ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଦଶହରା ଛୁଟି ପାଇଁ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।
ଚାଷୀ ଗୋଲେଖ ସାମଲ, ସରୋଜ ସାମଲ, ପ୍ରଦୀପ ସାମଲ, ଗତିକୃଷ୍ଣ ସାମଲ, ଘନ ବେହେରା, ବଳଭଦ୍ର ସାମଲ, ସହଦେବ ସାମଲ, ପ୍ରକାଶ ସାମଲଙ୍କ କହିବା କଥା, ଏବେ ଧାନ ବାହାରିବା ସମୟ। ପୋକ ଲାଗିବାରୁ ଧାନଗଛ ନାଲି ପଡ଼ିଯାଉଛି। ଦିନେ ଦୁଇଦିନ ମଧ୍ୟରେ ଗଛସବୁ ଝାଉଁଳି ତଳେ ପଡ଼ିଯାଉଛି। ପୋକ ଉପଦ୍ରବ କାରଣରୁ ୧୦ଏକରରୁ ଊର୍ଦ୍ଧ୍ୱ ଜମିର ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି। ଅନ୍ୟପଟେ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିପୂର୍ବରୁ ଗେଙ୍ଗୁଟିଆ ଗ୍ରାମରେ ମଧ୍ୟ ଏଭଳି ପୋକ ଦ୍ୱାରା ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରାଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୭୩୩୯୫୯୯ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri