Posted inଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ ମ୍ୟାଚ୍‌ରେ ରାହାନେ ୧୦୧ ରନ୍‌ର ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଏ’ ୯ ଉଇକେଟ ହରାଇ ୩୮୬ ରନ୍‌ କରିଥିଲା। ଜବାବରେ ଭାରତ ଏ’ ୧୦୯.୩ ଓଭରରେ ୫ ଉଇକେଟ ହରାଇ ୪୬୭ ରନ୍‌ କରିଛି। ଫଳରେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥିସହ ଭାରତ ଏ’ ଦଳର ନ୍ୟୁଜିଲାଣ୍ଡ ଗସ୍ତ ଶେଷ ହୋଇଛି। ୧୪୮ ବଲର ସମ୍ମୁଖୀନ ହୋଇ ରାହାନେ ୧୦୧ ରନ୍‌ କରିଛନ୍ତି। ତାଙ୍କ ଇନିଂସରେ ୧୫ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ ଶୁବମନ ଗିଲ୍‌ (୧୩୬) ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ। ଚେତେଶ୍ୱର ପୂଜାରା (୫୩), ବିଜୟ ଶଙ୍କର (୬୬) ଓ ଅଧିନାୟକ ହନୁମା ବିହାରୀ (୫୯) ଅର୍ଦ୍ଧଶତକ ହାସଲ କରିଥିଲେ। ନିୟମିତ ଟେଷ୍ଟ ଖେଳାଳିଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୩୭.୫ ଓଭର ବୋଲିଂ କରି ଦୁଇ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ପାଇଁ ମନପ୍ରୀତ ବ୍ୟଗ୍ର

ନୂଆଦିଲ୍ଲୀ, ୨୯।୯: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ୨୦୨୩ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇସାରିଛି। ଏହାକୁ ନେଇ ଭାରତୀୟ କ୍ୟାମ୍ପରେ ଉତ୍ସାହ ଓ...

ଦୁଲୀପ ଟ୍ରଫି : କଲ୍‌ସୀଙ୍କ ଶତକ, ନାୟାର ୯୯

ବେଙ୍ଗାଲୁରୁ,୨୪।୮(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ରେଡ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ପ୍ରାରମ୍ଭିକ ବ୍ୟାଟି...

ବକ୍ସିଂ ଡେ ଟେଷ୍ଟ: ହେଡ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ମେଲବୋର୍ନ.୨୭।୧୨(ଏଏଫ୍‌ପି)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ଶତକ ଓ ପରେ ବୋଲରଙ୍କ ପ୍ରାରମ୍ଭିକ ସଫଳତା ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ...

ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ଶେଷ

ଲୀଡ୍ସ, ୫।୭-ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ନୈରାଶ୍ୟର ସହ ଶେଷ ହୋଇଛି। ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ଓ୍ବେଷ୍ଟଇଣ୍ଡିଜ ଲିଗ୍‌...

କରୋନା ପ୍ରଭାବରେ ଗୃହାବଦ୍ଧ ଶ୍ରଦ୍ଧାଞ୍ଜଳିଙ୍କ ମନକଥା

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)– କୋଭିଡ୍‌-୧୯ର କରାଳ କାୟା ସମଗ୍ର ବିଶ୍ୱ ସମୁଦାୟର ନିଦ ହଜାଇ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧଭାବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର...

ଡି ଭିଲର୍ସ, କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ; ରୟାଲ୍ସକୁ ହରାଇଲା ରୟାଲ୍‌

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ର ୩୩ତମ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ହରାଇ...

ବାସନ୍ଦ ହେଲେ ଉମର ଆକମଲ

କରାଚୀ,୨୦।୨- ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ଉମର ଆକମଲଙ୍କ କ୍ୟାରିୟରକୁ ଗୁରୁବାର ଶକ୍ତ ଝଟ୍‌କା ଲାଗିଛି। ଏହି ବ୍ୟାଟ୍ସମ୍ୟାନଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦ...

ଓମାନ ଓପନ୍‌ ଟିଟି: ଚନ୍ଦ୍ରା ଚାମ୍ପିୟନ

ମସ୍କଟ, ୧୫ା୩ (ପି.ଟି.)-ଭାରତର ଉଦୀୟମାନ ଟେବୁଲ ଟେନିସ (ଟିଟି) ଖେଳାଳି ଜିତ୍‌ ଚନ୍ଦ୍ରା ୨୧ବର୍ଷରୁ କମ୍‌ ଓମାନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ...

Advertisement
Archives

Model This Week