Posted inଖେଳ

ଧାଓ୍ବନ ଆହତ, ଫେରିଲେ ସାମସନ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ଭାରତୀୟ ଦଳର ନିୟମିତ ଓପନର ଶିଖର ଧାଓ୍ବନ
ଓ୍ବଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ମହାରାଷ୍ଟ୍ର ବିପକ୍ଷ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟବେଳେ ଧାଓ୍ବନଙ୍କ ବାମ ଗୋଡ଼ରେ ଗଭିର କଟ୍‌ ଲାଗିଥିବା ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ବିସିସିଆଇର ମେଡିକାଲ ଦଳ ଧାଓ୍ବନଙ୍କ ଆହତ ସମସ୍ୟାର ଯାଞ୍ଚ କରିଥିଲା। ଷ୍ଟିଚ୍‌ ଖୋଲ ହେବା ପୂର୍ବରୁ ତାଙ୍କୁ ଆହୁରି ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା କୁହାଯାଇଛି। ଏଣୁ ଜାତୀୟ ଚୟନ କମିଟି ତାଙ୍କ ବଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସମାସନଙ୍କୁ ସୁଯୋଗ ଦେଇଛି। ଗତ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ହେଲେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୬ ତାରିଖରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଥିରୁଭାନନ୍ତପୁରମ (ଡିସେମ୍ବର ୮) ଓ ମୁମ୍ବାଇ (ଡିସେମ୍ବର ୧୧)ରେ ଖେଳାଯିବାର ଅଛି। ସାମସନଙ୍କୁ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ନ ଦେଇ ଦଳରୁ ବିଦା କରିବା ଲାଗି ଚୟନ କମିଟିକୁ ବହୁ ପୂର୍ବତନ ଖେଳାଳି ସମାଲୋଚନା କରିଥିଲେ। ୩୩ ବର୍ଷୀୟ ଧାଓ୍ବନ ଦିନିକିଆ ସିରିଜ୍‌ ପୂର୍ବରୁ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି। କିନ୍ତୁ ସେ ଏବେ ଖରାପ ଫର୍ମ ଯୋଗୁ ଚାପରେ ଅଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ସେ ମୋଟ ୯୧ ରନ୍‌ କରିଥିଲେ। ଚଳିତ ସୟଦ ମୁସ୍ତାକ ଅଲି ପ୍ରତିଯୋଗିତାରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଉଲ୍ଲେଖଥାଉ କି, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ। ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ(ଉଇକେଟକିପର), ଶିବମ ଦୁବେ, ଓ୍ବଶିଂଟନ ସୁନ୍ଦର, ରବୀନ୍ଦର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ଶାମି, ଭୁବନେଶ୍ୱର କୁମାର ଓ ସଞ୍ଜୁ ସାମସନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ...

ଗୋଟିଏ ଓଭରରେ ୧୧ ବଲ ପକାଇଲେ ଶାର୍ଦ୍ଦୁଳ

ଦୁବାଇ,୧୬।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୨୦ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି। ଫାଇନାଲରେ ଏକଦା...

କାହିଁକି ବ୍ୟାଟ୍‌ କାମୁଡନ୍ତି ଧୋନୀ

ମୁମ୍ବାଇ,୧୦।୭: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ୟତମ ଶ୍ରେଷ୍ଠ ଫିନିସର। ଧୋନୀଙ୍କ ବ୍ୟାଟ ଆଇପିଏଲ ୨୦୨୨ରେ ମଧ୍ୟ ଚାଲିଛି। ଦିଲ୍ଲୀ...

ପେଣ୍ଟ୍ରେ ଜିତିଲେ ଚତୁର୍ଥ ଷ୍ଟେଜ୍‌

ରୋମ୍‌, ୧୧।୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ଚତୁର୍ଥ ଷ୍ଟେଜ୍‌ ବିଜେତା ହୋଇଛନ୍ତି ଫ୍ରାନ୍ସର ଓରେଲେନ ପରେଟ-ପେଣ୍ଟ୍ରେ। ଚତୁର୍ଥ (ଇଣ୍ଟରମିଡିଏଟ୍‌) ଷ୍ଟେଜ୍‌ ଭେନୋସାଠାରୁ ଲାଗୋ...

ପିଲାଦିନେ ଗୋଟିଏ ହାତ କାମୁଡ଼ି ଛିଣ୍ଡେଇ ଦେଇଥିଲା ଭାଲୁ, ପାରାଅଲିମ୍ପିକ୍ସରେ ରଚିଲେ ଇତିହାସ

ଜାପାନ,୩୦ା୮: କୁହାଯାଏ, ସାହସ ଥିବା ଲୋକ କେବେ ହାରେନାହିଁ। ଏହି ଉକ୍ତିର ସତ୍ୟତା ପ୍ରତିପାଦିତ କରିଛନ୍ତି ଟେବୁଲ ଟେନିସ ଖେଳାଳି ମା ଲିନ୍‌। ତାଙ୍କୁ ଯେତେବେଳେ...

ଅବସର ନେବେ ଟେନିସ୍‌ ତାରକା

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ...

ଭାରତର ଶୋଚନୀୟ ପରାଜୟ

ଲର୍ଡସ, ୧୪ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୧୦୦ ରନରେ ଜିତିନେଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ...

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ : ରିଭ୍ୟୁରେ ହାରିଲେ ସାକ୍ଷୀ

ଦୁବାଇ, ୨୯।୫(ପି.ଟି.)- ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତର ସାକ୍ଷୀ ଚୌଧାରୀ (୫୪ କେଜି) ରିଭ୍ୟୁରେ ଲଢ଼େଇ ହାରି ଯାଇଛନ୍ତି। ମହିଳା ବାଣ୍ଟମଓ୍ବେଟ...

Advertisement
Archives

Model This Week