ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ବସ୍ତା, ୧୦।୭(ସ୍ବ.ପ୍ର.)-ବସ୍ତା ରେଳଷ୍ଟେଶନ ଉପରେ ଦୈନନ୍ଦିନ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ୫ଟି ବ୍ଲକର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ବସ୍ତା ରେଳଷ୍ଟେଶନ ଆଦର୍ଶ ରେଳଷ୍ଟେଶନର ମାନ୍ୟତା ପାଇଥିବା ସତ୍ତ୍ୱେ ଷ୍ଟେଶନଣ ଉନ୍ନତିକୁ ଅଣଦେଖା କରାଯାଇ ଆସୁଛି। ଦୀର୍ଘଦିନ ଧରି ଯାତ୍ରୀମାନେ ଏହି ଷ୍ଟେଶନରେ ଦିଲ୍ଲୀ, ହାୱଡା, ଚେନ୍ନାଇ ଓ ସିକନ୍ଦରାବାଦ ଯାଉଥିବା ଦ୍ରୁତଗାମୀ ଏକ୍ସପ୍ରେସ ରହଣି ଲାଗି ଦାବି କରି ଆସୁଥିଲେ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାରେ ଭାଜପା ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ରବୀନ୍ଦ୍ର କୁମାର ଜୈନଙ୍କ ନେତୃତ୍ୱରେ ଭାଜପା ରାଜ୍ୟ ପରିଷଦ ସଦସ୍ୟ ସୁବଳ ଚନ୍ଦ୍ର ଦାସ ଓ ଲଙ୍ଗଳେଶ୍ୱର ଭାଜପା ଯୁବମୋର୍ଚ୍ଚା ସଭାପତି ଅଜିତ କୁମାର ପଟ୍ଟାୟତ, ଭୁବନେଶ୍ୱର ନୂଆଦିଲ୍ଲୀ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ ସହ ଚେନ୍ନାଇ ଓ ସିକନ୍ଦରାବାଦ ଯାଉଥିବା ଏକ୍ସପ୍ରେସକୁ ବସ୍ତାରେ ରହଣି ଦାବି ନେଇ ଏକ ଦାବିପତ୍ର ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଓଡ଼ିଶାଭବନସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍‌ କରି ପ୍ରଦାନ କରିଛନ୍ତି। ଏହାସହ ବସ୍ତା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଦାବି ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ଚେଷ୍ଟା କରିବେ ବୋଲି କହିଥିବା ଜୈନ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବଜାର ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶର ଅଫିସ, ୨୦ା୫-ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପରଠାରୁ ବ୍ୟବସାୟିକ କ୍ଷେତ୍ରରେ କେତେକ କୋହଳ କରାଯାଇଥିଲେ ମଧ୍ୟ ମଧ୍ୟ କାହା ପାଖରେ କୌଣସି ସ୍ପଷ୍ଟ ସୂଚନା ନ...

କୂଳ ଖାଉଛି ବୁଢ଼ାବଳଙ୍ଗ :ଆତଙ୍କିତ ଅବସ୍ଥାରେ ୧୫ ପରିବାର

ବାଲେଶ୍ୱର ଅଫିସ, ୨୪।୮(ମାନସ ବିଶ୍ୱାଳ) -ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ପଞ୍ଚାୟତ ଦହପଡ଼ା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀ କୂଳ...

କମୁନି ଚଳନ୍ତା ଟ୍ରେନରୁ କୋଇଲା ଚୋରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ-ଧାମରା ରେଳପଥରେ ଚଳନ୍ତା ଟ୍ରେନରୁ କାଇଲା ଚୋରି କମୁନି। ଏହି କୋଇଲା ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି।...

ଧାନକଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଷୀଙ୍କ ମୃତ୍ୟୁ

ବସ୍ତା, ୧୦।୫ (ଡି.ଏନ.ଏ)- ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ଧାନକଟାକୁ କେନ୍ଦ୍ର କରି ଆକ୍ରମଣ ଯୋଗୁ ଗରାଙ୍ଗ ସୁର (୬୦) ନାମକ ଜଣେ ଚାଷୀଙ୍କର...

କ୍ଷତିପୂରଣ ଯୋଗାଇ ଦେବାକୁ ଜିଲାପାଳଙ୍କୁ ଦାବିପତ୍ର

ଜଳେଶ୍ୱର, ୧୩।୧୧(ଡି.ଏନ.ଏ.)-‘ବୁଲ୍‌ବୁଲ୍‌’ ଦ୍ୱାରା ପ୍ରଭାବିତ ଚାଷୀ ଓ ଜନସାଧାରଣଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ମଣନାଥ ରୋଡ଼ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ବାଲେଶ୍ୱର ଜିଲାପାଳଙ୍କୁ...

ଶକ୍ତିପ୍ରଦର୍ଶନ କଲା ବିଜେଡି

ଭୁବନ, ୧୭।୪(ଡି.ଏନ୍‌.ଏ.)-ଭୁବନ ଏନ୍‌ଏସିରେ ବୁଧବାର ବିଜେଡି ଶକ୍ତିପ୍ରଦର୍ଶନ କରିଛି। ଶତାଧିକ କର୍ମୀ ଏନ୍‌ଏସିରେ ଶୋଭାଯାତ୍ରା କରି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ମନ୍ତ୍ରୀ ପ୍ରଫୁଲ୍ଲ କୁମାର...

୨୮୫୦ ଫଟୋ ପୋଷ୍ଟ ଲାଗି ରାଜେନ୍ଦ୍ରଙ୍କୁ ମୋବାଇଲ ଉପହାର

ସିମୁଳିଆ, ୨୭।୭(ଡି.ଏନ.ଏ.)- ଓଡ଼ିଶାର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ ପରି ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଯୋଗୁ ରାଜେନ୍ଦ୍ର...

୫-ଟି ସଚିବଙ୍କ ଅଚାନକ ଭୋଗରାଇ ଗସ୍ତ

ଭୋଗରାଇ, ୧୦।୨(ଡି.ଏନ.ଏ): ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଅଚାନକ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ କରିଛନ୍ତି। ସକାଳ ୧୦.୩୦ରେ ତାଳସାରିରେ ସଚିବଙ୍କ ହେଲିକପ୍ଟର ଅବତରଣ...

Advertisement
Archives

Model This Week