍ରବାର ଚେନ୍ନାଇ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ...

ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି...

ଭାରତର ଅଷ୍ଟ୍ରେଲିଆ ଗସ୍ତ: ୨୭ ହଜାର ଦର୍ଶକ ଦିବାରାତ୍ର ଟେଷ୍ଟ ଦେଖିବେ

ସିଡନୀ,୧୧।୧୧(ପି.ଟି.): ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବା- ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଡିସେମ୍ବର ୧୭ ତାରିଖରେ ଖେଳାଯିବାକୁ ଥିବା...

୬୩ ବର୍ଷରେ ଆଇପିଏଲ୍‌ ଖେଳିବାକୁ ମନ ବଳାଇଲେ ବିଶିଷ୍ଟ ବ୍ୟବସାୟୀ, ରଖିଲେ ୨ଟି ସର୍ତ୍ତ

ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜିନ୍‌ ଆରମ୍ଭ ହୋଇଛି। କ୍ରିକେଟ ଖବର ଏବେ ସମସ୍ତଙ୍କ ମନରେ ଚାଲିଛି । ବିଶିଷ୍ଟ ବ୍ୟବସାୟୀ ତଥା ଆରପିଜି...

Advertisement


Archives

Model This Week