Posted inଖେଳ

ଧର୍ମସେନାଙ୍କ ସପକ୍ଷରେ ଆଇସିସି

ନୂଆଦିଲ୍ଲୀ,୨୮ା୭(ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ମୁହଁ ଖୋଲିଛି। ଗତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟର କୁମାର ଧର୍ମସେନାଙ୍କ ବିବାଦୀୟ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛି। ଜୁଲାଇ ୧୪ରେ ଇଂଲଣ୍ଡର ଲଡର୍‌ସଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଇଂଲଣ୍ଡ ଇନିଂସର ଫାଇନାଲ ଓଭରରେ ନ୍ୟୁଜିଲାଣ୍ଡ ମିଡ୍‌ ଫିଲ୍ଡର ମାର୍ଟିନ ଗୁପ୍‌ଟିଲଙ୍କ ଏକ ଥ୍ରୋ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜି ବାଉଣ୍ଡାରୀ ଲାଇନ୍‌ ଆଡକୁ ଚାଲିଯାଇଥିଲା। ଆୟୋଜକ ଦଳକୁ ଅମ୍ପାୟର ୬ ରନ ପ୍ରଦାନ କରିଥିଲେ। ଫଳରେ ମ୍ୟାଚ ଟାଇ ରହିବାରୁ ସୁପର ଓଭର ପର୍ଯ୍ୟାୟକୁ ଚାଲିଯାଇଥିଲା। ମ୍ୟାଚରେ ଅଧିକ ବାଉଣ୍ଡାରୀ ଭିତ୍ତିରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ଟିଭି ରିପ୍ଲେରେ ଦେଖିବାକୁ ମିଳିଥିଲା ଗୁପଟିଲ ଡିପ୍‌ ଅଞ୍ଚଳରୁ ବଲ୍‌ ରିଲିଜ କରୁଥିବାବେଳେ ଅଡିଲ ରଶିଦ ଏବଂ ଷ୍ଟୋକ୍ସ ସେମାନଙ୍କ ଦ୍ୱିତୀୟ ରନ ପୂରଣ କରିସାରି ନ ଥିଲେ। ବିଶେଷଜ୍ଞଙ୍କ ମତରେ ଏ କ୍ଷେତ୍ରରେ ଇଂଲଣ୍ଡକୁ ୫ ରନ ଦିଆଯିବା ଉଚିତ ଥିଲା। ତେବେ ଫିଲ୍ଡ ଅମ୍ପାୟରଦ୍ୱୟ ଧର୍ମସେନା ଏବଂ ମାରେସ୍‌ ଇରାସମସ୍‌ ଆଲୋଚନା କରି ଇଂଲଣ୍ଡ ସପକ୍ଷରେ ୬ରନ ଦେଇଥିଲେ। ବଲ୍‌ ବାଉଣ୍ଡରି ଲାଇନରେ ପହଞ୍ଚତ୍ବା ପାଇଁ ୪ ରନ ଏବଂ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ରନିଂ ବିଟୁଇନ୍‌ ଦ ଉଇକେଟ ଲାଗି ଆହୁରି ଦୁଇ ରନ ଦେଇଥିଲେ। ଆଇସିସି ଜେନେରାଲ ମ୍ୟାନେଜର କ୍ରିକେଟ ଜେଫ୍‌ ଅଲାରଡିସ୍‌ ଅମ୍ପାୟରଦ୍ୱୟ ନିୟମାନୁସାରେ କାର୍ଯ୍ୟକରିଛନ୍ତି। ମ୍ୟାଚ ବେଳେ ପ୍ଲେଇଂ କଣ୍ଡିଶନ ଯାହା ଥିଲା ତୃତୀୟ ଅମ୍ପାୟର କିମ୍ବା ମ୍ୟାଚ ରେଫରିଙ୍କ ହସ୍ତକ୍ଷେପର ଆବଶ୍ୟକତା ପଡି ନ ଥିଲା। ଯେଉଁଠି ଦୁଇ ଅମ୍ପାୟର ମିଳିତ ଆଲୋଚନା ଜରିଆରେ ନିଷ୍ପତ୍ତି ନେବେ ସେ କ୍ଷେତ୍ରରେ ମ୍ୟାଚ ରେଫରି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଅଲାରଡିସ୍‌ କହିଛନ୍ତି। ସେ କହିଛନ୍ତି, ଏହି ବିଷୟଭାରତର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସିର କ୍ରିକେଟ କମିଟିରେ ବିଚାର କରାଯାଇ ପାରିଥାନ୍ତା। ମାତ୍ର ୨୦୨୦ ପ୍ରଥମ କ୍ୱାର୍ଟର ପର୍ଯ୍ୟନ୍ତ ଏହି ପ୍ୟାନେଲର ବୈଠକ ବସିପାରିବ ନାହିଁ। ଫାଇନାଲ ମ୍ୟାଚ୍‌ ଦୁଇଥର ଟାଇ ଭାବେ ଶେଷ ହୋଇଥିଲା। ପ୍ରଥମେ ନିର୍ଦ୍ଧାରିତ ସମୟ ଖେଳ ଏବଂ ପରେ ସୁପର ଓଭର। ଏ କ୍ଷେତ୍ରରେ ଉଭୟ ଦଳକୁ ଯୁଗ୍ମ ଚାମ୍ପିୟନ ଘୋଷଣା କରିବା ଉଚିତ୍‌ ଥିଲା ବୋଲି କେତେକେ ମତ ଦିଅନ୍ତି। ଅଲାରଡିସ୍‌ ଏହାର ଜବାବରେ କହିଥିଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱକପ୍‌ ବିଜେତା କେବଳ ଗୋଟିଏ ଦେଶ ହୋଇପାରିବ। ଅନ୍ୟପକ୍ଷରେ ଆଇସିସି ସୀମିତ ଓଭର କ୍ରିକେଟରେ ସ୍ଲୋ-ଓଭର ରେଟ୍‌ ସମସ୍ୟାକୁ ମୁକାବିଲା ପାଇଁ ଷ୍ଟପ୍‌ ଓ୍ବାଚ୍‌ ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି। ଏକ ଟି୨୦ ମ୍ୟାଚ୍‌ରେ ପ୍ରଥମ ବଲ୍‌ ପଡ଼ିବାପରଠାରୁ ୮୫ ମିନିଟ୍‌ରୁ ‘୦’ ପର୍ଯ୍ୟନ୍ତ ଗଣତି ଚାଲିବ। ଏହି ପ୍ରକ୍ରିୟାକୁ ଖେଳାଳି, ଅମ୍ପାୟର ଏବଂ ଖେଳପ୍ରେମୀମାନେ ଦେଖିପାରିବେ। ମ୍ୟାଚ ଯଦି ଇଞ୍ଜୁରି କିମ୍ବା ଏକ ଡିଆରଏସ୍‌ ରିଭ୍ୟୁ ପାଇଁ ବିଳମ୍ବ ହୁଏ ତେବେ ଅମ୍ପାୟର ଏକ ଟାଇମରରେ ଏକ ବଟନ ଦବାଇବେ। ଏହି ସମୟକୁ ପରେ ଯୋଡ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?