Odisha Elections 2024

ଧନୀଙ୍କ ପୁଷମାସ: ଦୀର୍ଘ ଆୟୁଷ

ସହଦେବ ସାହୁ

ଗରିବ ପାଇଁ ସବୁ ମହଙ୍ଗା, ଚିକିତ୍ସା ବି ା ଦୀର୍ଘ ଜୀବନ ତ ସାତ ସପନ ା ଅମରତ୍ୱ ଚିନ୍ତା ସାଧାରଣ ଲୋକ ପାଇଁ ନୁହେଁ, ଖର୍ଚ୍ଚ ବହନ କରିପାରୁଥିବା ଅର୍ବୁଦପତିମାନେ ଯୁବସୁଲଭ ସ୍ବାସ୍ଥ୍ୟ ଶହେବର୍ଷ ବା ଅଧିକ କାଳ ଉପଭୋଗ କରିପାରିବେ: ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପ୍ରଗତି ଏହା ସୂଚାଉଛି ା ଆମ ପୁରାଣର ଯଯାତିଙ୍କ ପରି ପୁତ୍ର ପୁରୁଠାରୁ ଯୌବନ ମାଗିବାକୁ ପଡ଼ିବ ନାହିଁ ା ପୃଥିବୀରେ ଥିବା ୮୫୦ କୋଟି ଲୋକଙ୍କ ଭିତରେ ଏଭଳି କୁବେରଙ୍କ ସଂଖ୍ୟା ୮,୦୦୦ରୁ ବେଶି ନୁହେଁ; ସେମାନଙ୍କ ଭିତରୁ କେତେଜଣ ଯଯାତିଙ୍କ ଭଳି ଦୀର୍ଘ ଯୌବନ ଉପଭୋଗ କରିବାକୁ ଚାହିଁବେ ତାହା ଅନୁମାନସାପେକ୍ଷ! ଔଷଧପତ୍ର ବା ଖାଦ୍ୟଗୁଣ ଉପରେ ନିର୍ଭର ନ କରି ଟେକ୍ନୋଲୋଜି ସାହାଯ୍ୟରେ ଦୀର୍ଘକାଳ ପାଇଁ ସୁସ୍ଥ ଯୌବନ-ସୁଲଭ ଜୀବନ ହାସଲ କରିହେବ।
ଇତିହାସ କହେ, ୧୭୯୬ରେ ପ୍ରଥମେ ଟିକା ତିଆରି (ଇଂଲିଶରେ କଲ୍ଚର ବା ଚାଷ) କରିଥିବା ବିଲାତ ଡାକ୍ତର ଡ. ଏଡ୍‌ୱାର୍ଡ଼ଜେନର ଗୋଟିଏ ୮ ବର୍ଷର ପୁଅ ଉପରେ ଟିକା ଦେଇ ତା’ର ବସନ୍ତ ରୋଗ ନିରୋଧୀ ଶକ୍ତି ବଢ଼ାଇଥିଲେ। ଏବେ ତ ଟିକା ଚିକିତ୍ସାର ଦିଗ୍‌ବଳୟ ବଢ଼ିଗଲାଣି, ଟିକେ ଚିମୁଟିବା ଭଳି ଫୋଡ଼ିଆ ତ କାଟିବ, ଟୋପାଏ ପାଣି ଭିତରେ ଟିକା ପିଇବାର ବ୍ୟବସ୍ଥା ହେଲାଣି – ଯେମିତି ପୋଲିଓ ବୁନ୍ଦା ା ମଲା ଜୀବାଣୁ ବଦଳରେ ଗୋଟିଏ କୃତ୍ରିମ ଜୀବ-ରୂପ ଗିଳିବାକୁ କୁହାଯାଇପାରେ, ତାହା ଯଦି ତୁମ ଦେହ ଭିତରେ ପ୍ରବାହିତ ହୋଇ ଯେଉଁ ଯେଉଁ ଜାଗାରେ ରୋଗ ମାଡ଼ୁଛି ତାକୁ ନିକାଲିଦେବ କିମ୍ବା ଯେଉଁ କାରଣରୁ ରୋଗ ହେଉଛି ତାକୁ ସୂଚାଇଦେବ ତେବେ ବେଳହୁଁ ସାବଧାନ ହୋଇ ଆମେ ଦେହକୁ ସୁସ୍ଥ ରଖିପାରିବା! ୟୁନିଭର୍ସିଟି ଅଫ୍‌ ସର୍ଦ୍ଦର୍ନ ଡେନ୍‌ମାର୍କ ଓ କେମ୍ପ ଷ୍ଟେଟ୍‌ ୟୁନିଭର୍ସିଟି (ଆମେରିକା) ଏହି ପ୍ରକାର ଚିକିତ୍ସା ଉପରେ ଗବେଷଣା କରୁଛନ୍ତି ା ଡିଏନ୍‌ଏ ଅଣୁ ବା ପ୍ରୋଟିନ୍‌ ଅଣୁର ସଙ୍କର ତିଆରିକରି ସେମାନେ ଔଷଧ ଭଳି ବ୍ୟବହାର କରୁଛନ୍ତି। ତାକୁ ଜୀବବିନ୍ଦୁ ବା ବାୟୋବଟ୍‌ କୁହାଯାଉଛି। ଷ୍ଟାନ୍‌ଫୋର୍ଡର ଜଣେ ମେକାନିକାଲ ଇଞ୍ଜିନିୟର କ୍ଷୁଦ୍ର ବା ଅଣୁ ରୋବୋ (ମିନି ରୋବୋ) ତିଆରି କରିଛନ୍ତି, ଯାହା ଉଭୟଚର ପ୍ରାଣୀ ଭଳି ଦେହ ଭିତରେ ଘୂରି ଘୂରି ରୋଗ ଜନୁ୍ମଥିବା ଜାଗାରେ ପହଞ୍ଚତ୍ୟିବ। ଏହାକୁ ନିୟୁତାଂଶ ରୋବୋ-ମିଲି ରୋବୋ ନାମ ଦିଆଯାଇଛି। ଏହି ଆକାରର ଭାଇରସ୍‌, ବ୍ୟାକ୍ଟେରିଆ ବା ଅନ୍ୟ କିଛି କୋଷ ଆମ ଦେହକୁ ଆକ୍ରମଣ କରିଥାନ୍ତି। ଏହି କୃତ୍ରିମ କ୍ଷୁଦ୍ର ଜୈବରୂପକୁ ବ୍ୟବହାର କରି ଡାକ୍ତରମାନେ ବରାଦିଆ ଟିକା ତିଆରି କରିପାରିବେ। ଏବେ ପେପ୍‌ଟାଇଡ୍‌ ସାଙ୍ଗରେ ବାୟୋବଟ୍‌କୁ ମିଶାଇ ଡାକ୍ତରମାନେ ପ୍ରୋଟିନ୍‌ ତିଆରି କରୁଥିବା ଆମିନୋ ଏସିଡ୍‌ର ହାର ତିଆରି କଲେଣି। ଏ ଉଦାହରଣ ଜଣାଉଛି ସମ୍ଭାବନାର ଦିଗ୍‌ବଳୟ କେତେ ବ୍ୟାପିଗଲାଣି! କେବଳ ରୋଗ ଚିହ୍ନିବ ନାହିଁ, ରୋଗ କେଉଁଠୁ ବାହାରୁଛି ଓ କେଉଁ କ୍ଷୁଦ୍ରାଣୁ ତାକୁ ତିଆରି କରୁଛି ସେଭଳି କ୍ଷୁଦ୍ରାଣୁକୁ ନଷ୍ଟ କରିବାର କ୍ଷମତା ନୂଆ ଟେକ୍ନୋଲୋଜି ଆଣିଲାଣି। ସବୁଠାରୁ ବଡ଼କଥା ହେବ ବ୍ରେନ୍‌ ଟ୍ୟୁମର ଭିତରେ ଏଭଳି ଔଷଧଭରା କ୍ଷୁଦ୍ର ଟିକା ପହଞ୍ଚା ଯାଇପାରିବ।
