ଦ୍ୱିତୀୟ ଭୂଇଁ ଛ’ କାଠ ଉଠିଲା

ପୁରୀ ଅଫିସ, ୨୭ା୬:ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ଚାରି ନାହାକରେ ପ୍ରଥମ ଭୂଇଁ ଛ’ କାଠ ଉଠିବା ପରେ ଦ୍ୱିତୀୟ ଓ ତୃତୀୟ ଭୂଇଁ ଖଞ୍ଜାଯାଇଥିଲା। ବୁଧବାର ତିନିରଥରେ ପ୍ରଥମ ଭୂଇଁରେ ଚଉଦା ନାହାକା ବୁଲିସାରିବା ପରେ ପ୍ରଥମ ଭୂଇଁ ଟୁଙ୍ଗୁରା ଯାଇଥିଲା। ଏଥିସହ ପ୍ରଥମ ଭୂଇଁ ଖମ୍ବ ଉଠିସାରିବା ପରେ ଦ୍ୱିତୀୟ ଭୂଇଁ ଛ’କାଠ ଉଠିଛି। ଏହାପରେ ଭୂଇଁ ଓରା, ଭୂଇଁ ନାହାକା ଲାଗିବ। ତୃତୀୟ ଭୂଇଁ ଖଞ୍ଜା ସରିଛି। ଏହା ଗୁରୁବାର ରଥ ଉପରକୁ ଉଠିବ। ରଥଖଳାରେ ଅଁଳା, ବଡ଼ ପୋଟଳ କାମ ଆରମ୍ଭ ହୋଇଛି। ତାଳଧ୍ୱଜ ରଥର ରୂପକାର ସତ୍ୟରଞ୍ଜନ ମହାପାତ୍ର କହିଛନ୍ତି, ରଥରେ ପଟାଗୁଜ ଶେଷ ହୋଇଛି। ଏଥିରେ ନରବିରାଳ, ସିଂହବିରାଳ ଓ ଗଜବିରାଳ ଖୋଦେଇ କରାଯାଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏ ଏବଂ ଦର୍ପଦଳନ ରଥର ୬ଟିକୁ ମିଶାଇ ମୋଟ ୩୦ଟି ପଟାଗୁଜ ରହିଛି। ସେହିପରି ନାଟଗୋଡ଼ ଓ ସିଂହାସନ ନିର୍ମାଣ ଚାଲିଛି। ପ୍ରତି ରଥରେ ୮ଟି ଲେଖାଏ ନାଟଗୋଡ଼ ରହିଛି। ଏଥିରେ ଏକ ଅସୁରର ଚିତ୍ର ଖୋଦେଇ କରାଯାଏ। ତିନିରଥର ୪ଟି ଲେଖାଏ ନାଟଗୋଡ଼ କାମ ସରିଛି। ଦର୍ପଦଳନ ରଥ ଚାର ପରଷା କାମ ସରିଛି। ଅନ୍ୟ ଦୁଇ ରଥର ଏହି କାମ ଜାରି ରହିଛି। ଦୋଳବେଦି କୋଣ ପରିସରରେ କମାରସେବକମାନେ ତୃତୀୟ ଭୂଇଁକଣ୍ଟା ତିଆରି କରୁଛନ୍ତି। ତାଗ, ବାଗିଆ, ଗୋଡ଼ିିଛାଳ କଣ୍ଟା ପ୍ରସ୍ତୁତି ଚାଲିଛି ବୋଲି ତାଳଧ୍ୱଜ ରଥ ରୂପକାର ଜଗନ୍ନାଥ ମହାରଣା କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚିତ୍ରକାର ସେବକମାନେ ରଥପାର୍ଶ୍ୱ ଦେବଦେବୀ ଚିତ୍ର ଅଙ୍କନ କରୁଛନ୍ତି ବୋଲି ନନ୍ଦିଘୋଷ ରଥ ଚିତ୍ରକାର ଦେବଦତ୍ତ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri