ଦ୍ୱିତୀୟ ସୋପାନ ମାନ୍ୟତା ପାଇଁ ସ୍ଥିତି ଜଣାଇଲା ବିଏମ୍‌ସି

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସ୍ବଚ୍ଛ ଭାରତ ମିଶନ ଭଳି ପ୍ରମୁଖ ତଥା ଦୀର୍ଘମିଆଦୀ କାର୍ଯ୍ୟକ୍ରମରେ ସହରାଞ୍ଚଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିିତା ଲାଗିରହିଛି। ଭୁବନେଶ୍ୱର ଖୋଲା ମଳତ୍ୟାଗମୁକ୍ତ ସହରର ପ୍ରଥମ ସୋପାନ ଅତିକ୍ରମ କରି ଦ୍ୱିତୀୟ ସୋପାନ ବା ଓଡିଏଫ୍‌ ++ ରେ ନିଜର ସ୍ଥାନ ନିର୍ଦ୍ଧାରଣ କରିଥିବା ମହାନଗର ନିଗମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ସ୍ଥିରୀକୃତ ବିବିଧ ଭିତ୍ତିିଭୂମି ଏବଂ ଗୁଣାବଳୀ ଆଧାରରେ ଏହି ମାନ୍ୟତା ଦିଆଯାଇଥାଏ। ସ୍ଥିରୀକୃତ ଗୁଣାବଳୀ ମଧ୍ୟରେ ଖୋଲା ମଳତ୍ୟାଗ ଏବଂ ମୂତ୍ରତ୍ୟାଗ ନ ହେବା, ସମସ୍ତ ବ୍ୟକ୍ତିଗତ ପାଇଖାନାରେ ଜଳ ସଂଯୋଗ ହୋଇ ଏହା ସ୍ବଚ୍ଛ ରହିବା, ସମସ୍ତ ଗୋଷ୍ଠୀ ଏବଂ ପବ୍ଲିକ୍‌ ଟଏଲେଟ୍‌ ସମ୍ପୃକ୍ତ ଗୋଷ୍ଠୀଠାରୁ ୫୦୦ ମିଟର ଦୂରରେ ରଖିବା, ମଳ ଉପଚାର ବିଜ୍ଞାନ ସମ୍ମତ ଭାବେ ହେବା ଆଦି ରହିଛି। ସେହିପରି ସମସ୍ତ ପାଇଖାନା ସ୍ବେରେଜ୍‌ ନେଟ୍‌ୱର୍କକୁ ସଂଯୋଗ ହେବା କିମ୍ବା ଏହାର ନିଜସ୍ବ ସୋପିଟ୍‌ ଓ ସେପ୍ଟିକ୍‌ ଟାଙ୍କି ରହିବା, ପାଇଖାନା ଟାଙ୍କି ନିୟମିତ ବ୍ୟବଧାନରେ ଖାଲିହେବା, ସମସ୍ତ ସେପ୍ଟିକ୍‌ ଟାଙ୍କି ସଫା କରୁଥିବା ସେସ୍‌ପୁଲ୍‌ ମହାନଗର ନିଗମ ସହିତ ନିବନ୍ଧିତ ହେବା, ବାହାରେ ଓ ଡ଼୍ରେନ୍‌ ଇତ୍ୟାଦିରେ ଅଣଉପଚାରିତ ମଳ ନିସ୍ତାରଣ ଲାଗି ଜରିମାନା ଆଦାୟ କରାଯିବା, ପରିମଳଜନିତ ସେବା ବ୍ୟବସ୍ଥାର ମାନଦଣ୍ଡ ସମ୍ପୃକ୍ତ ପୌରସଂସ୍ଥା ଜଣାଇବା, କୌଣସି ପାଇଖାନା ଜଳରାଶିକୁ ସଂଯୋଗ ନ ହେବା, ସହରରୁ ନିର୍ଗତ ମଳର ଉପଚାର ହେବା ଇତ୍ୟାଦି ଗୁଣାବଳୀ ରହିଛି। ତେବେ ଏହି ସବୁକୁ ନିଶ୍ଚିତ କରିବା ନିମନ୍ତେ ମୁଖ୍ୟତଃ ୪ ପ୍ରକାର ମାନଦଣ୍ଡ ଜଳଯୋଗାଣ ସୂଚକ, ସ୍ବେରେଜ୍‌ ଏବଂ ପରିମଳ ସୂଚକ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସୂଚକ ଏବଂ ବର୍ଷାବିପତ୍ାତ ଜଳ ଓ ଡ଼୍ରେନେଜ୍‌ ସୂଚକ ଇତ୍ୟାଦିକୁ ବିଚାରକୁ ନିଆଯାଇଥାଏ। ଏହି କ୍ରମରେ ମୋଟ ୨୮ଟି ସୂଚକର ବିବିଧ ଦିଗ ଉପରେ ଆଲୋକପାତ କରି ସମ୍ପୃକ୍ତ ଅଧିକାରୀ ମାନଦଣ୍ଡ ନିର୍ଦ୍ଧାରଣ କରିଥାନ୍ତିି। ଏ ନେଇ ବିବିଧ ସୂଚକ ଉପରେ ବିଏମସି କାର୍ଯ୍ୟାଳୟରେ ଆଲୋକପାତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri