ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ନାମରେ ଜଣାଶୁଣା ହେବ। ଏକ ଦାତବ୍ୟ ସଂସ୍ଥା ‘ବୁଖ୍‌ମ୍ୟାନ ଫିଲାନ୍ଥ୍ରୋପିଜ୍‌’ ଆଗାମୀ ଏକ ଦଶନ୍ଧି ପାଇଁ ଏହି ସମ୍ମାନଜନକ ପୁରସ୍କାରର ସମସ୍ତ ଆର୍ଥିକଭାର ବହନ କରିବାକୁ ଚୁକ୍ତିବଦ୍ଧ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୁକର୍‌ ପ୍ରାଇଜ ଫାଉଣ୍ଡେଶନର ୱେବ୍‌ସାଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ନୂତନ ଚୁକ୍ତି ଅନୁଯାୟୀ, ବିଜେତାଙ୍କ ପୁରସ୍କାର ରାଶିକୁ ସିଧାସଳଖ ଦ୍ୱିଗୁଣ କରାଯାଇଛି। ପୂର୍ବରୁ ବିଜେତାଙ୍କୁ ୫୦ ହଜାର ପାଉଣ୍ଡ (ପ୍ରାୟ ୬୪ ଲକ୍ଷ ଟଙ୍କା) ମିଳୁଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧ ଲକ୍ଷ ପାଉଣ୍ଡ (ପ୍ରାୟ ୧.୨୮ କୋଟି ଟଙ୍କା)ରେ ପହଞ୍ଚିଛି। ଅନୂଦିତ ସାହିତ୍ୟର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଏହି ଅର୍ଥରାଶି ଲେଖକ ଏବଂ ଅନୁବାଦକଙ୍କ ମଧ୍ୟରେ ସମାନ ଭାବେ ବିଭାଜନ କରାଯିବ। ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି ଯେ, କେବଳ ମୁଖ୍ୟ ବିଜେତା ନୁହନ୍ତି, ବରଂ ପୁରସ୍କାରର ଚୂଡ଼ାନ୍ତ ତାଲିକା ବା ‘ଶର୍ଟଲିଷ୍ଟ’ରେ ସ୍ଥାନ ପାଇବାକୁ ଥିବା ପ୍ରତ୍ୟେକ ପୁସ୍ତକ ପାଇଁ ୫ ହଜାର ପାଉଣ୍ଡ (ପ୍ରାୟ ୬.୪ ଲକ୍ଷ ଟଙ୍କା)ର ସାହାଯ୍ୟ ପ୍ରଦାନ କରାଯିବ। ଏହି ଅର୍ଥ ମଧ୍ୟ ଲେଖକ ଓ ଅନୁବାଦକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ, ଯାହା ସେମାନଙ୍କର ମିଳିତ ସାରସ୍ବତ ସାଧନାକୁ ଏକ ବଡ଼ ସ୍ବୀକୃତି।
ଏହି ପୁରସ୍କାରକୁ ପୃଷ୍ଠପୋଷକତା କରୁଥିବା ସଂସ୍ଥାର ପ୍ରତିଷ୍ଠାତା ହେଉଛନ୍ତି ବ୍ରିଟିଶ ଶିଳ୍ପୋଦ୍ୟୋଗୀ ଦ୍ମିତ୍ରି ବୁଖ୍‌ମ୍ୟାନ ଏବଂ ତାଙ୍କ ପତ୍ନୀ ଦାରିଆ ବୁଖ୍‌ମ୍ୟାନ। ଦ୍ମିତ୍ରି ହେଉଛନ୍ତି ବିଶ୍ୱପ୍ରସିଦ୍ଧ ମୋବାଇଲ ଗେମିଂ କମ୍ପାନୀ ‘ପ୍ଲେରିକ୍ସ’ର ସହ-ପ୍ରତିଷ୍ଠାତା। ୧୯୮୫ରେ ରୁଷିଆରେ ଜନ୍ମିତ ଦ୍ମିତ୍ରି ପରବର୍ତ୍ତୀ ସମୟରେ ଇସ୍ରାଏଲ ଏବଂ ୨୦୨୦ରୁ ବ୍ରିଟେନରେ ରହିଆସୁଛନ୍ତି। ବ୍ରିଟେନର ୪୦ ବର୍ଷରୁ କମ୍‌ ବୟସର ୧୦ ଜଣ ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି। ଅତୀତରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମୟରେ ତାଙ୍କ କମ୍ପାନୀର ଆଭିମୁଖ୍ୟକୁ ନେଇ କିଛି ବିବାଦ ସୃଷ୍ଟି ହୋଇଥିଲେ ହେଁ ବୁଖ୍‌ମ୍ୟାନ ଭ୍ରାତୃଦ୍ୱୟ ଯୁଦ୍ଧକୁ ନିନ୍ଦା କରିବା ସହ ୟୁକ୍ରେନ୍‌ ରେଡକ୍ରସ୍‌କୁ ବୃହତ୍‌ ଆର୍ଥିକ ସହାୟତା ଦେଇଥିଲେ।

୨୦୨୭ ମସିହାର ପୁରସ୍କାର ପ୍ରଦାନ ପାଇଁ ବିଚାରକ ମଣ୍ଡଳୀର ଗଠନ ସରିଛି। ପ୍ରସିଦ୍ଧ ଉପନ୍ୟାସକାର କେଟି କିତାମୁରା ଏହି ବିଚାରକ ମଣ୍ଡଳୀର ଅଧ୍ୟକ୍ଷତା କରୁଥିବାବେଳେ ଏଥିରେ ଅନୁବାଦକ ପାଟ୍ରିକ ମ୍ୟାକଗିନେସ୍‌, ଲେଖକ କାଲେବ ଆଜୁମା ନେଲସନ, ଉପନ୍ୟାସକାର ଓଲଗା ରାଭନ ଏବଂ ଅଭିନେତ୍ରୀ ତେସା ଥମ୍ପସନ୍‌ ସଦସ୍ୟ ରହିଛନ୍ତି। ୧ ମେ’ ୨୦୨୬ରୁ ୩ ଏପ୍ରିଲ୍‌ ୨୦୨୭ ମଧ୍ୟରେ ବ୍ରିଟେନ କିମ୍ବା ଆୟର୍ଲାଣ୍ଡରେ ପ୍ରକାଶିତ ଇଂଲିଶ ଅନୂଦିତ ପୁସ୍ତକଗୁଡ଼ିକୁ ବିଚାରକୁ ନିଆଯିବ। ପ୍ରାଥମିକ
ତାଲିକା ୧୬ ମାର୍ଚ୍ଚ ୨୦୨୭ରେ ପ୍ରକାଶ ପାଇବ। ଚୂଡ଼ାନ୍ତ ତାଲିକା ୧୫ ଏପ୍ରିଲ ୨୦୨୭ରେ ଘୋଷଣା ହେବ। ମେ ୨୦୨୭ରେ ଏକ ଭବ୍ୟ ସମାରୋହରେ ବିଜେତାଙ୍କ ନାମ ଘୋଷଣା କରାଯିବ। ସୂଚନାଯୋଗ୍ୟ, ୨୦୨୬ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପ୍ରସିଦ୍ଧ ପୁସ୍ତକ ‘ତାଇୱାନ ଟ୍ରାଭେଲଗ୍‌’କୁ ମିଳିଥିଲା, ଯାହାକୁ ଚାଇନିଜ୍‌ ମାଣ୍ଡାରିନ ଭାଷାରୁ ଲିନ୍‌ କିଙ୍ଗ୍‌ ଇଂଲିଶରେ ଅନୁବାଦ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri