ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ସଂଯୋଗ ହେଲା ବିଦ୍ୟୁତ୍‌

କୋରକେଣ୍ଡା,୨୨ା୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ସଦର ପଞ୍ଚାୟତବୁଦୁଗୁଡା ଗ୍ରାମରେ ପ୍ରାୟ ୬ମାସ ହେବ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଫଳରେ ଲୋକେ ସନ୍ଧ୍ୟା ହେଲେ ଡିବି, ଲଣ୍ଠନ ଜାଳି ଚଳୁଥିଲେ। ଗ୍ରାମବାସୀଙ୍କ ଉପରେ ସେସୁର ବିଦ୍ୟୁତ୍‌ ବିଲ୍‌ ବକେୟା ଥିବାରୁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଗ୍ରାମବାସୀ ସେସୁ ଏସଡିଓଙ୍କ ପରାମର୍ଶ ଅନୁଯାୟୀ ଆମେ ବିଦ୍ୟୁତ୍‌ ଦେୟ ପଇଠ କରିଛୁ, ମାତ୍ର ସେସୁ ବିଦ୍ୟୁତ୍‌ ସଂଯୋଗ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ଧରିତ୍ରୀରେ ଗତ ୧୪ ତାରିଖରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ସେସୁ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ମଙ୍ଗଳବାର ନୂତନ ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ୍‌ ସଂଯୋଗ ଦେଇଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ ୧୫ ପରିବାର ରହିଛନ୍ତି। ବିଦ୍ୟୁତ ନ ଥିବା ବେଳେ ସେମାନେ ସମସ୍ୟାର ସମ୍ମୁଖୀନ ହେବା ସହ ସେମାନଙ୍କ ପିଲାମାନେ ରାତିରେ ପାଠପଢାରୁ ବଞ୍ଚତ୍ତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ

ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା...

ଜୀବନ ନେବ ମୁକୁଳା ଟ୍ରାନ୍ସଫର୍ମର: ବିଦ୍ୟୁତ୍‌ ବିଭାଗର ନିଘା ନାହିିଁ

ନାଉଗାଁ ,୮ା୧(ସ୍ବ.ପ୍ର.):ନାଉଗାଁ ବଜାରରେ ରହିଛି ୫୦୦ କେ.ଭି. ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ନାଉଗାଁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି।...

ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା...

ଅଧିକାରୀଙ୍କ ଅନୁପସ୍ଥିତି ନେଇ ଏନ୍‌ଏସି କାର୍ଯ୍ୟାଳୟରେ ତାଲା

ବାଲିଗୁଡ଼ା,୧୫ା୧୦(ଡି.ଏନ୍‌.ଏ.)-ବାଲିଗୁଡ଼ା ଏନ୍‌ଏସିରେ କର୍ମଚାରୀଙ୍କ ଅନୁପସ୍ଥିତି ନେଇ ସୋମବାର କାଉନ୍‌ସିଲରମାନେ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ବିଭିନ୍ନ କାର୍ଯ୍ୟନେଇ ଲୋକମାନେ ଏନ୍‌ଏସିକୁ ଆସୁଥିଲେ। କିନ୍ତୁ ସେଠାରେ ନିୟମିତ କାର୍ଯ୍ୟନିର୍ବାହୀ...

ଜଙ୍ଗଲରେ ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମବେଳେ ଉଦ୍ଧାର କଲେ ଲୋକେ, ଜଣେ ଅଟକ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୧(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ଯୁବକ ଜଙ୍ଗଲରେ ବଳାତ୍କାର ଉଦ୍ୟମ...

ଲକ୍‌ଡାଉନ୍‌ ଊଲ୍ଲଂଘନ ଅଭିଯୋଗ , ୯ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ ଜଣ କରନା ରୋଗୀ ଚିହ୍ନଟ ହେବା ପରେ ବ୍ଲକର ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଏହା ଛଡ଼ା...

ପରିବାର ବୋଝ ଆଗରେ ଜୀବନ ତୁଚ୍ଛ

କଟକ ଅଫିସ, ୨୦।୪: ଦିନ ଯେତିକି ବଢୁଛି ମନରେ ଭୟ ମଧ୍ୟ ସେତିକି ବଢିବାରେ ଲାଗିଛି। କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ମଣିଷ...

ଚର୍ଚ୍ଚାରେ ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଲାଗୁ କରିବା ପରେ ୧୦୦୦ ଓ ୫୦୦ ଟଙ୍କିଆ ବଡ଼ ନୋଟ୍‌ ରାତାରାତି ଅଚଳ...

Coronavirus Update


Archives

Model This Week

Why Dharitri