ଧିମେଇଛି ଆବାସ ଯୋଜନା: ସମ୍ପୂର୍ଣ୍ଣ ହୋଇପାରିନି ଶତାଧିକ ଘର

ବଅଁରପାଳ,୪।୧୧ (ଡି.ଏନ୍‌.ଏ) ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ପାଇଥିବା ଅନେକ ହିତାଧିକାରୀଙ୍କ ଘର କାମ ସମ୍ପୂର୍ଣ୍ଣ ହୋଇ ନ ପାରି ଅଧପନ୍ତରିଆ ଭାବେ ପଡିରହିଛି। ଯୋଜନାର ସଫଳ କାର୍ଯ୍ୟକାରିତା ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉ ନ ଥିବା ଯୋଗୁ ଏପରି ହୋଇଥିବା ଅଭିଯୋଗ ହେଉଛି। ସେହିପରି ବିଜୁ ପକ୍କାଘର ଯୋଜନାରେ ମଧ୍ୟ କାର୍ଯ୍ୟାଦେଶ ପାଇଥିବା ବହୁ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି।
ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୮-୧୯ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୯୭ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ସେଥିମଧ୍ୟରୁ ୫୭୪ ଜଣଙ୍କ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୨୩ଟି ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ସେହିପରି ୨୦୧୯-୨୦ ବର୍ଷରେ ଏହି ଯୋଜନାରେ ୪୯୮ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ସେଥିରୁ ମାତ୍ର ୧୨୮ ଘର ନିର୍ମାଣ ଶେଷ ହୋଇଥିବାବେଳେ ୩୭୦ ଘର କାମ ଚାଲିଛି। ଅନ୍ୟପକ୍ଷରେ ବିଜୁ ପକ୍କାଘର ଯୋଜନାରେ ଗତ ବର୍ଷ ୧୨୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସେଥିମଧ୍ୟରୁ ୨୨ଟି ଘର ଅସମ୍ପୂର୍ଣ୍ଣ ହୋଇପଡ଼ି ରହିଥିବା ଜଣାପଡିଛି। ଗତ ବର୍ଷ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୨୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ କାହାରି ଘର ସମ୍ପୂର୍ଣ୍ଣ ହୋଇନାହିଁ। ଏଥିପ୍ରତି ପ୍ରଶାସନିକ ଅଧିକାରୀ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ବ୍ଲକର ୩୫ଟି ପଞ୍ଚାୟତରେ ଯୋଜନାରେ ଏପରି ସ୍ଥିତି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବଅଁରପାଳ ବିଡିଓ ଡ. ସ୍ବରୂପାନନ୍ଦ ସାହୁ କହିଛନ୍ତି, ଯୋଜନାର ଅଗ୍ରଗତି ଦିଗରେ ଦୃଷ୍ଟି ଦିଆଯିବ। ବହୁ ହିତାଧିକାରୀ ଟଙ୍କା ପାଇବା ପରେ ମଧ୍ୟ ଠିକ୍‌ ସମୟରେ ଘର ନିର୍ମାଣ କରୁନାହାନ୍ତି। ଏ ଦିଗରେ ଧ୍ୟାନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହବାକ୍‌ ହାଇସ୍କୁଲରେ ବନ୍ଧୁମିଳନ

ଜି.ଉଦୟଗିରି,୪।୧୧(ଡି.ଏନ.ଏ.)-ଜି.ଉଦୟଗିରି ହବାକ ହାଇସ୍କୁଲର ୧୯୯୬ ମାଟ୍ରିକ ବ୍ୟାଚ ଛାତ୍ର ଏବଂ ସେତେବେଳର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଏକ ବନ୍ଧୁମିଳିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ...

ସେବା ମହାବିଦ୍ୟାଳୟ ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ ଦାବି : ଉଦ୍‌ଘାଟନ ପରେ ବି ଛାତ୍ରଙ୍କୁ ରହିବାକୁ ମିଳୁନି ଅନୁମତି

ବ୍ରହ୍ମପୁର ଅଫିସ,୧୮ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ସେବା(ନର୍ସିଂ) ମହାବିଦ୍ୟାଳୟର ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ କରାଯିବାକୁ ଦାବି ହୋଇଛି...

ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଗ୍ରାମବାସୀ

କେନ୍ଦୁଝର,୧।୧୦(ବ୍ୟୁରୋ): ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବିରେ ପୂର୍ବ ନିଷ୍ପତ୍ତି କ୍ରମେ ଶନିବାର ସଦର ବ୍ଲକ୍‌ ପଳାଶପଙ୍ଗା, କଣ୍ଡରାପଶି ଓ ରାଇକଳା ପଞ୍ଚାୟତର ଶତାଧିକ ଲୋକ ପଳାଶପଙ୍ଗାସ୍ଥିତ...

ସିଏଏ, ଏନ୍‌ଆର୍‌ସି ବିରୋଧରେ ମାନବ ଶୃଙ୍ଖଳ

କଟକ ଅଫିସ, ୨୮ା୧୨: କେନ୍ଦ୍ର ସରକାର ବେକାରୀ, ଦରଦାମ୍‌ ବୃଦ୍ଧି ଓ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ସେହିପରି ଛାତ୍ର,...

ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ.ଏ)-କନ୍ଧମାଳ ଜିଲାରେ ଗତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇ ନ ଥିଲା। ଏନେଇ ବିଭିନ୍ନ ବିଦ୍ୟାଳୟକୁ ରିପୋର୍ଟ ମଗା ଯାଇଥିଲା। ମାତ୍ର ପ୍ରମୁଖ ସମସ୍ୟା ଶିକ୍ଷକ...

ପ୍ରତି ସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍‌: ୫-ଟି ସଚିବ

ରାୟଗଡ଼ା,୭ା୬(ସ୍ବ.ପ୍ର.): ୫-ଟି ସଚିବ ଭି.କେ.ପାଣ୍ଡିଆନ ଦୁଇଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନରେ ରାୟଗଡ଼ାରେ ପହଞ୍ଚି ବିଜୁ ପଟ୍ଟନାୟକ ଅଡିଟୋରିୟମକୁ ଯାଇଥିଲେ। ସେଠାରେ ଉପସ୍ଥିତ ଶତାଧିକ...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି...

ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂ

ସୋହେଲା,୯ା୫(ଡି.ଏନ.ଏ.): କିଛି ଦିନ ତଳେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମିକମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ରାତିରେ ସୋନପୁର...

Advertisement
Archives

Model This Week