ଧରାପଡ଼ିଲା ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ର଼୍ୟାକେଟ: ୪୦ କେଜି କଇଁଛ ଜବତ, ୪ ଗିରଫ

ଏମ୍‌ଭି ୭୮,୧୧ା୬(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଓ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ କଇଁଛ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏଥିରେ ଆନ୍ତଃରାଜ୍ୟ ର଼୍ୟାକେଟ ସମ୍ପୃକ୍ତ ଥିବା ଜଣାପଡିବା ପରେ ବନ ବିଭାଗ ନଜର ରଖିଥିଲା। ଗୁରୁବାର ଚଢାଉ କରି ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଏମ୍‌ଭି-୯୬ ଗ୍ରାମର ବିଶ ସିଲ୍‌, ବଳାଇ ସରକାର,ଏମ୍‌ପିଭି-୬୫ ଗ୍ରାମର ସାଗର ମଲ୍ଲିକ ଏବଂ ବିପୁଳ ମିର୍ଦ୍ଧା। ଏନେଇ ୧୮,୧୯/୨୦ରେ ଦୁଇଟି ମାମଲା ରୁଜୁ ହୋଇଛି। ଖବରରୁ ଜଣାପଡିଛି କଇଁଛ ଚୋରାଚାଲାଣ ନେଇ ଅଭିଯୋଗ ହେବା ପରେ ଗତ କିଛିଦିନ ଧରି ବନ ବିଭାଗ କର୍ମଚାରୀମାନେ ଗୁପ୍ତ ସୂଚନା ସଂଗ୍ରହ କରି ଏକାଧିକ ସ୍ଥାନରେ ଚଢାଉ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଏକ ସୂତ୍ରରୁ ଖବର ପାଇ ଏମ୍‌ଭି-୭୯ ରେଞ୍ଜର ବଳରାମ ନାୟକଙ୍କ ନେତୃତ୍ୱରେ ଫରେଷ୍ଟର ଶିବଜିତ ମଣ୍ଡଳ, ବିଦ୍ୟୁତ୍‌ ବିଶ୍ବାସ, ସୁମିତ୍ରା ବିଶ୍ବାସ ଓ ମମତା ବିଶୋୟୀ ଏମ୍‌ପିଭି-୪୨ ଏବଂ ଏମ୍‌ପିଭି-୮୩ ଗ୍ରାମ ଛକଠାରେ ଜଗିଥିଲେ। ଗୁରୁବାର ସକାଳ ୯ଟାରେ ୨ଟି ମୋଟରସାଇକେଲରେ କଇଁଛ ନେଇ ଉପରୋକ୍ତ ୪ ଜଣ ବ୍ୟକ୍ତି ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଧରାଯାଇଥିଲା। ପରେ ସେମାନଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା। ୨ଟି ମୋଟରସାଇକଲରୁ ୪୦ କେଜି କଇଁଛ ଜବତ କରାଯାଇଛି। ଏହି କଇଁଛ ସେମାନେ ଆନ୍ଧ୍ରର କାକିନାଡା ଅଞ୍ଚଳରୁ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri