Posted inଖେଳ

ଦ୍ୱିତୀୟ ଟି୨୦: ବିଜୟଧାର ବଜାୟ ଲକ୍ଷ୍ୟରେ ଭାରତ

ଅକ୍‌ଲାଣ୍ଡ,୨୬।୧(ପି.ଟି.)- ପ୍ରଥମ ଟି୨୦ରେ ଚମକପ୍ରଦ ବିଜୟ ହାସଲ କରିଥିବା ଭାରତ ରବିବାର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ବିଜୟରୁ ଅଭିଯାନ ଆରମ୍ଭ କରିବା ସହ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଏହି ହାଇ ସ୍କୋରିଂ ଗ୍ରାଉଣ୍ଡରେ ଖେଳାଯିବ।
ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବା ଆଶା କରାଯାଉନାହିଁ। ତେବେ ବୋଲିଂ ବିଭାଗରେ କିଛିଟା ପରିବର୍ତ୍ତନ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଛୋଟ ବାଉଣ୍ଡାରୀରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଏକ ମାତ୍ରର ବୋଲର ଭାବେ ଯଶପ୍ରୀତ ବୁମ୍‌ରା ଓଭର ପିଛା ୮ରୁ କମ୍‌ ରନ୍‌ ବ୍ୟୟ କରିଛନ୍ତି। ଅନ୍ୟ ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଚତୁର୍ଦ୍ଦିଗକୁ ଶଟ୍‌ ଖେଳି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ପ୍ରଥମ ମ୍ୟାଚ୍‌ରେ ୨୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ଶାମି ଦଳରେ ତାଙ୍କ ସ୍ଥାନ ବଜାୟ ରଖିବା ନିଶ୍ଚିତ ମନେହେଉଛି। ଠାକୁରଙ୍କ ବଦଳରେ ନବଦୀପ ସଇନି ଖେଳିବାର ସମ୍ଭାବନା ରହିଛି। ତେବେ ଛୋଟ ଗ୍ରାଉଣ୍ଡରେ ସଇନିଙ୍କ ଏକ୍ସଟ୍ରା ପେସ୍‌ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଧିକ ରନ ସଂଗ୍ରହ କରିବାର ସୁଯୋଗ ସୃଷ୍ଟି କରିପାରେ। ୩ ଦ୍ରୁତ ବୋଲର ଓ ୨ ସ୍ପିନରଙ୍କୁ ନେଇ ଭାରତ ପୂର୍ବପରି ପଡିଆକୁ ଓହ୍ଲାଇବା କି ନା ତାହା ଟସ୍‌ ପରେ ଜଣାପଡିବ। ସେହିପରି ଜଣେ ଅତିରିକ୍ତ ସ୍ପିନର କୁଲଦୀପ ଯାଦବଙ୍କୁ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ଖେଳାଇବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟତମ ସ୍ପିନର ଭାବେ ଓ୍ବାଶିଂଟନ ସୁନ୍ଦର ମଧ୍ୟ ବିକଳ୍ପ ଭାବେ ଦଳରେ ରହିଛନ୍ତି। ଯଦି ଭାରତ ଜଣେ ଅତିରିକ୍ତ ସ୍ପିନରଙ୍କୁ ଖେଳାଏ ତାହାଲେ ଶିବମ୍‌ ଦୁବେ ତୃତୀୟ ବୋଲିଂ ବିକଳ୍ପ ସୃଷ୍ଟି କରିବେ। ପ୍ରଥମ ଟି୨୦ରେ ଜାଡେଜା ଓ ଚହଲ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି। ଦୁହେଁ ୩୬ ବଲ ପକାଇ ୫୦ ରନ ବ୍ୟୟ କରିବା ସହ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୁଣି ଦିନିକିଆ ବିଶ୍ୱକପ୍‌ ପରେ ଚହଲ ଓ କୁଲଦୀପ ଏକାଠି ହୋଇ ଏପର୍ଯ୍ୟନ୍ତ ଖେଳିନାହାନ୍ତି। ବ୍ୟାଟିଂରେ ଭାରତର ପ୍ରଦର୍ଶନ ଠିକ୍‌ଠାକ ରହିଛି। ତେବେ ଦଳ ପୁନର୍ଗଠନ ଉପରେ ଟିମ୍‌ ମ୍ୟାନେଜମେଣ୍ଟ ଧ୍ୟାନ ଦେବ।
ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦଳର ପ୍ରଦର୍ଶନ ନେଇ ଅଧିନାୟକ ବିରାଟ କୋହଲି ବେଶ୍‌ ସନ୍ତୁଷ୍ଟ ଥିବେ। ମିଡଲ ଅର୍ଡରରେ ଶ୍ରେୟାସ ଆୟାରଙ୍କ ପ୍ରଦର୍ଶନ ପ୍ରଥମ ମ୍ୟାଚ୍‌ରେ ଦୃଷ୍ଟାନ୍ତମୂଳକ ଥିଲା। ୨୯ଟି ବଲ୍‌ ଖେଳି ୫ ଚୌକା ଓ ୩ ଛକା ସହ ୫୮ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇ ଆୟାର ୪ ନମ୍ବରରେ ତାଙ୍କ ସ୍ଥାନ ଦୃଢ଼ କରିବାରେ ସଫଳ ହୋଇଛନ୍ତି। ୨୦୪ ରନ ଚେଜ୍‌ କରି ଭାରତ ନ୍ୟୁଜିଲାଣ୍ଡ ଗସ୍ତ ପୂରା ଢଙ୍ଗରେ ଆରମ୍ଭ କରିଛି।
ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଦଳରେ ଅଦଳ ବଦଳ ଓ ପରୀକ୍ଷା ନିରୀକ୍ଷାକୁ ନେଇ ବେଶ୍‌ ଆଲୋଚନା କରାଯାଇଥିଲା। ୨୦୧୯ ବିଶ୍ୱକପ୍‌ ପୂର୍ବରୁ ମଧ୍ୟ ଠିକ୍‌ ଏହି ଭଳି ଏକ୍ସପେରିମେଣ୍ଟକୁ ନେଇ ସମାଲୋଚନା କରାଯାଇଥିଲା। ଆୟାରଙ୍କ ଫର୍ମ ଭାରତ ପାଇଁ ଏବେ ମୁଖ୍ୟଅସ୍ତ୍ର ହେବାକୁ ଯାଉଛି। ଗତ ୧୨ଟି ଟି୨୦ରେ ଆୟାର ଖେଳିବା ସହ ୧୧ଟି ଇନିଂସରୁ ୩୪.୧୪ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ମ୍ୟାଚ ବିଜୟୀ ମାନସିକତା ମଧ୍ୟ ଚଳିତ ଟି୨୦ ଓ ଦିନିକିଆ ସିରିଜରେ କାମରେ ଆସିବ। ମନୀଷ ପାଣ୍ଡେ ଓ ଶିବମ ଦୁବେ ଦୁହେଁ ପାଳି କରି ମ୍ୟାଚ୍‌ ଫିନିସ କରୁଛନ୍ତି। ପୁଣି ରାହୁଲଙ୍କ୍‌ ଉଇକେଟକିପଂ କୌଶଳ ମଧ୍ୟ ବେଶ୍‌ ସନ୍ତୋଷଜନକ ହୋଇଛି। ତେଣୁ ବ୍ୟାଟିଂ ଲାଇନ୍‌ରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ସୁଯୋଗ ଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ରେ ୧୦ରୁ ୧୫ ରନ ଅଧିକ ରନ ସଂଗ୍ରହ କରିପାରି ନ ଥିଲା। କେବଳ ସେତିକି ନୁହେଁ ଫିଲ୍ଡିଂରେ କେତୋଟି ସୁଯୋଗ ମଧ୍ୟ ହାତଛଡ଼ା କରିଥିଲା ଓ ଏହାର ଫାଇଦା ଉଠାଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ। ଭାରତୀୟ ଖେଳାଳିମାନେ ମଧ୍ୟ ପରିସ୍ଥିତି ସହିତ ଖାପ୍‌ ଖୁଆଇବାରେ ସଫଳ ହୋଇଥିଲେ। ଭାରତକୁ ରୋକିବାକୁ ହେଲେ ଘରୋଇ ଦଳକୁ ସ୍ବତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପଡିବ। ୨୦୧୯ ଫେବୃୟାରୀରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅବଶ୍ୟ ବିଜୟୀ ହୋଇଥିଲା। ତେବେ ଭାରତ ପରେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୨ ବ୍ୟବଧାନରେ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡର ଜବରଦସ୍ତ ବ୍ୟାଟିଂ କରିଥିଲା। ତେବେ ଭାରତକୁ ଘରୋଇ ବୋଲରମାନେ ରୋକିବାରେ ସଫଳ ହୋଇ ନ ଥିଲେ। ପରାସ୍ତ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଦଳରେ ପରିବର୍ତ୍ତନ କରାନଯିବା ଆଶା କରାଯାଉଛି।
ଶନିବାର ଉଭୟ ଦଳ ବିଶ୍ରାମ କରିଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏହି ବିଶ୍ରାମ ବେଶ୍‌ ମହତ୍ତ୍ୱ ରଖୁଛି। ଏହି ମ୍ୟାଚ୍‌ରେ ପୁଣି ଥରେ ଭାରତୀୟ ପ୍ରଶଂସକମାନେ ସେମାନଙ୍କ ଉପସ୍ଥିତି ଜାହିର କରିବାର ସୁଯୋଗ ପାଇବେ। ରବିବାର ୍‌ ଖେଳାଯାଉଥିବାରୁ ପ୍ରଶଂସକ ଏହି ମ୍ୟାଚ୍‌ର ମଜା ନେବେ ଓ ଏହା ହାଇସ୍କୋରିଂ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି ଓ ଓ୍ବାଶିଂଟନ ସୁନ୍ଦର।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ସ୍କଟ କୁଗେଲେଜିନ, କଲିନ ମୁନରୋ, କଲିନ ଡି ଗ୍ରାଣ୍ଡହୋମ, ଟମ୍‌ ବ୍ରୁସ୍‌, ଡାରେଲ ମିଚେଲ, ମିଚେଲ ସାଣ୍ଟନର, ଟିମ୍‌ ସେଇଫେର୍ଟ (ଉଇକେଟକିପର), ହାମିଶ ବେନେଟ, ଇଶ୍‌ ସୋଧୀ, ଟିମ୍‌ ସୌଦି ଓ ବ୍ଲେୟାର ଟକ୍‌ନର।
ସମୟ: ଅପରାହ୍ନ ୧୨. ୨୦
ସ୍ଥାନ: ଅକ୍‌ଲାଣ୍ଡ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri