Posted inଖେଳ

ଧୋନୀଙ୍କୁ ପୁଣି ସମାଲୋଚନା କଲେ ଯୁବିଙ୍କ ବାପା

ନୂଆଦିଲ୍ଲୀ,୧୦।୭- ପ୍ରାକ୍ତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ବାପା ତଥା ପୂର୍ବତନ ପେସର ଯୋଗରାଜ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଛନ୍ତି। ଏଥର ଅମ୍ବାତି ରାୟୁଡୁଙ୍କ ଅବସର ପାଇଁ ଧୋନୀଙ୍କୁ ଦାୟୀ କରିଛନ୍ତି। ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିବା ଓ ପରେ ଚୟନକର୍ତ୍ତା ଉପେକ୍ଷା କରିବା ଯୋଗୁ ଚଳିତ ମାସରେ ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ରାୟୁଡୁ ଆହୁରି ଅଧିକରୁ ଅଧିକ ଖେଳିବା ଉଚିତ। ସେ ରଣ୍‌ଜୀ, ଇରାନୀ ଓ ଦିଲୀପ ଟ୍ରଫି ଖେଳିବା ଦରକାର। ତାଙ୍କ ନିକଟରେ ଆହୁରି କ୍ରିକେଟ ରହିଛି। ତୁମ ଅବସର ଲାଗି ଠିକ୍‌ ସମୟ ଆସିନାହିଁ। ଅବସରରୁ ଫେରି ଆସି ତୁମ ଦକ୍ଷତାର ପ୍ରଦର୍ଶନ କର। ଧୋନୀଙ୍କ ଭଳି ଖରାପ ଖେଳାଳି ଦଳରେ ସର୍ବଦା ରହିବେ ନାହିଁ ବୋଲି ଯୋଗରାଜ କହିଛନ୍ତି। ତେବେ ଯୋଗରାଜଙ୍କ ଏଭଳି ଟିପ୍ପଣୀ କ୍ରିକେଟ ପ୍ରଶଂସକ ଗ୍ରହଣ କରିନାହାନ୍ତି। ଅଧିନାୟକ ନ ଥିବାରୁ ବିଶ୍ୱକପ୍‌ ଦଳ ଚୟନରେ ଧୋନୀଙ୍କ ଭୂମିକା ନାହିଁ। ଉଲ୍ଲେଖଥାଉ କି, ଧୋନୀଙ୍କ ନେତୃତ୍ୱରେ ରାୟୁଡୁ ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୟଦ ମୁସ୍ତାକ ଅଲି ଟି୨୦: ଫାଇନାଲରେ କର୍ନାଟକ

ସୁରାଟ,୨୯।୧୧- ଅଭିମନ୍ୟୁ ମିଥୁନଙ୍କ ଘାତକ ବୋଲିଂ ପରେ ଓପନରଙ୍କ ଅର୍ଦ୍ଧଶତକ ବଳରେ କର୍ନାଟକ ୮ ଉଇକେଟ ହାତରେ ରଖି ହରିୟାଣାକୁ ହରାଇ ଚଳିତ ସୟଦ ମୁସ୍ତାକ...

ସାହାଣୀ କପ୍‌ ଫୁଟବଲ ଆରମ୍ଭ: ୪-୦ ଗୋଲରେ କେନ୍ଦ୍ରାପଡ଼ାକୁ ହରାଇଲା ଦେବଗଡ଼

ସୁନ୍ଦରଗଡ଼,୬।୨: ସୁନ୍ଦରଗଡ଼ରେ ୬୧ତମ ଆନ୍ତଃଜିଲା ସାହାଣୀକପ୍‌ ଫୁଟବଲ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହୋଇଛି। ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଫାଓ) ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡ଼ା...

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ତେଜିନ୍ଦର, ଜିନସନ ବିଫଳ

ଦୋହା, ୫।୧୦(ପି.ଟି.)- ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭାରତୀୟ ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ୧୫୦୦ ମିଟର ରନର ଜିନସନ ଜିନସନ ବିଶ୍ୱ...

ରିଷଭ ପନ୍ତଙ୍କ ସପକ୍ଷରେ ବାହାରିଲେ ଗର୍ଲଫ୍ରେଣ୍ଡ

ମୁମ୍ବାଇ,୨୪।୪: ଆଇପିଏଲ୍‌ରେ ୨୦୨୨ରେ ରାଜସ୍ଥାନ ରୟାଲ୍ସ ଏବଂ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ନୋ’ ବଲ୍‌କୁ ନେଇ ବିବାହ ସୃଷ୍ଟି ହୋଇଛି। ଏହି ମ୍ୟାଚ...

ଓ୍ବାର୍ନର ଓହରିଲେ, କୁମିନ୍ସଙ୍କୁ ବିଶ୍ରାମ

ସିଡ୍‌ନୀ,୧ା୧୨(ପି.ଟି.): ଅଷ୍ଟ୍ରେଲୀୟ ଓପନର ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ...

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ...

ଭୋ ଭୋ ହୋଇ କାନ୍ଦିଥିଲେ ଧୋନୀ

ଭାରତକୁ ଦୁଇ ଦୁଇଥର ବିଶ୍ୱକପ୍‌ ବିଜୟୀ କରାଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ ଅବସର ନେଇଛନ୍ତି। ଅଗଷ୍ଟ ୧୫...

Advertisement
Archives

Model This Week