ଆଜିକାଲି ଯେଉଁଭଳି କମ୍ପ୍ୟୁଟର ମେମୋରି କ୍ଲାଉଡ୍‌଼ରେ ରଖାଯାଉଛି ଏହି ବାୟୋବଟ୍‌ ବା ମିଲି ରୋବୋକୁ ମଣିଷର ବ୍ରେନ୍‌ ଭିତରେ ରଖିହେବ, ତାହା ମହାକାଶରେ ସମ୍ପର୍କ (କ୍ଲାଉଡ୍‌ ସୋର୍ସିଂ)ରଖିପାରିବ, ଯେଉଁଠି ଉକ୍ତ ମଣିଷଟି ତାହାର ଇଣ୍ଟେଲିଜେନ୍ସକୁ କୋଟି କୋଟି ଗୁଣ ବଢ଼େଇପାରିବ। ଆମେ ଦିନେ ବ୍ରହ୍ମଜ୍ଞାନୀ (ସାଇବର୍ଗ) ପାଲଟିଯିବା; ତାହା ସମ୍ଭବ ହେଲେ ଆମେ ଆୟୁଷକୁ ବହୁଗୁଣ ବଢ଼ାଇପାରିବା। କିନ୍ତୁ ରୋବୋ ବି ସ୍ବଳ୍ପାୟୁ, ବଜାରରେ ମିଳୁଥିବା ରୋବୋ ପ୍ରାୟ ୧୦ ବର୍ଷରୁ ବେଶି ଚାଲେ ନାହିଁ ା ଅବଶ୍ୟ ଯନ୍ତ୍ରପାତିର କାର୍ଯ୍ୟକାରିତା ଦିନ ବା ବର୍ଷ ଆକାରରେ ଗଣାଯାଏ ନାହିଁ, କେତେ ସମୟ ବ୍ୟବହାର ହେଉଛି ତା’ ଉପରେ ଗଣାଯାଏ, ଯଥା କେତେଥର ସୁଇଚ୍‌ ଅନ୍‌ କରୁଛ ତା’ ଉପରେ ନିର୍ଭର କରେ ବିଜୁଳି ବଲ୍‌ବର ଆୟୁଷ ା ତିଆରି ସମୟରେ କିଛି ଦୋଷ ନ ଥିଲେ ଏଲ୍‌ଇଡି ବଲ୍‌ବ ୧୦,୦୦୦ ଥର ସୁଇଚ୍‌ ଅନ୍‌ ଯାଏ କାମ କରିବ: ଦିନକୁ ୧୦ଥର କରୁଥିଲେ ୧୦୦୦ ଦିନ ବା ପ୍ରାୟ ୩ ବର୍ଷ ଯିବ ା ସେହିପରି ରୋବୋଟିଏ ୮୦,୦୦୦ରୁ ଲକ୍ଷେ ଘଣ୍ଟାଯାଏ କାମ କରିବ ା ରୋଗ ଲକ୍ଷଣ ସୁରାକ୍‌ ପାଇଲେ ସନ୍ଧାନୀ ଯନ୍ତ୍ର (ସେନ୍ସର୍‌) ମିଲି ରୋବୋକୁ ଜଗାଇଦେବ ତ ଆମ ହିସାବରେ ୧୦୦ କି ୨୦୦ ବର୍ଷ କାମ କରିପାରେ ା
ଆଉ ଗୋଟିଏ କଥା ବି ଘଟିଲାଣି। ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟିର ଗବେଷକ ଡ୍ରାଭିଡ୍‌ ଗ୍ରାସିପ୍‌ ଏକ ନାନୋ ଇମ୍‌ପ୍ରିଣ୍ଟ ଲିଥୋଗ୍ରାପି ଟେକ୍ନୋଲୋଜି କାଢ଼ିଛନ୍ତି, ଯାହା ଜୀବନ୍ତ କୋଷ ବା ତନ୍ତୁ ଉପରେ ସୁନାରେ ଟାଟୁ (ଚିତା କୁଟିବା) କରିପାରିବ। ଏହି ନାନୋ ସ୍କେଲର ଢାଞ୍ଚାକୁ ସ୍ବାସ୍ଥ୍ୟକ୍ଷେତ୍ରରେ ଲଗାଇହେବ। ଏମିତି ଏକ ଚିପ୍‌ ଦେହର କୋଷରେ ମୁଦ୍ରିତ (ଇମ୍‌ପ୍ରିଣ୍ଟ) କରିପାରିଲେ ମଣିଷ ଦେହର ପ୍ରତ୍ୟେକ କୋଷ କେମିତି କାମ କରୁଛି ତାହା ଡାକ୍ତରମାନେ ଜାଣିପାରିବେ। ଏ ପ୍ରକାରର କୋଷଭିତ୍ତିକ ଚିକିତ୍ସା ରୋଗର ଲକ୍ଷଣ ବାହାରକୁ ଦିଶିବା ପୂର୍ବରୁ ଅର୍ଥାତ୍‌ କୋଷସ୍ତରରେ ଯାହା ଘଟୁଛି ଜଣାଇଦେବ। କୋଷଟି ଅସ୍ବାଭାବିକ ହେବା ପୂର୍ବରୁ ତା’ର ମରାମତି ବା ଚିକିତ୍ସା କରିହେବ। ତେଣୁ ଖରାପ କୋଷଟିଏ ବହୁଗୁଣିତ ହେବା ପୂର୍ବରୁ ଓ ଦେହକୁ ତଦନୁଯାୟୀ ରୋଗାକ୍ରାନ୍ତ କରିବା ପୂର୍ବରୁ ତାକୁ ବିନାଶ କରିହେବ ବା ବଦଳାଇହେବ। ଆମେ ନର୍ଦ୍ଦମା ସଫାକଲା ଭଳି: ଶରୀରରୁ ଫ୍ରି ରାଡିକାଲ୍‌ ଭଳି ମଇଳା ସଫା କରିଦେବ ା ଆଉ ଗୋଟିଏ ଉଦ୍ଭାବନ ଆସିଲାଣି: ଡ୍ୟୁକ୍‌ ୟୁନିଭର୍ସିଟି ଓ ହାର୍ଭାର୍ଡ ମେଡିକାଲ ସ୍କୁଲର ଗବେଷକମାନେ ନୂଆ ରକମର ଥ୍ରି ଡି ପ୍ରିଣ୍ଟ୍‌ ବାହାର କରିଛନ୍ତି, ତା’ ଅଲ୍‌ଟ୍ରାସାଉଣ୍ଡ ତରଙ୍ଗ ବ୍ୟବହାର କରି ଜୀବକୋଷ ସହିପାରୁଥିବା କାଳି ବ୍ୟବହାର କରୁଛି ଓ ଯାହା ଶରୀରର ଖୁବ୍‌ ଗଭୀର ପ୍ରଦେଶରେ ପ୍ରବେଶକରି ଆୟତନ ଅନୁଯାୟୀ ଥ୍ରି ଡି ପ୍ରିଣ୍ଟ୍‌ କରୁଛି। ଏହାକୁ ଡିପ୍‌ ପିନିଟ୍ରେଟିଙ୍ଗ୍‌ ଆକ୍ୟୁଷ୍ଟିକ୍‌ ଭଲ୍ୟୁମେଟ୍ରିକ୍‌ ପ୍ରିଣ୍ଟିଂ (ଡିଭିଏପି) ନାମ ଦିଆଯାଇଛି। ଡିଭିଏପି ଦ୍ୱାରା ଦେହର ତନ୍ତୁ ଭିତରେ, ହାଡ଼ ଭିତରେ ତଥା ଅନ୍ୟ ସୂକ୍ଷ୍ମ ଅଙ୍ଗ ଭିତରେ ନିଖୁଣ ଭାବେ ପହଞ୍ଚତ୍ପାରିବ। ଏହି ଗବେଷକ ଦଳ ଗୋଟିଏ ଛେଳିର ହୃଦୟ ଉପରେ ଏପରି ଗବେଷଣା କରି ତା’ର ରକ୍ତକୁ ଅଙ୍ଗଭିତରେ ଏକାଠି କରିପାରିଛନ୍ତି ଓ ଗୋଟିଏ କୁକୁଡ଼ାର ଗୋଡ଼ ହାଡ଼ରେ ଥିବା ତ୍ରୁଟିକୁ ମରାମତି କରିଛନ୍ତି। ଏଥିରେ ଯେଉଁ କାଳି ବ୍ୟବହାର ହେଉଛି ତାକୁ ସୋନୋ ଇଙ୍କ୍‌ – ହାଇଡ୍ରୋଜେନ୍‌ କୁହାଯାଉଛି । ଏହା ଧୀରେ ଧୀରେ ଯକୃତ ଭିତରେ ପଶି ଔଷଧ ଭଳି କାମ କରୁଛି। ସର୍ଜରି ଦରକାର ନାହିଁ। ଲକ୍ଷ୍ୟଭେଦୀ ଔଷଧ ଓ ଜିନ୍‌ ସିକ୍ୟୁଏନ୍‌ସିଂ ଆଗାମୀ ଦିନରେ ଚିକିତ୍ସାର କେନ୍ଦ୍ର ହୋଇପଡ଼ିବ। ୧୭୩୫ରେ ବେଞ୍ଜାମିନ୍‌ ଫ୍ରାଙ୍କ୍‌ଲିନ୍‌ କହିଥିଲେ, ଆନ୍‌ ଆଉନ୍‌ସ ଅଫ୍‌ ଫ୍ରିଭେନ୍‌ସନ ଇଜ୍‌ ୱର୍ଥ ଏ ପାଉଣ୍ଡ ଅଫ୍‌ କିୟୋର (ଭରିଏ ପ୍ରତିଷେଧକ କିଲେ ଚିକିତ୍ସା ସହ ସମାନ)ା ଆମେ ସେହି ଯୁଗକୁ ମୁହାଁଇଛେ – ଯେତେବେଳେ ବିଜ୍ଞାନ ବୟସ ବୃଦ୍ଧିକୁ ଓଲଟାଇଦେବ। ସତେଯେପରି ଅମର ହେବାର ଇଚ୍ଛା ଫଳବତୀ ହୋଇଆସୁଛି।
ଟାର୍ଡିଗ୍ରେଡ୍‌ ବା ‘ପାଣିଭାଲୁ’ ନାମକ ଏକ କ୍ଷୁଦ୍ର ଅମେରୁଦଣ୍ଡୀ ଜୀବ ଯେଉଁଠି ସେଠି ଯେକୌଣସି ପରିବେଶରେ ବଞ୍ଚତ୍ରହିବାର କାରଣ ଖୋଜି ବୈଜ୍ଞାନିକମାନେ ଜାଣିଲେଣି ଯେ ତା’ ଶରୀରରେ ଏକ ପାରମାଣବିକ ସନ୍ଧାନୀ (ସେନ୍ସର) ଅଛି, ଯାହା ତାକୁ କହିଦିଏ କେତେବେଳେ ପରିବେଶ ପ୍ରତିକୂଳ ହେଲାଣି, ସେ ସୁପ୍ତ ହୋଇଯାଏ: ୧୧୨ ଡିଗ୍ରୀ ଫାରେନ୍‌ହିଟ୍‌ରୁ ବେଶି ତାପ ଦେଲେ କି ହାଇଡ୍ରୋଜେନ୍‌ ପେରକ୍ସାଇଡ୍‌ ତା’ ଉପରେ ଢାଳିଦେଲେ ସେ ସୁପ୍ତ ହୋଇଯାଏ, ତା’ ଦେହ ଅମ୍ଳଜାନମୁକ୍ତ ଫ୍ରି ରାଡିକାଲ୍‌ ତିଆରିକରେ, ଯାହା ଖରାପ ପରିସ୍ଥିତିର ସାମ୍‌ନା କରେ ା ଏସବୁ କାମ – ସୁପ୍ତ ହେବା ଓ ଚେଇଁ ଉଠିବା – ସିଷ୍ଟିନ୍‌ ନାମକ ଆମିନୋଏସିଡ୍‌ କରିଥାଏ ବୋଲି ବୈଜ୍ଞାନିକମାନେ କହୁଛନ୍ତି ା ଟାର୍ଡିଗ୍ରେଡ୍‌ ଉପରେ ଗବେଷଣା ଚାଲିଛି କିପରି ଭବିଷ୍ୟତର ଦୀର୍ଘକାଳୀନ ମହାକାଶ ଯାତ୍ରାରେ ମଣିଷ ଦରକାର ନ ଥିବା ବେଳେ ସୁପ୍ତ ରହିପାରିବ ଓ ଦରକାର ବେଳେ ଜାଗ୍ରତ ରହିପାରିବ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସିଗାରେଟ ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି।...

