ଦ୍ୱିତୀୟ ଥର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲିଜା ହେଡେନ୍‌ଙ୍କ ଘରକୁ ଖୁସି ଖବର ଆସିଛି। ସେ ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଛନ୍ତି। ତା’ର ନାଁ ରଖିଛନ୍ତି ଲିଓ। ପ୍ରଶଂସକଙ୍କୁ ଏହି ଖୁସି ଜଣାଇବା ପାଇଁ ଲିଜା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋଟିରେ ତାଙ୍କ ଦୁଇ ପୁଅ ରହିଥିବା ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କୁ ବେଶ୍‌ ଖୁସି ମନରେ ଚାହିଁଛନ୍ତି। ଏଥିରେ ଲିଜା କ୍ୟାପଶନ ଲେଖିଛନ୍ତି, ଏହି ଛୋଟମାନଙ୍କ ଆଶୀର୍ବାଦ ମୋ’ ହୃଦୟକୁ ଛୁଇଁଗଲା। ଯାହା କି ପ୍ରଥମରୁ କେବେ ହୋଇ ନ ଥିଲା। ମୁଁ ପୂରା ନିଶବ୍ଦ ହୋଇଗଲି। ତୁମ ଦୁଇଜଣଙ୍କୁ ଦେଖିବାଠାରୁ ମୋ’ ପାଇଁ ଦୁନିଆରେ ଆଉ କିଛି ଭଲନାହିଁ। ମୋର ବିଶ୍ୱାସ ଆସୁନି ମୁଁ ଦୁଇଜଣଙ୍କ ମା’ବୋଲି। ‘ଲିଓ’ ଏବଂ ‘ଜ୍ୟାକ୍‌’। ୧୩ ତାରିଖଠାରୁ ମୋ’ ଜୀବନ ସବୁଦିନ ପାଇଁ ବଦଳି ଯାଇଛି। ସେ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


ଫିଲ୍ମ ‘ଆୟଶା’ ଜରିଆରେ ଲିଜା ବଲିଉଡ୍‌ରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ‘ହାଉସ୍‌ଫୁଲ – ୩’, ‘ଦ ସୌକୀନ୍‌ସ କ୍ୱିନ୍‌’, ‘ୟେ ଦିଲ୍‌ ହେ ମୁସ୍କିଲ୍‌’ ଆଦି ଫିଲ୍ମରେ ଅଭିନୟ କରିଥିଲେ। ଏହା ସହିତ କେତେକ ଜଣାଶୁଣା ମ୍ୟାଗାଜିନ୍‌ରେ ତାଙ୍କର କଭର ଫଟୋ ମଧ୍ୟ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ସହ ସ୍କୁଟିରେ ବୁଲୁଛନ୍ତି ଶ୍ରଦ୍ଧା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ବଲିଉଡ୍‌ ସେଲିବ୍ରିଟିମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହାସହ ସୋସିଆଲ ମିଡିଆରେ ବି...

ପ୍ରଥମ ପ୍ରେମଠାରୁ ଦୂରେଇ ଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନା ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଯଦିଓ ସେ ଆମ ଗହଣରେ ନାହାନ୍ତି, କିନ୍ତୁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ...

ଶୋଇବା ପୂର୍ବରୁ ଏହି କାମ କରିଥାନ୍ତି କରିନା କପୁର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ନିକଟରେ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏହି ଖୁଲାସା କରିଥିଲେ। ତେବେ ସୈଫ୍‌ ୪ର୍ଥ...

‘ଜେମ୍ସ ବଣ୍ଡ’ ଫିଲ୍ମରେ କାମ କରିବାକୁ ଚାହୁଛନ୍ତି ମଲାଇକା

ବଲିଉଡ୍‌ ଅଭିନେତ୍ରୀ ତଥା ଆଇଟମ୍‌ ଗର୍ଲ ମଲାଇକା ଅରୋରାଙ୍କର ବର୍ତ୍ତମାନ ଅଭିନୟରେ କୌଣସି ଆଗ୍ରହ ନାହିଁ। ତେବେ ଯଦି ଜେମ୍ସ ବଣ୍ଡ ଫିଲ୍ମରେ କାମ କରିବାର...

ସ୍ବାମୀଙ୍କ ମୃତ୍ୟୁ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ କୁହାଯାଉଥିଲା ଡାହାଣୀ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୧୪ ଦିନ ଜେଲରେ ଅଛନ୍ତି। ଅନେକ ଚଳଚ୍ଚିତ୍ର...

୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ହାଉସ୍‌ଫୁଲ୍‌-୪’

ମୁମ୍ବାଇ: ଗତ ଧନତେରସରେ ରିଲିଜ ହୋଇଥିବା ବଲିଉଡ୍‌ ମୁଭି ‘ହାଉସ୍‌ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ,...

ଏଥର ବାୟୋପିକ୍‌ରେ ଅରିନ୍ଦମ୍‌

ନାୟକ ଅରିନ୍ଦମ୍‌ଙ୍କର ଖୁସି କହିଲେ ନ ସରେ। କାରଣ ନିଜ ଓଲିଉଡ୍‌ କ୍ୟାରିୟରରେ ସେ ପ୍ରଥମଥର ପାଇଁ ଏକ ବାୟୋପିକ୍‌ରେ ଅଭିନୟ କରୁଛନ୍ତି। ଏହି ଓଡ଼ିଆ...

ରଣବୀରଙ୍କୁ ଖରାପ ନିର୍ମାତା କହିଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଆଜି ହେଉଛି ଜନ୍ମଦିନ। ୧୯୮୨ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ରଣବୀର ଆଜି ତାଙ୍କର ୩୮ ତମ...

Coronavirus Update

Archives

Model This Week

Why Dharitri