Posted inଖେଳ

ଧାରରେ ଗ୍ଲୋଭ୍ସ ନେଇ ପ୍ରାକ୍ଟିସ କରୁଥିଲେ ପଙ୍ଘାଲ

ନୂଆଦିଲ୍ଲୀ,୨୬।୯: ବିଜେନ୍ଦ୍ର କୁମାର, ଅଖିଲ କୁମାର, ବିକାଶ କ୍ରିଷ୍ଣନ ଓ ଶିବ ଥପ୍ପାଙ୍କ ପରେ ଦେଶର ଉଦୀୟମାନ ବକ୍ସର ହେଉଛନ୍ତି ରୋହତକର ଅମିତ ପଙ୍ଘାଲ। ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ପଙ୍ଘାଲଙ୍କୁ ବକ୍ସର ହେବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ଯେତେବେଳେ ବକ୍ସିଂ ଆରମ୍ଭ କରିଥିଲେ ଧାରରେ ଗ୍ଲୋଭ୍ସ ଆଣି ପ୍ରାକ୍ଟିସ କରୁଥିଲେ। ତାଙ୍କୁ ସ୍ବପ୍ନ ସତ କରିବା ପାଇଁ ବଡ଼ ଭାଇ ଅଜୟ ପୂରା ସମର୍ଥନ କରିଥିଲେ। ଅଜୟ ସାନ ଭାଇର କ୍ୟାରିୟର ପାଇଁ ନିଜ ବକ୍ସିଂ ଛାଡ଼ି ଦେଇଥିଲେ। ବକ୍ସିଂ ଛାଡ଼ିବା ପୂର୍ବରୁ ଅଜୟ ଜାତୀୟ ସ୍ତରୀୟ ଇଭେଣ୍ଟରେ ଖେଳି ସାରିଥିଲେ। ମୁଁ ଯେତେବେଳେ ବକ୍ସିଂ ଆରମ୍ଭ କରିଥିଲି, ସେତେବେଳେ ଆମ ପରିବାର ଆର୍ଥିକ ସ୍ଥିତି ଭଲ ନ ଥିଲା। ଏଭଳି ପରିସ୍ଥିତି ସତ୍ତ୍ୱେ ଦୁଇ ଭାଇ ବକ୍ସର ହେବାକୁ ମନ ବଳାଇଥିଲେ। ପ୍ରଥମେ ଅଜୟ ଓ ପରେ ଅମିତ ବକ୍ସିଂ ବାଛିଥିଲେ। ଟ୍ରେନିଂ ବ୍ୟତୀତ ଜଣେ ବକ୍ସରଙ୍କ ଉଚିତ ଖାଇବା ଦରକାର, ଯାହା ପାଇଁ ଅର୍ଥ ଆବଶ୍ୟକ। ମୁଁ ମୋ ସାଙ୍ଗଙ୍କଠାରୁ ଧାରରେ ଗ୍ଲୋଭ୍ସ ନେଇ ଅଭ୍ୟାସ କରୁଥିଲି। ଆମ ନିକଟରେ ଗ୍ଲୋଭ୍ସ କିଣିବାକୁ ଅର୍ଥ ନ ଥିଲା। ଘରେ ଏ ନେଇ ଜଣାଉ ନ ଥିଲି। ଭାଇ ଆର୍ମି ପରୀକ୍ଷାରେ ସଫଳ ହୋଇ ଆର୍ମିରେ ଯୋଗ ଦେଇଥିଲେ। ସେ ଆୟ କରିବା ପରେ ମୋ ଡାଇଟ୍‌ ଓ ଆବଶ୍ୟକ ଉପକରଣ କିଣିଥିଲେ। ସେ ମୋତେ କେବଳ ବକ୍ସିଂରେ ମନ ଦେବାକୁ କହୁଥିଲେ। ମୁଁ ଆଜି ଯାହା ବି କିଛି ଅଛି, ସବୁ ଭାଇଙ୍କ ପାଇଁ ବୋଲି ଅମିତ କହିଛନ୍ତି। ୨୩ ବର୍ଷୀୟ ବକ୍ସର ଗତ ବର୍ଷ ଅନୁଷ୍ଠିତ ଏସିଆନ ଗେମ୍ସ ସ୍ବର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ଏଥିସହିତ ଏସିଆନ ଚାମ୍ପିୟନଶିପ୍‌ରେ ଗୋଟିଏ ଲେଖାଏ ବ୍ରୋଞ୍ଜ ଓ ରୌପ୍ୟ ପଦକ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କୁ ପିଠିରେ ଉଠାଇ ବ୍ୟାୟାମ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୦।୫:କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ ନୀତୀଶ ରାଣା ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହି ସମୟରେ ନୀତୀଶଙ୍କ ସ୍ତ୍ରୀ ସାଚ୍ଚି...

ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୯: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ବାଜିମାତ କରିଛି ଟିମ୍‌ ଇଣ୍ଡିଆ। ଦଳ ଏହି କର ବା ମର ମ୍ୟାଚ୍‌କୁ ୬ ଉଇକେଟରେ ଜିତିନେଇ...

ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍‌!

ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫଟିପି)...

ଅନ୍‌ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ

ଚେନ୍ନାଇ,୪।୫ (ପି.ଟି.): ଚେସ୍‌ କେରଳ ଦ୍ୱାର ଆୟୋଜିତ ଏକ ଅନ୍‌ ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। ଏହି...

ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା...

ସିରିଜ ଆରମ୍ଭ ପୂର୍ବରୁ ଭାରତ ୩-୧ରେ ଜିତିବ କହିଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; କଷ୍ଟକର ହେବ…

ନୂଆଦିଲ୍ଲୀ,୩।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ଭାରତୀୟ ଦଳକୁ ଅନେକ ଥର ସମାଲୋଚନା କରିଛନ୍ତି। ଏପରିକି ସେ ଏକାଧିକ ଥର ଭାରତର ପରାଜୟର ପୂର୍ବାନୁମାନ...

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସରେ ପ୍ରମୋଦ ଚାମ୍ପିୟନ

ଭୁବନେଶ୍ୱର, ୨୯।୯(କ୍ରୀଡ଼ା ପ୍ରତିନିଧି)-ଚାଇନାର ୟୁହାଙ୍ଗ ହାଙ୍ଗ୍‌ଝୋଉଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଚାମ୍ପିୟନ ହୋଇଛନ୍ତି ଓଡ଼ିଶାର ପ୍ରମୋଦ...

ପାକିସ୍ତାନ ଟାଇରୁ ଓହରିଲେ ଶଶି ମୁକୁନ୍ଦ

ନୂଆଦିଲ୍ଲୀ, ୨୪।୧୧ (ପି.ଟି.)- ଆଘାତଜନିତ ସମସ୍ୟା ଲାଗି ପାକିସ୍ତାନ ବିପକ୍ଷ ଆଗାମୀ ଡେଭିସ କପ୍‌ ଟାଇରୁ ଭାରତୀୟ ଟେନିସ ଖେଳାଳି ଶଶି ମୁକୁନ୍ଦ ଓହରି ଯାଇଛନ୍ତି।...

Advertisement
Archives

Model This Week