ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୧୮ରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୧୭ା୪(ବ୍ୟୁରୋ)
ଆସନ୍ତା ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ ହୋଇଛି। ମତଦାନ ପରିଚାଳନା ପାଇଁ କର୍ମଚାରୀମାନେ ନିର୍ବାଚନ ସାମଗ୍ରୀ ଧରି ଗନ୍ତବ୍ୟସ୍ଥଳକୁ ଗସ୍ତ କରିଛନ୍ତି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକ ସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଏବଂ ଏହା ଅଧୀନ ୩୫ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ୩୫ ବିଧାନସଭା ଆସନ ପାଇଁ ୨୪୪ ଏବଂ ୫ ଲୋକ ସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୬ ଲକ୍ଷ ୯୩ ହଜାର ୧୨୩ ଭୋଟର।
ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲାର ହିଞ୍ଜିଳି ଏବଂ ବରଗଡ଼ ଜିଲାର ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏହି ୨ ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ଅନ୍ୟ ପ୍ରମୁଖ ନେତାମାନେ ହେଲେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ନାରାୟଣ ସିଂଦେଓ, ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ନବ ଦାସ, କିଶୋର ମହାନ୍ତି, ଭାଜପାର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂଦେଓ, କନକବର୍ଦ୍ଧନ ସିଂଦେଓ, ମହାମେଘବାହନ ଐର ଖାରବେଳ ସ୍ବାଇଁ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ପୀତାମ୍ବର ଆଚାର୍ଯ୍ୟ, କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ଜର୍ଜ ତିର୍କୀ, ସୁରେନ୍ଦ୍ର ସିଂ ଭୋଇ, ସନ୍ତୋଷ ସିଂ ସାଲୁଜା।
ସୂଚନାଥାଉ କି, ୨୦୧୪ରେ ଉପରୋକ୍ତ ୩୫ ବିଧାନସଭା ଆସନରୁ ବିଜେଡି ୨୪, ଭାଜପା ୪, କଂଗ୍ରେସ ୫ ଏବଂ ଅନ୍ୟାନ୍ୟ ୨ଟିରେ ବିଜୟୀ ହୋଇଥିଲେ। ସେହିପରି ୫ ଲୋକ ସଭା ଆସନ ମଧ୍ୟରୁ ବିଜେଡି ୪ ଏବଂ ଭାଜପା ଗୋଟିଏ ଅକ୍ତିଆର କରିଥିଲା।

କେଉଁଠି ହେବ ଭୋଟ
୫ ଲୋକ ସଭା ଆସନ
ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା
୩୫ ବିଧାନସଭା ଆସନ
ପଦମ୍‌ପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ା, ତଲସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜି, ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଳା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି ଏବଂ ହିଞ୍ଜିଳି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିନ୍‌ ସିଟି ସହ ପ୍ରମୁଖ ସହରରେ ହୋଇପାରେ କୁକୁର, ବିଲେଇଙ୍କ ଲାଗି ଶ୍ମଶାନ

ଭୁବନେଶ୍ୱର,୧୧।୯: ଗୃହପାଳିତ ପଶୁମାନେ ଜଣେ ମଣିଷ ଭଳି ଶେଷ ସମୟରେ ସମ୍ମାନ ପାଇବେ। ଅନେକ ଲୋକେ କୁକୁର, ବିଲେଇ କିମ୍ବା ଅନ୍ୟ କୌଣସି ପ୍ରାଣୀ ଏବଂ...

ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ଆଇନ୍‌, ଖାଲି ରହିଛି ୧ ଲକ୍ଷ ୩୨ ହଜାର ୪୫୯ ପଦବୀ

ଭୁବନେଶ୍ୱର,୧୧।୯: ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‌ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ...

ରାଶନ ହିତାଧିକାରୀଙ୍କୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପ୍ରବାସୀଙ୍କୁ ନେଇ କହିଲେ…

ଭୁବନେଶ୍ୱର,୧୧ା୯: ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରେ ଏକ ବଡ଼...

ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା: ‘୩ ମାସ ହୋଇଗଲା ଆଈ ମା’ ଗପଛାଡ଼ି କାମ କର’

ଭୁବନେଶ୍ୱର,୧୧।୯: ବୁଧବାର ବିଜୁ ଯୁବ ଜନତା ଦଳର ବୈଠକରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ...

‘ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି, ଏହା ଆମକୁ ଅଧିକ ଶକ୍ତିଶାଳୀ କରିବ’: ନବୀନ

ଭୁବନେଶ୍ୱର,୧୧।୯: ବୁଧବାର ଅନୁଷ୍ଠିତ ବିଜୁ ଜନତା ଯୁବ ଦଳର ବୈଠକରେ ଦଳ ଛାଡୁଥିବା ନେତାମାନଙ୍କୁ କଟାକ୍ଷ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନିକଟରେ ଦଳର...

ଆସନ୍ତା ୪ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା...

ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟାଗଲାଣି ୧୬ଲକ୍ଷରୁ ଅଧିକ ନାଁ, କରୁଛନ୍ତି କି ଏହି ଭୁଲ…

ଭୁବନେଶ୍ୱର,୧୧।୯: ରାସନ କାର୍ଡକୁ ନେଇ ବଡ଼ ସୂଚନା। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। ବିଧାନସଭାରେ ବିଧାୟିକା...

ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୧।୯: ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ ଅଶୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri