ଫୁଲବାଣୀ ଅଫିସ, ୧୨ା୧-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଧରିତ୍ରୀ ଖବରଦାତାଙ୍କୁ ମିଳିଛି ହତ୍ୟା ଧମକ। କୌଣସି ଅପରାଧ ଶ୍ରେଣୀର ଲୋକ ନୁହନ୍ତି, ଖଜୁରିପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀ ନାୟକ ଏବଂ ଶିକ୍ଷକ ସ୍ବାମୀ ବିନୋଦ କୁମାର ନାୟକ ଏହି ଧମକ ଦେଇଛନ୍ତି। ଏନେଇ ଖବରଦାତା ବୈଦ୍ୟନାଥ ବେହେରା ଶୁକ୍ରବାର ରାତିରେ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଏକ ମାମଲା (ନଂ.୧୦/୨୦) ରୁଜୁକରି ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ନରେଶ କୁମାର ସାହୁ କହିଛନ୍ତି।
ପ୍ରକାଶ ଯେ, ଖଜୁରିପଡ଼ା ବ୍ଲକ ଦୂତିମେଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଂଘ ସଭାପତି ଅଛନ୍ତି ବୈଦ୍ୟନାଥ। ବିଦ୍ୟାଳୟରେ ପାଠପଢ଼ା ନ ହେବା, ପିଲାଙ୍କୁ ଠିକ୍ ଭାବେ ଖାଇବାକୁ ଦିଆ ନ ଯିବା, ପ୍ରିନ୍ସିପାଲଙ୍କ ମନମୁଖି କାର୍ଯ୍ୟ ନେଇ ଅଭିଭାବକମାନେ ଜିଲାପାଳଙ୍କୁ ଅବଗତ କରିଥିଲେ। ଏହାପରେ ସମସ୍ତେ ଭୁବନେଶ୍ୱର ଯାଇ ବିଭାଗ ନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ଦେଇଥିଲେ। ନିକଟରେ ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀଙ୍କର ଅନ୍ୟତ୍ର ବଦଳି ହୋଇଛି। ଏହା ଜାଣିବା ପରେ ଗୁରୁବାର ରାତିରେ ବନଶ୍ରୀ ଏବଂ ତାଙ୍କ ସ୍ବାମୀ ବିନୋଦ ଜିରିଙ୍ଗିପଡା ପାଖ ଗୋପାଳସାହିରେ ରହୁଥିବା ବୈଦ୍ୟନାଥଙ୍କ ଘରେ ପହଞ୍ଚତ୍ ଗାଳିଗୁଲଜ କରିଥିଲେ। ତୁମ ପାଇଁ ମୋର ବଦଳି ହେଲା, ତୁମକୁ ଛାଡିବୁନି, ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ସାହି ଲୋକେ ବାହାରିବାରୁ ସେମାନେ ଚାଲି ଆସିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ବୈଦ୍ୟନାଥ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ବନଶ୍ରୀଙ୍କୁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ହେଁ ସୁଇଚ୍ଅପ୍ ଥିବାରୁ ମତାମତ ନେବା ସମ୍ଭବ ହୋଇପାରିନାହିଁ।

ସ୍ବତନ୍ତ୍ର ଅଧିବେଶନ ଡକାଯାଉ: ଭାଜପା
ଭୁବନେଶ୍ବର,୨୭ା୧୨(ବ୍ୟୁରୋ):ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ହେଲା ନିରଙ୍କୁଶ ଶାସନ କରିଆସୁଥିବା ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତା ଆଇନ ତା’ବାଟରେ ଯିବ ବୋଲି କହୁଛନ୍ତି। ହେଲେ...

୭ ଆନ୍ତଃରାଜ୍ୟ ସାଇବର ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୩୦।୬(ବ୍ୟୁରୋ):କମିଶନରେଟ୍ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ରହସ୍ୟ ଉନ୍ମୋଚନ କରିଛି ା ସାଇବର ଠକେଇ ଲିଙ୍କ୍ ଖୋଜୁ ଖୋଜୁ ମିଳିଛି ବଡ଼...

ପୁରୀ-ବଡ଼ବିଲ ଇଣ୍ଟରସିଟି ଶୀଘ୍ର ଚାଲିବ
କେନ୍ଦୁଝର, ୨୯।୩ ଦକ୍ଷିଣ ପୂର୍ବ ଓ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର(ଜି.ଏମ୍) ଅର୍ଚ୍ଚନା ଯୋଶୀ ଓ ଖୋର୍ଦ୍ଧା ରୋଡସ୍ଥିତ ଡିଭିଜନାଲ ମ୍ୟାନେଜର ରିଙ୍କେଶ ରାୟ ଏକ...

ବାଲି ବୋଝେଇ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ପୁରୁଷୋତ୍ତମପୁର, ୧୨ା୧୧(ଡି.ଏନ୍.ଏ.) -ବ୍ରହ୍ମପୁର ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ରଣଝାଲି ନିକଟସ୍ଥ ଋଷିକୁଲ୍ୟା ନଦୀ ବ୍ରିଜ ଉପରେ ସୋମବାର ବାଲିବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

କିଏ ହାତେଇବ କୋକସରା ବ୍ଲକ ଅଧ୍ୟକ୍ଷା ପଦ, ଚାଲିଛି ଜୋରଦାର ଚର୍ଚ୍ଚା
କୋକସରା,୫ା୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଉଷ୍ଣତା ଏବେ ପଞ୍ଚାୟତରୁ ବ୍ଲକ ଯାଏ ଦେଖିବାକୁ ମିଳୁଛି। ଗାଁ ଗାଁରେ ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟାନର ପୋଷ୍ଟରରେ ଛାଇଗଲାଣି।...

ଗୁଳି କରି ଲୁଟିନେଲେ ୬ ଲକ୍ଷ ଟଙ୍କା
ଅନୁଗୋଳ ଅଫିସ,୨୯ା୮: ଅନୁଗୋଳ ଥାନା ଅଞ୍ଚଳର କୁରୁଡୁଲୁ ନିକଟରେ ଥିବା ଆଶ ପଣ୍ଡ୍ ତଳେ ଗୁଳିକାଣ୍ଡ ହୋଇଛି। ସୋମବାର ଦୁଇଜଣଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା...

ପାଇପ ଫାଟି ରାସ୍ତାରେ ଭାସୁଛି ପାଣି
ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ...

ଡିଜିଟାଲ ପ୍ଲାଟଫର୍ମରେ ହେବ ସଂସ୍କୃତି ବିଭାଗ କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୭ା୫(ବ୍ୟୁରୋ)- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ନୃତ୍ୟ, ସଙ୍ଗୀତ ଓ ସାରସ୍ବତ କାର୍ଯ୍ୟକ୍ରମର ଡିଜିଟାଲ ପ୍ରସାରଣ ପାଇଁ ନିଷ୍ପତ୍ତି...