Posted inଖେଳ

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ଶ୍ରୀଲଙ୍କାକୁ ଦୃଢ଼ ଜବାବ ଦେଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମ ଇନିଂସରେ ଧନଞ୍ଜୟ ଡିସିଲଭାଙ୍କ ୧୦୯ ରନର ଶତକୀୟ ପାଳି ବଳରେ ୯୦.୨ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ଓଭରରେ ୪ ଉଇକେଟ ହରାଇ ୧୯୬ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହାତରେ ରଖି ୪୮ ରନରେ ପଛରେ ପଡିଛି।
ଷ୍ଟମ୍ପ ଅପସାରଣ ବେଳକୁ ଲଥାମ ୧୧୧ ରନର ଶତକୀୟ ପାଳି ଖେଳି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ୨୫ ରନ କରି ଅପରାଜିତ ରହିଛନ୍ତି। ଲଥାମ ୧୮୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ଟି ଚୌକା ମାରିଛନ୍ତି। ଯୁବ ଓପନର ଜିତ ରାଭାଲ ଖାତା ଖୋଲିବା ପୂର୍ବରୁ ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲଭାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ସେହିପରି ଅଧିନାୟକ କେନ୍‌ ଓ୍ବିଲିୟମସନ ୨୦ ରନ କରିଥିବା ବେଳେ ଲାହିରୁ କୁମାରାଙ୍କ ବଲ୍‌ରେ କୁଶଲ ମେଣ୍ଡିସ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଭିଜ୍ଞ ରସ୍‌ ଟେଲର ୨୩ ରନ କରି ଲାସିଥ ଏମ୍ବୁଲ୍‌ଡେନିୟାରଙ୍କ ବଲ୍‌ରେ ଡିସିଲଭା ଓ ହେନେରୀ ନିକୋଲ୍ସ ୧୫ ରନ କରିଥିବା ବେଳେ ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ଡି’ସିଲଭାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟରେ ଲଥାମ ଓ ଓ୍ବାଟଲିଂ ଅପରାଜିତ ୭୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ପେରେରା ୨, କୁମାରା ଓ ଏମ୍ବୁଲଡେନିୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୪/୬ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ୨୪୪ ରନରେ ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଧନଞ୍ଜୟ ଡିସିଲଭା ୩୨ରୁ ଖେଳ ଆରମ୍ଭ କରି ୧୦୯ ରନର ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ୧୪୮ଟି ବଲର ସମ୍ମୁଖୀନ ହୋଇ ସେ ୧୬ଟି ଚୌକା ଓ ୨ଟି ଛକା ମାରି ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଦିଲରୁଓ୍ବାନ ପେରେରା ୫ରୁ ଖେଳ ଆରମ୍ଭ କରି ୧୩ ରନ କରି ଆଉଟ ହୋଇଥିଲେ। ସେହିପରି ସୁରଙ୍ଗା ଲାକମଲ ୧୦, ଏମ୍ବୁଲଡେନିୟା ବିନା ସ୍କୋରରେ ଆଉଟ ହୋଇଥିବା ବେଳେ ଲାହିରୁ କୁମାରା ୫ ରନକରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି ସର୍ବାଧିକ ୪, ବୋଲ୍ଟ ୩, କଲିନ୍‌ ଡି ଗ୍ରାଣ୍ଡହୋମ, ଓ୍ବିଲିୟମ ସମରଭିଲେ ଓ ଆଜାଜ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୯୦.୨ ଓଭରରେ ୨୪୪ ଅଲଆଉଟ୍‌
(ଧନଞ୍ଜୟ ଡି’ସିଲଭା- ୧୧୯, କରୁଣାରତ୍ନେ- ୬୫, ମେଣ୍ଡିସ୍‌- ୩୨, ସୌଦି- ୪/୬୩, ବୋଲ୍ଟ- ୩/୭୫)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୬୨ ଓଭରରେ ୧୯୬/୪
(ଲଥାମ- ୧୧୧*, ଓ୍ବାଟଲିଂ- ୨୫*, ଟେଲର- ୨୩, ଓ୍ବିଲିୟମସନ- ୨୦, ପେରେରା- ୨/୭୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମଞ୍ଚେଷ୍ଟରରେ ଢୋଲ ବଜାଉଥିବା ନଜର ଆସିଲେ ମେସି, ଜର୍ସି ପିନ୍ଧି ପାକିସ୍ତାନକୁ କଲେ ସମର୍ଥନ !

ମଞ୍ଚେଷ୍ଟର, ୨।୯: ଲୋକପ୍ରିୟ ଫୁଟବଲର୍‌ ଲିଓନେଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ କିଣିବା ପାଇଁ ମଞ୍ଚେଷ୍ଟର ସିଟି ପ୍ରମୁଖ ଦାବିଦାର...

ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସ୍ଥଗିତ: ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ କରିବ ଏଏଫ୍‌ଆଇ

ନୂଆଦିଲ୍ଲୀ,୨୯।୩(ପି.ଟି.)-ଆଗାମୀ ଜୁନ୍‌ରେ ଆୟୋଜନ ହେବାକୁ ଥିବା ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସ୍ଥଗିତ ରଖିବାକୁ ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ନିଷ୍ପତ୍ତି ନେଇଛି। ଦେଶ...

ରଣଜୀ ଅଧିନାୟକ ବୈଠକ : ଡିଆରଏସ୍‌ ଲାଗୁ,କଏନ ଟସ୍‌ ବାତିଲ ନେଇ ସହମତି

ମୁମ୍ବାଇ, ୧୮।୫(ପି.ଟି.)- ଏଠାରେ ଶୁକ୍ରବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କନ୍‌କ୍ଲେଭ ବା ବୈଠକରେ ରାଣଜୀ ଅଧିନାୟକ ଓ କୋଚ୍‌ମାନେ ଅଂଶଗ୍ରହଣ କରିଥିଲେ।...

ବିରାଟ କି ବିସିସିଆଇ ନୁହେଁ; ଯିବା ପୂର୍ବରୁ ଏହି ଖାସ୍‌ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି୨୦ ବିଶ୍ୱକପ୍‌ ୨୦୨୧ ଶାସ୍ତ୍ରୀଙ୍କ ଶେଷ ଟୁର୍ନମେଣ୍ଟ ଥିଲା। ଏଥିରେ...

ଦକ୍ଷିଣ ଆଫ୍ରିକାକୁ ଫେରୁଛି କ୍ରିକେଟ

ଜୋହାନ୍ସବର୍ଗ, ୧୮।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ ଯୋଗୁ ଗତ ମାର୍ଚ୍ଚରୁ ବନ୍ଦ ରହିଥିବା କ୍ରିକେଟ ଏବେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି।...

ପୁଣି ଜାମ୍ପାଙ୍କୁ ଉଇକେଟ ଦେଲେ କୋହଲି

ରାଜକୋଟ,୧୭।୧- ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ ବଲରେ ଆଉଟ୍‌ ହୋଇଛନ୍ତି।...

କାହା ସହିତ ଓପନିଂ କରିବେ ରୋହିତ ?

ମୁମ୍ବାଇ,୨୪।୩: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ଓପନିଂ କମ୍ବିନେଶନ ବ୍ୟବହାର କରିଆସୁଛି। ଗତ ସିଜନରେ ରୋହିତ ଶର୍ମାଙ୍କ ସହ ଓପନିଂ...

ସନ୍ନ୍ୟାସ ନିଷ୍ପତ୍ତିରୁ ୟୁଟର୍ନ

କଲମ୍ବୋ,୧୩।୧: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବାର ଦିନ କେଇଟାରେ ନିଷ୍ପତ୍ତିରୁ ୟୁଟର୍ନ ନେଇଛନ୍ତି ଶ୍ରୀଲଙ୍କା ଖେଳାଳି ଭାନୁକା ରାଜପାକ୍ଷେ। ଏ ନେଇ ଶ୍ରୀଲଙ୍କା...

Advertisement
Archives

Model This Week