ସାର୍ଥକ ମାର୍ଗ

ଅନୀତା ପଟ୍ଟନାୟକ ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ। ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ବତନ୍ତ୍ର ଥିଲା। ମୋର ମାତାପିତା ତାକୁ...

ଓଡ଼ିଶା ଓ ଅସ୍ମିତାର ବିତର୍କ

ବିଚିତ୍ର ବିଶ୍ୱାଳ ଅସ୍ମିତା ପରି ଏକ କ୍ଳିଷ୍ଟ ଓ କମ୍‌ ଲୋକପ୍ରିୟ ଶବ୍ଦ ସମ୍ପ୍ରତି ନିର୍ବାଚନ ସମୟରେ ଆମ ରାଜ୍ୟରେ ବହୁଳ ବ୍ୟବହାର ହୋଇ ହଠାତ୍‌...

Dillip Cherian

କୂଟନୀତିଜ୍ଞଙ୍କ କାହାଣୀ

ନିର୍ବାଚନ ଋତୁ ହେଉଛି ଏକ ସମୟ, ଯେତେବେଳେ ପ୍ରତ୍ୟେକ ପ୍ରସଙ୍ଗ, ଯେତେଦିନ ନଜର ଆଢୁଆଳରେ ରହିଥିଲେ ମଧ୍ୟ ତାହା ହଠାତ୍‌ ଜନସାଧାରଣଙ୍କ ସାମ୍ନାକୁ ଆସିଯାଇଥାଏ। ଏହି...

ପାରଦର୍ଶିତା ପାଇଁ ଦୃଢ଼ ମାନସିକତା

ପିଲାମାନେ, କ’ଣ ସବୁ ଛୁଟିରେ କିପରି ସମୟ କାଟୁଛ? ମୁଁ ନିଶ୍ଚିନ୍ତ ଜାଣେ ତୁମେମାନେ କିଛି କିଛି ପାଠପଢ଼ା ସହ ମଧ୍ୟ ନିଜକୁ ବ୍ୟସ୍ତ ରଖୁଥିବ।...

ଓଡ଼ିଶା ହେବ ଏକ ନମ୍ବର

ବର୍ତ୍ତମାନ ପ୍ରଚାର ଚାଲିଛି ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ। ଏକ ରାଜନୈତିକ ଦଳ ଗୋଟିଏ ରାଜ୍ୟରେ କ୍ଷମତାକୁ ଆସିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେବ...

କ୍ୱାଡ୍‌ର ବାସ୍ତବତା

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (ଇଣ୍ଡୋ ପାସିଫିକ) ଚାରୋଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ୨୦୧୭ରେ ଦୀର୍ଘଦିନ ଧରି ମାନ୍ଦା ପଡ଼ିଥିବା...

ଏଇ ଭାରତରେ

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ବି ହାର୍‌ ମାନିନାହାନ୍ତି ଉତ୍ତରପ୍ରଦେଶର ସନ୍ଦୀପ କୁମାର। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେ ସେଠାରେ ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri