ଦୟାର ପାତ୍ର ନୁହେଁ

ଭାରତୀୟ ସେନାରେ ଏ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ପର୍ମାନେଣ୍ଟ କମିଶନ (୬୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ) ପଦବୀ ସୃଷ୍ଟିର ସୁଯୋଗ ଦିଆଯାଇ ନ ଥିଲା। ୧୭ ଫେବୃୟାରୀ ୨୦୨୦ ସୋମବାର ସୁପ୍ରିମକୋର୍ଟ ଏକ ରାୟ ଦେଇ କେନ୍ଦ୍ର ସରକାରଙ୍କୁ ୩ ମାସ ମଧ୍ୟରେ ସେନାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ଆଧୁନିକ ସମାଜ ନିଶ୍ଚିତ ସ୍ବାଗତ କରିବ। ମାନବ ଇତିହାସକୁ ଦେଖିଲେ ଯେଉଁ ସମାଜରେ ମହିଳାମାନଙ୍କୁ ପୁରୁଷଙ୍କ ସମାସ୍କନ୍ଧ ହେବାର ସୁଯୋଗ ଦିଆଯାଇଛି, ସେଠାରେ ଅର୍ଥନୈତିକ ଓ ସାମାଜିକ ଅଗ୍ରଗତି ଘଟିଛି। ସାଧାରଣରେ ତାହା କରାଯାଏ ନାହିଁ ବୋଲି ଅନେକ ସମସ୍ୟା ସବୁବେଳେ ଉପୁଜିବାରେ ଲାଗିଛି। ବିଶେଷକରି ପୁରୁଷମାନେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ମହିଳାଙ୍କୁ ଦମନ କରିବା ଏକ ଦାୟିତ୍ୱ ବୋଲି ଭାବିନିଅନ୍ତି। ଏଭଳି ନକାରାତ୍ମକ ଚିନ୍ତାଧାରା ଯୋଗୁ ସମାଜର ୫୦ ପ୍ରତିଶତ ଶକ୍ତି ଦୁର୍ବଳ ହୋଇ ରହିଛି। ଭାରତରେ ଏଭଳି ମନୋଭାବ କାହିଁକି ଓ କେବେ ସୃଷ୍ଟି ହେଲା ବୁଝିବା କଷ୍ଟକର। ଏହି ମାଟିରେ ପୁରୁଷ ସହିତ ପ୍ରକୃତି ଏବଂ ଶିବ ସହିତ ଶକ୍ତି ଚିନ୍ତାଧାରା ଜନ୍ମିଥିଲା। ଅର୍ଥାତ୍‌ ମାତୃଶକ୍ତିକୁ କେବେହେଲେ ଭାରତୀୟ ଗୌଣ କରି ଦେଖି ନ ଥିଲେ, ଯେଉଁଥିପାଇଁ ଯେତିକି ଠାକୁର ଗଣିହେବେ ସେତିକି ଠାକୁରାଣୀ ମଧ୍ୟ ସଂସ୍କୃତିରେ ଦେଖାଯାଉଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ଆଜି ସେହି ପରିସ୍ଥିତିର ବିରାଟବଡ଼ ପରିବର୍ତ୍ତନ ଘଟିଛି। ଆଧୁନିକ ସମାଜରେ ଯେତେବେଳେ ଅନ୍ୟ ଦେଶଗୁଡ଼ିକ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରୁଥିବାର ଦେଖୁଛନ୍ତି, ସେତେବେଳେ ଭାରତରେ ମହିଳାଙ୍କ ପ୍ରତି ହେଉଥିବା ଘୋର ଅନ୍ୟାୟ ଓ ଅବିଚାରର ଛବି ସମସ୍ତଙ୍କୁ ବିଚଳିତ କରୁଛି। ଆଜିର ପରିସ୍ଥିତିରେ ମହିଳାଙ୍କ ପ୍ରତି ଦୟା କରିବାର ପ୍ରୟୋଜନ ନାହିଁ। ଅର୍ଥାତ୍‌ ସେମାନେ ପୁରୁଷଙ୍କ ଦୟାର ପାତ୍ର ହୋଇ ରହିବା କଥା ନୁହେଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଦେଇଥିବା ରାୟର ଗୁରୁତ୍ୱ ଯଥେଷ୍ଟ ରହିଛି।
ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ମିଳିନାହିଁ । ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ ଦୀର୍ଘଦିନ ଧରି ଚାଲିଆସିଥିବା ମାମଲାରେ ସେନା କର୍ତ୍ତୃପକ୍ଷ ଦେଇ ଆସୁଥିବା ତଥ୍ୟ ବିଭ୍ରାନ୍ତିକର ପ୍ରମାଣିତ ହୋଇ ଆସୁଛି। (ପୁରୁଷ) ମାନସିକତାରେ ପରିବର୍ତ୍ତନ ଆସିବା ଦରକାର ବୋଲି କୋର୍ଟ ଜୋର୍‌ ଦେଇ କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାର ଏହି ମାମଲାରେ କହିଛନ୍ତି ଯେ, ମହିଳାଙ୍କ ଶାରୀରିକ ଗଠନ ଓ ସାମାଜିକ ଚାହିଦା ଯୋଗୁ ସେମାନଙ୍କୁ ସେନାରେ ନେତୃତ୍ୱ ଦେବା ସ୍ଥାନରେ ବସାଯାଇପାରିବ ନାହିଁ। ଅର୍ଥାତ୍‌ ସେଥିପାଇଁ ସେମାନଙ୍କୁ ପର୍ମାନେଣ୍ଟ କମିଶନ ଦିଆଯିବା ଉଚିତ ନୁହେଁ। କାରଣ ସ୍ଥାୟୀ ନିଯୁକ୍ତି ପାଇଲେ ମହିଳା ଅଫିସରଙ୍କ ବୟସ ଏବଂ ଅଭିଜ୍ଞତା ବୃଦ୍ଧି ସହିତ ପଦୋନ୍ନତି ଘଟିବା ନିଶ୍ଚିତ ହୋଇଯିବ। ତାହାହେଲେ ସେମାନେ ପୁରୁଷ ସେନା ଅଧିକାରୀଙ୍କ ସହିତ ନିର୍ଦ୍ଦେଶ ଦେବା ପଦବୀରେ ପହଞ୍ଚିପାରିବେ। ଏହାକୁ ରୋକିବା ହୋଇଛି ଉଭୟ ସେନା ଓ କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଚକ୍ରାନ୍ତ। ଉଲ୍ଲେଖ କରାଯାଇପାରେ କୋର୍ଟ ଦେଇଥିବା ରାୟରେ ସ୍ପଷ୍ଟ କୁହାଯାଇଛି ଯେ, ଯେଉଁ ମହିଳା ଅଫିସରଙ୍କ ଦକ୍ଷତା ଥିବ ସେହି ମହିଳା ପଦୋନ୍ନତିର ଲାଭ ପାଇପାରିବେ। ଅନ୍ୟଭାବେ କହିବାକୁ ଗଲେ ସୁପ୍ରିମକୋର୍ଟ ଏହି ରାୟ ଦ୍ୱାରା ଆଉ ଏକ ନୂତନ ସଂରକ୍ଷଣ ଆଇନ ସୃଷ୍ଟି କରିନାହାନ୍ତି। ଦକ୍ଷତା ହିଁ ମାପକାଠି ବୋଲି ଯେହେତୁ ରାୟରେ ସ୍ପଷ୍ଟ କରାଯାଇଛି, ସେହେତୁ ଏହାକୁ କଦର୍ଥ କରାଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଏହା ଦ୍ୱାରା କେବଳ ସେନା ନୁହେଁ, ମହିଳାମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ନୂଆ ପ୍ରେରଣା ଯୋଗାଇବ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ କରିବା ଲାଗି ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ଇତିମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିରୁ କେନ୍ଦ୍ର ସରକାର ଓ ସେନା କର୍ତ୍ତୃପକ୍ଷଙ୍କ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଜଣାପଡୁଛି। ଏହି ସପ୍ତାହ ଆରମ୍ଭରେ ସୁପ୍ରିମକୋର୍ଟ ପୁନର୍ବାର ସେହି ରାୟକୁ ଦୋହରାଇବା ସହିତ ଏକ ୯୦ ଦିନିଆ ସମୟସୀମା ସ୍ଥିର କରିଛନ୍ତି। ଏହି ସମୟ ମଧ୍ୟରେ ସେନାର ଯେଉଁ ମହିଳା ଅଫିସର ପର୍ମାନେଣ୍ଟ କମିଶନ ପାଇଁ ଆବେଦନ କରିବେ, ତାଙ୍କୁ ସେହି ସୁବିଧା ଯୋଗାଇ ଦିଆଯିବା ଉଚିତ। ଏବେ ନିର୍ଭର କରୁଛି ଉଭୟ କେନ୍ଦ୍ର ଓ ସେନାର ଆନ୍ତରିକତା ଏହିଭଳି ସାମାଜିକ ପରିବର୍ତ୍ତନର ସପକ୍ଷବାଦୀ ହେବ ନା ବିପକ୍ଷବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି ଲାଗି ନିଜ ଦରମାରୁ ଅର୍ଥ ବ୍ୟୟ କରି ଅଭିନବ ଉପାୟ ଆପଣାଇଛନ୍ତି ତେଲଙ୍ଗାନାର ଶିକ୍ଷୟିତ୍ରୀ ଅର୍ଚ୍ଚନା ନୁଗୌରି। ମଞ୍ଚେରିଲାର ଜିଲା...

ଚାପରେ ହେଉଛି ଚେପା

ପୃଥିବୀବାସୀ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇଜିପ୍ଟର ଶର୍ମ-ଏଲ୍‌-ଶେଖ୍‌ରେ କପ୍‌-୨୭ ଶେଷ ହୋଇଛି। ସେଥିରେ ଅନେକ ପ୍ରସଙ୍ଗ ଉପରେ...

ଶିକ୍ଷା ଅର୍ଥନୀତିଜ୍ଞ

ରାଜ୍‌ ଚେଟ୍ଟି ସାଧାରଣତଃ ଗରିବ ଦେଶଗୁଡ଼ିକର ପରିବାରରେ କେବଳ ଜଣେ ପିଲାକୁ ଉଚ୍ଚଶିକ୍ଷା ଲାଗି ଅଭିଭାବକ ବାଛିଥାଆନ୍ତି। କାରଣ ସବୁ ପିଲାଙ୍କୁ ଶିକ୍ଷା ଦେବା ପରିବାର...

ବନ୍ୟପ୍ରାଣୀ ସୁରକ୍ଷାର ଅଭିନବ ଉପାୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ବନ୍ୟପ୍ରାଣୀଙ୍କୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବା ସକାଶେ ଏବେ ବୈଜ୍ଞାନିକମାନେ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏହାଦ୍ୱାରା ଆଉ ଶିକାରୀମାନେ...

ଗଣତନ୍ତ୍ରରେ ଲୋକଙ୍କ ଦାୟିତ୍ୱ

ବିଚିତ୍ର ବିଶ୍ୱାଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସମ୍ମୁଖରେ ସବୁଠୁ ବଡ଼ ଆହ୍ବାନ ହେଉଛି, ତାହାର ଗଣତନ୍ତ୍ରକୁ ବଞ୍ଚେଇ ରଖିବା। ନେତାଜୀ ସୁଭାଷ ବୋଷ କହୁଥିଲେ, ସ୍ବାଧୀନତା...

କିଛି ଦେଖି ପାରୁନାହୁଁ

ଆକାର ପଟେଲ ଆମେରିକାରେ ସ୍ତମ୍ଭ ଲେଖିବା ପାଣ୍ଡିତ୍ୟ କାମ ବୋଲି କୁହାଯାଏ। ଆମେରିକୀୟଙ୍କ ଅନୁସାରେ ପଣ୍ଡିତ କହିଲେ କୌଣସି ନିର୍ଦ୍ଦିଷ୍ଟ ବିଷୟ କିମ୍ବା କ୍ଷେତ୍ରରେ ଜଣେ...

ଆଧୁନିକତା ଓ ଓଡ଼ିଆ କାବ୍ୟ

ଡ. ପ୍ରମୋଦ କୁମାର ପଣ୍ଡା   ସମାଜର ହିତ ସାଧନ କରୁଥିବା ଲେଖାକୁ ସାହିତ୍ୟ କୁହାଯାଇଥାଏ। ଏହା ମାଧ୍ୟମରେ ଜନସାଧାରଣ ତା’ର ସଭ୍ୟତା, ସଂସ୍କୃତି, ଇତିହାସ,...

ଦୁର୍ନୀତି, ମହାଦୁର୍ନୀତି ଓ ସାମୂହିକ ଦୁର୍ନୀତି

ହରିଶଙ୍କର ମିଶ୍ର ଦୁର୍ନୀତି ହେଉଛି ନୀତିର ସାମାନ୍ୟ ବିଚ୍ୟୁତି, ଯାହାର ସର୍ବୋଚ୍ଚ ସୀମା ନ ଥାଏ। ସାମ୍ପ୍ରତିକ ସମାଜରେ ସଂଖ୍ୟାଧିକ ରାଜନେତା ରାଜକର୍ମଚାରୀ ଓ ସରକାରଙ୍କୁ...

Advertisement
Archives

Model This Week