Posted inଫୁରସତ

ଧର୍ମପୀଠକୁ କାହିଁକି ଯାତ୍ରା କରିବା

ଅଧିକ ଲୋକ ଧାର୍ମିକ ସ୍ଥାନକୁ ଯାତ୍ରା ପଛରେ ପାପରୁ ମୁକ୍ତି ଓ ଦାନ-ପୁଣ୍ୟ କରିବା ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି। କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନକୁ ଯାତ୍ରା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଦେଖିବାକୁ ଗଲେ ଧାର୍ମିକ ସ୍ଥାନ କିମ୍ବା ତୀର୍ଥ ଯାତ୍ରା ଯିବାର ପରମ୍ପରା ରାମାୟଣ ଓ ମହାଭାରତ ଯୁଗରୁ ରହିଆସିଛି। ତେବେ ଆସନ୍ତୁ ଜାଣିବା ଧାର୍ମିକ ସ୍ଥାନ ଯାତ୍ରା କରିବାର ଲାଭ ବିଷୟରେ..
* ଧାର୍ମିକ ସ୍ଥାନ ଓ ତୀର୍ଥ ସ୍ଥାନକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ। କୁହାଯାଇଛି ଯେ, ଯେଉଁ ଶକ୍ତି ଧାର୍ମିକ ସ୍ଥାନ ଓ ତୀର୍ଥ ସ୍ଥାନରେ ରହିଛି ତାହା ଅନ୍ୟ କେଉଁ ଠାରେ ମିଳି ନ ଥାଏ। ସେହି କାରଣରୁ ମନ୍ଦିର ଓ ତୀର୍ଥ ସ୍ଥାନ ଯାଇ ବ୍ୟକ୍ତିଙ୍କ ମନ ଶାନ୍ତ ହେବା ସହ ମନରେ ଶକ୍ତି ଆସିଥାଏ।
* ସେହିପରି ଧାର୍ମିକ ସ୍ଥଳକୁ ଯାତ୍ରା କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। କାରଣ ଧାର୍ମିକ ସ୍ଥଳର ବାତାବରଣ ଶୁଦ୍ଧ ରହିଥାଏ। ମନ୍ଦିର ପ୍ରବେଶ କରିବା ଆଗରୁ ପ୍ରଥମେ ଆମକୁ ଚପଲ ଖୋଲି ଖାଲି ପାଦରେ ଯିବାକୁ ପଡ଼ିଥାଏ। ଏଥିସହ ଯେଉଁ ଧାର୍ମିକ ସ୍ଥଳରେ ସିଡି ରହିଥାଏ ସେଠାରେ ଚଢ଼ିବା ଓ ଓହ୍ଲାଇବା ବେଳେ ଭଜନ-କୀର୍ତ୍ତନ କରି ଯିବା ଉଚିତ। ଏହାଦ୍ବାରା ହାତ ଓ ପାଦରେ ଚାପ ପଡିଥାଏ। ଏହା ଆକ୍ୟୁପ୍ରେସର ଭଳି କାର୍ଯ୍ୟ କରିଥାଏ।
*ଏଥିସହ ତୀର୍ଥ ଯାତ୍ରା କରିବା ଦ୍ବାରା ଆମର ଆଧ୍ୟାତ୍ମିକ ଜ୍ଞାନ, ଭୌଗୋଳିକ ଓ ଐତିହାସିକ ଜ୍ଞାନ ବଢିଥାଏ। ଯାତ୍ରା ଦ୍ବାରା ଅନେକ ସ୍ଥାନର ଇତିହାସ ଓ ମହତ୍ତ୍ବ ବିଷୟରେ ଜାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଇଚ୍ଛା ଜାଗୃତ ହୋଇଥାଏ। ସେହି ସ୍ଥାନ ସହ ଜଡିତ କଳା, ସଂସ୍କୃତି ଓ ପରମ୍ପରା ଇତ୍ୟାଦି ସମ୍ପର୍କରେ ମଧ୍ୟ ଜ୍ଞାନ ମିଳିଥାଏ।
*ତୀର୍ଥ ଯାତ୍ରା ସମୟରେ ନିଜ ଘର ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବାର ସୁଯୋଗ ମିଳିଥାଏ। ଏହାଦ୍ବାରା ଅନେକ ବ୍ୟକ୍ତିଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri