ଧାମରାରୁ ଧରାହେଲେ ୧୦ ବିରଳ ମାଛ: କିଲୋ ପ୍ରତି ୫ରୁ ୬ ହଜାର ଟଙ୍କା

ଚାନ୍ଦବାଲି, ୨୦।୬ (ଡି.ଏନ.ଏ) – ଭଦ୍ରକ ଜିଲା ଧାମରା ମାଛଧରା ବନ୍ଦର ଅଧୀନ ଚନ୍ଦନୀପାଳ ମାଛଧରା କେନ୍ଦ୍ର(ବେସ୍‌)ରେ ଏକପ୍ରକାର ବିରଳ ପ୍ରଜାତିର ୧୦ଟି ମାଛ ଗୁରୁବାର ମଧ୍ୟାହ୍ନରେ ସମୁଦ୍ରରୁ ଧରାଯାଇଛି। ଏହି ମାଛର ନଁା ତେଲିଆଶିଳା ବୋଲି ଜଣାପଡ଼ିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏହାର ଡାକନାମ ତେଲିଆ। ଏହାର ବିଜ୍ଞାନ ନାମ ପ୍ରୋଟନବିଅନ ଡାଇକନଥେସିସ୍‌। ଏହା ସ୍ଥାନୀୟ ସମୁଦ୍ରରେ କମ୍‌ ପରିମାଣରେ ଧରା ହୋଇଥାନ୍ତି। ଏହାର କିଲୋ ପ୍ରତି ୫ରୁ ୬ ହଜାର ଟଙ୍କାରେ ବିକ୍ରି ହୋଇଥାଏ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି। ଏହି ମାଛରେ ଓମେଗା ଥ୍ରୀର ପରିମାଣ ଅଧିକ ଥାଏ। ଏହାକୁ ତରକାରି କରି ଖାଇବା ବଦଳରେ ଏଥିରୁ କେତେକ ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ମାଛକୁ ଖଣ୍ଡ ଖଣ୍ଡ କରି ଟାଣ ଖରା ବଦଳରେ ହାଲ୍‌କା ଖରାରେ ଶୁଖାଇ ଏହାର ଚର୍ବି ଅଂଶକୁ ସଂରକ୍ଷିତ କରାଯାଇଥାଏ। ସ୍ଥାନୀୟ ଓ ରାଜ୍ୟ ବଜାର ଅପେକ୍ଷା ହାଓ୍ବଡ଼ା, ଦୀଘା, ସିଲିଗୁଡି, ଆସାମ ବଜାରକୁ ଏହି ମାଛ ପଠାଇ ମତ୍ସ୍ୟଜୀବୀମାନେ ଲାଭବାନ ହୋଇଥାନ୍ତି। ଗୁରୁବାର ଏପରି ୧୦ଟି ମାଛ ଧରା ହୋଇଥିବା ବେଳେ ଗୋଟିକର ଓଜନ ୨୫ କିଲୋରୁ ବେଶୀ ହେବ। ଏହାର ଦାମ୍‌ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ଜଣାଯାଇଛି। ଗଭୀର ସମୁଦ୍ରକୁ ଟ୍ରଲର ଓ ଗିଲ୍‌ନେଟ ଭଳି ଯନ୍ତ୍ରଚାଳିତ ଡଙ୍ଗା ନେଇ ଯାଉଥିବା ମତ୍ସ୍ୟଜୀବୀମାନେ କେବେ କେବେ ଏହି ମାଛକୁ ଜାଲରେ ଧରିଥାନ୍ତି। ସରକାରୀ କଟକଣା ଯୋଗୁ ଦୀର୍ଘଦିନ ଧରି ଧାମରାରେ ମାଛଧରା ବନ୍ଦ ଥିବାବେଳେ ଏଭଳି ଦାମିକା ମାଛ ଧରା ହେବାକୁ ନେଇ ମତ୍ସ୍ୟଜୀବୀମାନେ ମଧ୍ୟ ଉତ୍ସାହିତ ହୋଇଛନ୍ତି। ତେବେ ଏହି ମାଛକୁ ଦେଖିବାକୁ ଚନ୍ଦନୀପାଳ ମାଛଧରା ବେସ୍‌ରେ ଭିଡ଼ ଜମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri