ଦୋଷ ମାନିଲେ ଅନୁପ

ଝାରସୁଗୁଡ଼ା ଅଫିସ,୧୫ା୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଜଣେ ହତ୍ୟାକାରୀ। ଛତିଶଗଡ଼ ରାଜ୍ୟ ରାୟଗଡ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ଘଟିଥିବା ଏକ ସୁପରିକଳ୍ପିତ ଡବଲ ମର୍ଡର ଘଟଣାରେ ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଛତିଶଗଡ଼ ପୋଲିସ କହିଛି। ପୋଲିସ ଆଗରେ ଅନୁପ ନିଜ ଦୋଷ ସ୍ବୀକାର କରିଛନ୍ତି ା ଏହି ହତ୍ୟା ଘଟଣାର ତଦନ୍ତ କରୁଥିବା ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ ଅନୁପଙ୍କୁ ଉଠାଇ ନେଇଥିଲା। ଗୁରୁବାର ଦିନ ତମାମ ତାଙ୍କୁ ପଚରା ଉଚୁରା କରିବା ପରେ ସେ ନିଜ ଦୋଷ ସ୍ବୀକାର କରିଥିଲେ ା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅନୁପ ଏହି ଚାଞ୍ଚଲ୍ୟକର ଡବଲମର୍ଡର ଘଟଣାର ରହସ୍ୟ ଖୋଲିଛନ୍ତି ବୋଲି ରାୟଗଡ ଜିଲା ଏସ୍‌ପି ସନ୍ତୋଷ ସିଂ ଏକ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ା
ଏସ୍‌ପି ସିଂ କହିଛନ୍ତି, ୨୦୧୬ ମେ ୭ ତାରିଖରେ ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ଜଣେ ମହିଳା ଓ ତାଙ୍କ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତ ବେଳେ ଏହା ଦୁର୍ଘଟଣାଜନିତ ମୃତ୍ୟୁ ଭଳି ଲାଗୁଥିଲା। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା। ହତ୍ୟାକାରୀ ସେହି ମା’ଝିଅଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ମାରି ପରେ ସେହି ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା। ସେତେବେଳେ ଦୁଇ ମୃତଦେହର ପରିଚୟ ମିଳି ନ ଥିଲା। ଉଭୟ ମୃତଦେହ ଡିଏନଏ ଟେଷ୍ଟ କରାଯାଇଥିଲା। ଶେଷରେ ଏକ ହତ୍ୟା ମାମଲା (ନଂ.୧୫୮/୧୬)ରୁଜୁ କରି ଉଭୟ ମୃତଦେହର ଫଟୋକୁ ଓଡିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଥାନାକୁ ପଠାଯାଇଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ପୋଲିସ ଟିମ୍‌ ବି ଗଠନ କରାଯାଇଥିଲା ା ପ୍ରାୟ ୧ ବର୍ଷ ପରେ ମୃତ ମା’ଝିଅଙ୍କ ପରିଚୟ ମିଳିଥିଲା। ଓଡିଶା ପୋଲିସରେ କାର୍ଯ୍ୟରତ ସରୋଜ ଦାଶ ନାମକ ଜଣେ କନ୍‌ଷ୍ଟେବଳ ସେହି ମା’ଝିଅଙ୍କ ପରିଚୟ ସମ୍ପର୍କିତ ତଥ୍ୟ ଦେଇଥିଲେ । ମହିଳା ଜଣକ ହେଲେ ଝାରସୁଗୁଡା ଜିଲା ବ୍ରଜରାଜନଗରର କଳ୍ପନା ଦାଶ(୩୨) ଓ ତାଙ୍କ

ଝିଅ ବବ୍‌ଲି(୧୩)। ଘଟଣା ସ୍ଥଳରୁ ମହିଳାଙ୍କ ମୋବାଇଲ ମିଳି ନ ଥିଲା। ପରେ ତାଙ୍କ ମୋବାଇଲ ନମ୍ବର ଆଣିବା ପରେ କଲ୍‌ ଡିଟେଲ୍ସ ଅଣାଯାଇଥିଲା। ସେଥିରୁ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହିତ ତାଙ୍କର ଲିଙ୍କ୍‌ ଥିବା ଜଣାପଡିଥିଲା। ଏହି ତଥ୍ୟ ପାଇବା ପରେ ଛତିଶଗଡ଼ ପୋଲିସ ବିଭିନ୍ନ ସମୟରେ ଅନୁପଙ୍କୁ ନୋଟିସ ପଠାଇବା ସହିତ ଫୋନ କରି ପୋଲିସକୁ ସହଯୋଗ କରିବାକୁ କହିଥିଲା। ହେଲେ ସେ ରାଜନୈତିକ ପଦବୀରେ ଥିବାରୁ ଏହାର ଫାଇଦା ଉଠାଇ ଚାଲୁଥିଲେ। ପରେ ପୋଲିସ ସମସ୍ତ ତଥ୍ୟ, ପ୍ରମାଣ ଯୋଗାଡ କରିବା ପରେ ଗତ ୬ ମାସ ଧରି ତାଙ୍କ ଉପରେ ନଜର ରଖିଥିଲା। । ମାସକୁ ପ୍ରାୟ ୨୦ ଦିନ ଅନୁପଙ୍କ ପିଛା କରୁଥିଲା ପୋଲିସର ଏକ ସ୍ବତନ୍ତ୍ର ଟିମ। ଶେଷରେ ଗତ ବୁଧବାର ରାତିରେ ତାଙ୍କୁ ଉଠାଇ ଆଣିଥିଲା ପୋଲିସ ା
୨୦୧୧ରୁ କଳ୍ପନାଙ୍କ ସହ ସମ୍ପର୍କ
୨୦୧୧ରେ କଳ୍ପନାଙ୍କ ସହିତ ତାଙ୍କ ସ୍ବାମୀ ସୁନୀଲ ଶ୍ରୀବାସ୍ତବଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ କଳ୍ପନାଙ୍କ ସହିତ ଅନୁପଙ୍କ ସମ୍ପର୍କ ବଢ଼ିଥିଲା। ସେହିବର୍ଷ ଅନୁପ ଭୁବନେଶ୍ୱର ସୁନ୍ଦରପଦାରେ ଏକ ୩ ମହଲାର ଫ୍ଲାଟ୍‌ ତିଆରି କରି କଳ୍ପନାଙ୍କୁ ସେଠାରେ ରଖିଥିଲେ। ଉଭୟେ ସେଠାରେ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ। ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ବବ୍‌ଲିଙ୍କ ଆଡମିଶନ ବେଳେ ଅନୁପ ଓ କଳ୍ପନା ଅଭିଭାବକ ଭାବେ ନିଜକୁ ଦର୍ଶାଇଥିଲେ। ବିଭିନ୍ନ ସମୟରେ ଅନୁପ ଓ କଳ୍ପନା ଦିଲ୍ଲୀ, ବିଶାଖାପଟନାମ୍‌, ହାଇଦ୍ରବାଦ ଓ ଗୋଆ ଆଦି ବୁଲାବୁଲି କରିବାକୁ ଯାଉଥିଲେ। ପରେ କଳ୍ପନା କଟକରେ ଆଇନଜୀବୀ ଭାବେ କାମ କରିବା ଆରମ୍ଭ କରିଥିଲେ। ଏମିତି ଦୀର୍ଘଦିନ ଧରି ଏକା ସଙ୍ଗେ ରହିବାରୁ କଳ୍ପନା ସ୍ତ୍ରୀର ମର୍ଯ୍ୟାଦା ଦାବି କରିବା ସହିତ ସମ୍ପତ୍ତିର ଭାଗ ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହେଉଥିଲା। ଅନ୍ୟପକ୍ଷେ କଳ୍ପନା କିଛି କାମରେ ବିଳାସପୁର ଯାଉଥିଲେ। ଏହାକୁ ନେଇ ଅନୁପଙ୍କ ସନ୍ଦେହ ବଢ଼ିଥିଲା ା କଳ୍ପନା ଆଉ କାହା ସହ ସମ୍ପର୍କ ରଖୁଥିବା ଅନୁପ ସନ୍ଦେହ କରିଥିଲେ। ଏହାପରେ କଳ୍ପନାଙ୍କୁ ରାସ୍ତାରୁ ହଟାଇବାକୁ ଅନୁପ ଯୋଜନା କରିଥିଲେ ା
ବିବାହ ଆଳରେ ହତ୍ୟା
ଯୋଜନା ମୁତାବକ ରାୟଗଡ ଯାଇ ଏକ ମନ୍ଦିରରେ ବିବାହ କରିବାକୁ କଳ୍ପନାଙ୍କୁ ରାଜି କରାଇଥିଲେ ଅନୁପ। ଓଡିଶାରେ ବାହାଘର ହେଲେ ଲୋକେ ଜାଣିବେ ଓ ତାଙ୍କ ରାଜନୈତିକ ଭବିଷ୍ୟତ ନଷ୍ଟ ହୋଇଯିବ କଳ୍ପନାକୁ ସେ ଖୁବ୍‌ ଚତୁରତାର ସହ ବୁଝାଇ ଦେଇଥିଲେ ା କଳ୍ପନା ରାଜି ହେବା ପରେ ଅନୁପ ଏଥିପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲେ ା ସେଦିନ ଥିଲା ୨୦୧୬ ମେ ୫ ତାରିଖ ା ପ୍ରଥମେ କଳ୍ପନା ଓ ବବ୍‌ଲିକୁ ଏକ ଗାଡିରେ ଝାରସୁଗୁଡା ପଠାଇଦେଇଥିଲେ ଅନୁପ। ପରେ ସେ ଅନ୍ୟ ଏକ ଗାଡ଼ିରେ ପିଛା କରି ଝାରସୁଗୁଡା ଆସିଥିଲେ। ଝାରସୁଗୁଡ଼ାର ଏକ ହୋଟେଲରେ କଳ୍ପନା ଓ ବବ୍‌ଲିକୁ ରହିବାର ବ୍ୟବସ୍ଥା କରି ଅନୁପ ବ୍ରଜରାଜନଗରସ୍ଥିତ ଘରକୁ ଫେରିଯାଇଥିଲେ। ତା’ପର ଦିନ ଅର୍ଥାତ୍‌ ୬ ତାରିଖ ରାତି ପ୍ରାୟ ୯ ଟାରେ ଅନୁପ ସେମାନଙ୍କୁ ନେଇ ନିଜ ଗାଡିରେ ଡ୍ରାଇଭର ବର୍ମନ ଟପ୍ପୋଙ୍କ ସହିତ ରାୟଗଡ ଅଭିମୁଖେ ବାହାରିଥିଲେ। ରାତିର ଅନ୍ଧକାର ଓ ଜଙ୍ଗଲ ରାସ୍ତାରେ ଅନୁପଙ୍କ ଗାଡ଼ି ଦ୍ରୁତଗତିରେ ଚାଲୁଥିଲା ା ଏହି ସୁଯୋଗକୁ ହାତଛଡ଼ା କରି ନ ଥିଲେ ଅନୁପ ା ଗାଡିରେ ଥିବା ଏକ ଲୁହା ରଡରେ କଳ୍ପନା ଓ ବବ୍‌ଲିଙ୍କ ମୁଣ୍ଡକୁ ପିଟି ଚାଲିଥିଲେ ସେ ା ଅନ୍ଧକାର ଓ ନିସ୍ତବ୍ଧ ଜଙ୍ଗଲ ଭିତରେ କଳ୍ପନା ଓ ବବ୍‌ଲିଙ୍କ କରୁଣ ଚିତ୍କାର ଆସ୍ତେ ଆସ୍ତେ କମି ଆସିଥିଲା ା ଶେଷରେ ଉଭୟଙ୍କ ଶରୀର ନିସ୍ତେଜ ହୋଇପଡିବା ପରେ ସେମାନଙ୍କୁ ରାସ୍ତା ଉପରେ ପକାଇ ତାଙ୍କ ଉପରେ ଗାଡି ଚଢ଼ାଇକୁ ଉଦ୍ୟମ କରିଥିଲେ ଅନୁପଙ୍କ ଗାଡ଼ି ଚାଳକ। ହେଲେ ସେହି ରାସ୍ତାରେ ଅନ୍ୟ ଗାଡି ଚଳାଚଳ କରୁଥିବାରୁ ଠିକ ଭାବେ ଗାଡି ଚଢ଼ାଇ ନ ପାରି ସେଠାରୁ ଖସିଯାଇଥିଲେ ଅନୁପ ଓ ଡ୍ରାଇଭର ଟପ୍ପୋ ା
୬ରାଜ୍ୟର ୭ ଶହ ଲୋକଙ୍କୁ ପଚରାଉଚୁରା
ଏସ୍‌ପି ସିଂ ଆହୁରି କହିଛନ୍ତି, ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ ମିଳିନାହିଁ ା ଡ୍ରାଇଭର ବର୍ମନ ଟପ୍ପୋଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଛି। ଶୁକ୍ରବାର ଅନୁପଙ୍କୁ କୋର୍ଟ ଚାଲାଣ କରାଯାଇଛି ା ଏହି ମାମଲାରେ ଅଧିକ ତଥ୍ୟ ପାଇଁ ଅନୁପଙ୍କୁ ଡିଏନଏ ଟେଷ୍ଟ କରାଯିବ। ନାର୍କୋ ଟେଷ୍ଟ ଓ ରିମାଣ୍ଡରେ ଅଣାଯିବା ପାଇଁ କୋର୍ଟରେ ଆବେଦନ କରାଯିବ। ଅନୁପ ୨ଟି ମୋବାଇଲ ବ୍ୟବହାର କରୁଥିଲେ। ଗୋଟିଏ ମୋବାଇଲରେ କେବଳ କଳ୍ପନାଙ୍କ ସହିତ କଥା ହେଉଥିଲେ। ଏହି ହତ୍ୟାକାଣ୍ଡର ଖିଅ ପାଇବା ପାଇଁ ପୋଲିସ ୬ ରାଜ୍ୟର ପ୍ରାୟ ୭ ଶହ ଲୋକଙ୍କୁ ପଚରା ଉଚୁରା କରିଥିଲା ବୋଲି ଏସ୍‌ପି କହିଛନ୍ତି ା ଅନୁପ ଦୀର୍ଘ ବର୍ଷ କଳ୍ପନାଙ୍କ ସହିତ ସ୍ବାମୀ ସ୍ତ୍ରୀ ଭାବେ ରହିଥିଲେ ା ସେ ନିଖୋଜ ହେବା ପରେ ବି ଅନୁପ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ ା ଯାହା ପୋଲିସର ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଥିଲା। ଏହି ଘଟଣାରେ ଅନ୍ୟ କେତେଜଣ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ବୋଲି ଏସ୍‌ପି କହିଛନ୍ତି ା
ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଉ
ଅନ୍ୟପକ୍ଷେ କଳ୍ପନାଙ୍କ ସ୍ବାମୀ ତଥା ଝାରସୁଗୁଡ଼ା ବାସିନ୍ଦା ସୁନୀଲ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି, କଳ୍ପନା ଜଣେ ଉଚ୍ଚ ଅଭିଳାଷୀ ମହିଳା ଥିଲେ ା ଏହି ଅଭିଳାଷ ଓ ବଡ ହେବାର ସ୍ବପ୍ନ ତାଙ୍କ ଜୀବନ ନେଲା। ତେବେ ଝିଅ ବବ୍‌ଲିର କିଛି ଭୁଲ ନ ଥିଲା। ନିଷ୍ପାପ ଶିଶୁକୁ ନିର୍ମମ ଭାବେ ହତ୍ୟା କରିଥିବା ଅନୁପଙ୍କୁ ଦଣ୍ଡ ସ୍ବରୂପ ଫାଶୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri