Posted inଖେଳ

ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟୀ ହେବା ସହ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ବୋଲିଂ ଓ ଫିଲ୍ଡିଂରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ତେଣୁ ଏହି ଦୁଇଟି ବିଭାଗରେ ଭାରତ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବ। ଗତ ୧୩ ମାସ ମଧ୍ୟରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ୬ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ତେବେ ସବୁଥିରେ ଭାରତ ବିଜୟୀ ହୋଇଛି। ଶୁକ୍ରବାର ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ସପ୍ତମ ଟି୨୦ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ବାଂଲାଦେଶକୁ ୨-୧ରେ ପରାସ୍ତ କରି ସିଜନର ପ୍ରଥମ ସିରିଜ ବିଜୟ ହାସଲ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସିରିଜ ଜିତିବା ସହିତ ତୃତୀୟ ମ୍ୟାଚ୍‌ରେ ଅନ୍ୟ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏକ ଦୃଢ଼ ଦଳ ଗଠନ ପାଇଁ ଏପରି କରିବାର ଆବଶ୍ୟକତା ରହିଛି।
ପ୍ରଥମ ମ୍ୟାଚ୍‌ରେ ଭାରତ ସର୍ବାଧିକ ରନ୍‌ ଚେଜ୍‌ କରିବାରେ ସଫଳ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ଦ୍ୱାରା ଧାର୍ଯ୍ୟ ହୋଇଥିବା ୨୦୭ ରନର ସ୍କୋରକୁ ଭାରତ ୪ ଉଇକେଟ ହରାଇ ୧୮.୪ ଓଭରରେ ହାସଲ କରି ନେଇଥିଲା। ଲୋକେଶ ରାହୁଲ ୪୦ ବଲରୁ ୬୨ ଓ ଅଧିନାୟକ ବିରାଟ କୋହଲି ୫୦ ବଲରୁ ଅପରାଜିତ ୯୪ ରନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନିୟମିତ ଓପନର ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ଓପନିଂ କରି ରାହୁଲ ପୁଣି ଥରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଏଥିସହିତ ରାହୁଲ ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ ଫର୍ମାଟରେ ୧,୦୦୦ ରନ ପୂରଣ କରିଛନ୍ତି।
ସେହିପରି ଖରାପ କିପିଂ, ଅସ୍ଥିର ପ୍ରଦର୍ଶନ ଓ ବେପରୁଆ ଶଟ୍‌ ଖେଳି ବେଶ୍‌ ସମାଲୋଚିତ ହୋଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଉଟ ହେବାପୂର୍ବରୁ ଦୁଇଟି ଲମ୍ବା ଛକା ମାରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ସେ ଆଗାମୀ ଦିନରେ ମିଳିବାକୁ ଥିବା ସୁଯୋଗର ସଦ୍‌ ବ୍ୟବହାର କରିବେ ବୋଲି ଆଶା କରାଯାଉଛି। କୋହଲିଙ୍କ ବ୍ୟାଟିଂ ଦୃଷ୍ଟାନ୍ତମୂଲକ ଥିଲେ ମଧ୍ୟ ଭାରତୀୟ ବୋଲର ଓ ଫିଲ୍ଡରମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଏଭିନ୍‌ ଲୁଇସ୍‌, ଶିମରନ ହେଟମେର ଓ ଅଧିନାୟକ କିରନ ପୋଲାର୍ଡ ବଡ଼ ବଡ଼ ଶଟ୍‌ ଖେଳି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ବାଂଲାଦେଶ ବିପକ୍ଷ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଦୀପକ ଚହର କିନ୍ତୁ ପ୍ରଥମ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ ମଧ୍ୟ ସେ ୫୪ ରନ ବ୍ୟୟ କରିଥିଲେ। ଏହି ମ୍ୟାଚ୍‌ରେ ସେ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ।
ଦୀର୍ଘଦିନ ପରେ ଦଳକୁ ଫେରିଥିବା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୪ ଓଭର ବୋଲିଂ କରି ୩୬ ରନ ବ୍ୟୟ କରିବା ସହ କୌଣସି ଉଇକେଟ ହାସଲ କରି ନ ଥିଲେ। ଓ୍ବାଶିଂଟନ ସୁନ୍ଦର ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି ଓ ବ୍ରେକ୍‌ ଥ୍ରୁ ଦେବାରେ ବିଫଳ ହୋଇଛନ୍ତି। ଗତ ୬ଟି ଟି୨୦ରେ ସେ ମାତ୍ର ୨ଟି ଉଇକେଟ ଅକ୍ତିଆର କରିଛନ୍ତି। ବୋଲିଂରେ ଉନ୍ନତି ଆଣିବା ପାଇଁ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଫିଲ୍ଡିଂରେ ସୁନ୍ଦର ଓ ରୋହିତ ଶର୍ମା କେତୋଟି କ୍ୟାଚ୍‌ ହାତଛଡ଼ା କରିଥିଲେ। ଏଥି ସହିତ ଏକାଧିକ ମିସ୍‌ଫିଲ୍ଡ ମଧ୍ୟ ହୋଇଥିଲା। ଏହା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି।
ଅପରପକ୍ଷରେ ସିରିଜ ବଞ୍ଚାଇବା ପାଇଁ ଓ୍ବେଷ୍ଟଇଣ୍ଡିଜ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌କୁ ହାତେଇବାକୁ ଚେଷ୍ଟା କରିବ। ତେଣୁ ଏଥିପାଇଁ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ନିୟନ୍ତ୍ରଣରେ ରଖିବା ଜରୁରୀ ହୋଇ ପଡିଛି। ବ୍ୟାଟ୍ସମ୍ୟାନଙ୍କୁ ରୋକିବା ପାଇଁ ଭ୍ରମଣକାରୀ ବୋଲରମାନେ କୌଣସି ରାସ୍ତା ପାଇ ନ ଥିଲେ। ଦ୍ରୁତ ବୋଲର କେସରିକ ଓ୍ବିଲିୟମ୍ସ ୩.୪ ଓଭରରେ ୬୦ ରନ ବ୍ୟୟ କରିଥିଲେ। ଉଇକେଟ ହାସଲ ପାଇଁ ଅଧିନାୟକ କିରନ ପୋଲାର୍ଡ ଅଭିଜ୍ଞ ଜାସନ ହୋଲ୍ଡର ଓ ଶେଲଡନ କଟ୍ରେଲଙ୍କୁ ଆରମ୍ଭରୁ ବୋଲିଂ କରାଇବେ। ପୁଣି ଭ୍ରମଣକାରୀ ଦଳ ୨୩ ଅତିରିକ୍ତ ରନ ବ୍ୟୟ କରିଛି। ଏହାକୁ ନ ରୋକିଲେ ଭାରତକୁ ହରାଇବା ସହଜ ହେବ ନାହିଁ ବୋଲି ଟମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଛି। ଯୋଜନାକୁ କାର୍ଯ୍ୟରେ ପରିଣତ କରିବାରେ ଆମେ ବିଫଳ ହୋଇଛୁ ବୋଲି ପୋଲାର୍ଡ ସ୍ବୀକାର କରିଛନ୍ତି। ତେବେ ଦ୍ୱିତୀୟ ମ୍ୟାଚରେ ଆମେ ପ୍ରଦର୍ଶନର ଉନ୍ନତି ଆଣିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ଗତ ଅଗଷ୍ଟରେ ଭାରତଠାରୁ ୩-୦ରେ ଓ୍ବେଷ୍ଟଇଣ୍ଡିଜ ହାରିଥିଲା। ଏହାର ପୁନରାବୃତ୍ତି ଯେପରି ନ ହୁଏ ସେ ନେଇ ଓ୍ବେଷ୍ଟଇଣ୍ଡିଜ ଏହି ମ୍ୟାଚ୍‌କୁ ଜିତିବା ପାଇଁ ସବୁମତେ ଚେଷ୍ଟା କରିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ସଞ୍ଜୁ ସାମସନ।
ଓ୍ବେଷ୍ଟଇଣ୍ଡିଜ ଦଳ: କିରନ ପୋଲାର୍ଡ (ଅଧିନାୟକ), ଫାବିଆନ ଆଲେନ, ବ୍ରାଣ୍ଡନ କିଙ୍ଗ୍‌, ଦୀନେଶ ରାମଦୀନ, ଶେଲଡନ କଟ୍ରେଲ, ଏଭିନ ଲୁଇସ୍‌, ଶେରଫାନ୍‌ ରଦରଫୋର୍ଡ, ଶିମରନ ହେଟମର, ଖାରି ପିଏର, ଲିଣ୍ଡଲ ସିମନ୍ସ, ଜାସନ ହୋଲ୍ଡର, ହେଡେନ ଓ୍ବାଲ୍ସ ଜୁନିୟର, କିମୋ ପଲ ଓ କେସରିକ ଓ୍ବିଲିୟମ୍ସ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ସ୍ଥାନ: ଥିରୁଭାନନ୍ତପୁରମ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ

 


Enter your email to get our daily news in your inbox.

All Right Reserved By Dharitri.Com

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri