ଧରିତ୍ରୀ ପ୍ରଭାବ: ବିନାନୁମତିରେ ଖୋଲାଥିବା ଦୋକାନ ବନ୍ଦ ହେଲା

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲକ୍‌ଡାଉନ ଜାରି ରହିଥିବାବେଳେ ମାର୍କେଟ, କମ୍ପ୍ଲେସ ଓ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲା। ହେଲେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ବ୍ୟବସାୟୀମାନେ ରବିବାର ଦୋକାନ ଖୋଲିଥିଲେ। ଏ ନେଇ ଧରିତ୍ରୀରେ ‘ମାର୍କେଟ ବିଲ୍ଡିଂରେ ଚାଲିଲା ବେପାର’ ଶୀର୍ଷକ ଖବର ପ୍ରକାଶିତ ହେବା ପରେ ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମାର୍କେଟ ବିଲ୍ଡିଂରେ ଖୋଲାଥିବା ସମସ୍ତ ଦୋକାନ ବନ୍ଦ କରିବା ସହ ବିନା ଅନୁମତିରେ ଦୋକାନ ଖୋଲିଥିବାରୁ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରିଛି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ ସ୍କ୍ବାଡ୍‌ ପକ୍ଷରୁ ଏହା କରାଯାଇଥିବା ବିଏମ୍‌ସି ମାର୍କେଟ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ବିଏମ୍‌ସିର ଏହି କାର୍ଯ୍ୟ ପାଇଁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ମାର୍କେଟରେ ଦୋକାନ କରିଥିବା ଜଣେ ବ୍ୟବସାୟୀ କହିଛନ୍ତି, ୨ ମାସ ହେବ ଦୋକାନ ବନ୍ଦ ରହିଲାଣି। ପୁଣି ସୋମବାରରୁ ମେ ୩୧ ଯାଏ କଟକଣା ଲାଗୁ ହୋଇଛି। ରୋଜଗାରର ବାଟ ବନ୍ଦ ହୋଇପଡ଼ିଥିବାବେଳେ ଘର ଚଳେଇବା କାଠିକର ପାଠ ହୋଇପଡିଛି। ତେଣୁ ଏଥର ଦୋକାନ ଖୋଲି ବେପାର କରିବୁ। ବିଏମ୍‌ସି ବନ୍ଦ କଲେ ଆମେ ବିରୋଧ କରିବୁ ବୋଲି କହିଛନ୍ତି। ଅନ୍ୟପଟେ ରାଜଧାନୀରେ କରୋନାମୁକ୍ତ ହୋଇଥିବାବେଳେ ଏବେ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିବା ଆବଶ୍ୟକ। ଯଦି ବିଏମ୍‌ସି ଦୋକାନ ବନ୍ଦ କରିବାକୁ ଚେଷ୍ଟା କରେ ତା’ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନେବାକୁ ଲୋକେ ଅମଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ

ନୂଆଦିଲ୍ଲୀ,୨୧ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଦେଶରେ ଆରମ୍ଭ ହୋଇଯାଇଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ହେଲେ କରୋନାର ଟିକାକୁ ନେଇ ଏବେବି ଲୋକଙ୍କ...

ହାଲୁକା ବର୍ଷାରୁ କୋହଲା ପାଗ: ବଢ଼ିବ ଶୀତ: ୮ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୨୭-୧୨(ବ୍ୟୁରୋ): ଆକାଶରେ ମାଳ ମାଳ ବାଦଲ। ଏହା ସାଙ୍ଗକୁ ହାଲୁକା ବର୍ଷା। ପରିବେଶକୁ ଶୀତୁଆ କରିଦେଇଛି। ଗୁରୁବାର ରାଜ୍ୟରେ ଏଭଳି ଅବସ୍ଥା ଦିନ ତମାମ୍‌ ଲାଗି...

ଧନୀଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଆମେମାନେ ଜନ ପ୍ରତିନିଧି । ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିଛୁ। ଯେଉଁ ଗରିବ ଲୋକ ଘର ଖଣ୍ଡେ ପାଇ ନାହିଁ ସେମାନେ ଆମକୁ...

ଊର୍ଜା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୭ା୫(ବ୍ୟୁରୋ): କରୋନା ମହାମାରୀ ଯୋଗୁ ବିଶ୍ୱ ଊର୍ଜା ବିଶେଷଭାବେ ତୈଳ ଏବଂ ଗ୍ୟାସ ଉପରେ ପ୍ରଭାବ ପକାଇଛି। ତେଣୁ ଊର୍ଜା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ...

ଉଲଗ୍ନ କରି ଚଲାଇଲେ ରାସ୍ତାରେ

ସାରସକଣା,୧ା୪- ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆଠାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୋଖରୀ ଖନନକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣକାରୀମାନେ ତାଙ୍କୁ ଉଲଗ୍ନ...

କରୋନା ଟିକା କୌଣସି ମ୍ୟାଜିକ ନୁହେଁ: ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ,୧୦।୮: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇ କହିଛି କରୋନା ଭାଇରସର ଟିକା ବା ଭ୍ୟାକ୍ସିନ କୌଣସି ମ୍ୟାଜିକ ନୁହେଁ। ଏହା ଯେଉଁ ମାସରେ...

ରାଜଧାନୀରେ ନବ ବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା: ହକର୍‌ ଥିଲେ ଯୁବକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜଧାନୀ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ରହୁଥିବା ଜନୈକ ହକର ଏବଂ ତାଙ୍କ ସ୍ତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।...

ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ...

Advertisement


Archives

Model This Week