ଦୋଳାରେ ୪ କିମି ବୁହାହୋଇ ଡାକ୍ତରଖାନା ଗଲେ ବଜ୍ରପାତରେ ଆହତ ୨ ନାବାଳକ

ଦଶମନ୍ତପୁର,୨୮ା୧୦(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚ଼ଣାବାଡ଼ ପଞ୍ଚାୟତ ସଲପଗୁଡ଼ା ଗ୍ରାମରେ ରବିବାର ଗାଇ ଚରାଇବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି ଦୁଇ ଜଣ ନାବାଳକ। ସେମାନେ ହେଲେ ସଲପଗୁଡ଼ା ଗ୍ରାମର ମସୁରୀ ମୁଦୁଲିଙ୍କ ପୁଅ ଜଗ ମୁଦୁଲି (୧୭) ଓ କେଶରୀ ମୁଦୁଲିଙ୍କ ଭଣଜା ରମେଶ ଜାନି (୧୮)। ଏହି ଦୁଇଜଣ ଗାଁ ନିକଟସ୍ଥ ଟାଙ୍ଗରୀମାଳିକୁ ଅପରାହ୍ନରେ ଗାଇ ଚରାଇବାକୁ ଯାଇଥିଲେ। ୨ଟା ବେଳେ ବଜ୍ରପାତ ହେବାରୁ ସେଥିରେ ଦୁହେଁ ଅଚେତ୍‌ ହୋଇପଡ଼ିଥିଲେ। ଗାଁଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଗୋବର ଲଗାଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ରାସ୍ତା ଖରାପ ସାଙ୍ଗକୁ ବାଟରେ ରୋକାଟ ନଦୀ ପଡୁଥିବାରୁ ବୁଲାଣି ରାସ୍ତାରେ ଆହତ ନାବାଳକଙ୍କୁ ଦୋଳାରେ ପ୍ରାୟ ୪ କିମି ପେଡ଼ିସିଲ ଯାଏ ବୋହି ନେଇଥିଲେ ଗାଁର ଅନୀ ଜାନୀ, ଭାଗିରଥୀ ମୁଦୁଲି, ରାମ କୁଲେସିକା, ଅଜୁ ସାଉନ୍ତା, ରାଜେନ୍ଦ୍ର ହିକ୍‌କା, ନିର୍ମଳ ସାଉନ୍ତା। ପେଡିସିଲରୁ ଗାଁର ରାମ ଜାନୀ ଓ ଜଣେ ଖବରଦାତା ବାଇକରେ ନାବାଳକ ଦୁହିଁଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ତହସିଲଦାର ଅଜୟ ପ୍ରକାଶ ତିର୍କି କହିଛନ୍ତି, ଆର୍‌ଆଇଙ୍କୁ ପଠାଇ ତଦନ୍ତ ପରେ ସହାୟତା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍‌ ଦେଲା ଆର୍‌ପିଏଫ୍‌

ଛତ୍ରପୁର,୩୦ା୧୨(ଡି.ଏନ.ଏ)-ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ସୋମବାର ହସ୍ତାନ୍ତର କରାଯାଇଛି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା ଇଚ୍ଛାପୁରମ୍‌ ଗୋଲା...

ଆଶ୍ୱସ୍ତି ଆଣିଲା ଅଦିନିଆ ବର୍ଷା

ଢେଙ୍କାନାଳ ଅଫିସ, ୬ା୫ ପାଖାପାଖି ୧୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଥିବା ଢେଙ୍କାନାଳ ଜିଲାବାସୀଙ୍କୁ ଗୁରୁବାର ମିଳିଛି ସାମାନ୍ୟ ଆଶ୍ୱସ୍ତି। କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ...

ଘରେ ଘରେ ଔଷଧ ପହଞ୍ଚାଉଛି ପୋଲିସ

ଆରଡି, ୧୧ା୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଭଦ୍ରକ ଜିଲା ଆରଡି ଫାଣ୍ଡିର କର୍ମଚାରୀମାନେ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ୨୩ଖଣ୍ଡ ଗାଁରେ ଔଷଧ ପହଞ୍ଚାଉଛନ୍ତି। ସୂଚନା...

ପୋକତୁଙ୍ଗା ଡମସାହିରେ ବ୍ୟାପୁଛି ଝାଡ଼ାବାନ୍ତି: ୨୨ ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି

ବନ୍ତଳା,୬ା୧୧(ଡି.ଏନ.ଏ.)-ଅନୁଗୋଳ ବ୍ଲକ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ୨ ଦିନ ହେଲା ଝାଡ଼ାବାନ୍ତି ବ୍ୟାପୁଛି। ଇତିମଧ୍ୟରେ ୨୨ ଆକ୍ରାନ୍ତଙ୍କୁ ସ୍ଥାନୀୟ ଗୋଷ୍ଠୀ...

ସଚେତନ କଲେ ଡିଏସ୍‌ପି

ବନ୍ତଳା,୨୭।୩(ଡି.ଏନ.ଏ.):ବନ୍ତଳା ଥାନା ହମାମିର ଗ୍ରାମରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ ଯୁବଗୋଷ୍ଠୀଙ୍କ ନେତୃତ୍ୱରେ ଏହାର ଆୟୋଜନ ହୋଇଥିବା ବେଳେ ଏଥିରେ ବନ୍ତଳା...

ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ; ବିଭିନ୍ନ ମାରଣାସ୍ତ୍ର ଜବତ

କଣ୍ଟାପଡା,୨୨।୬(ଡି.ଏନ୍‌.ଏ.)-କଟକ ଜିଲା କଣ୍ଟାପଡାସ୍ଥିତ ବଟଗୋସେଇଁ ଗାଦୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ରବିବାର ଡକାୟତି ପାଇଁ ଯୋଜନା କରୁଥିବାବେଳେ ଓଲଟପୁର ପୋଲିସ ଚଢ଼ାଉ କରି...

ଯୁବକଙ୍କୁ ହତ୍ୟା ଅଭିଯୋଗ: ପ୍ରତିବାଦରେ ବ୍ରାହ୍ମଣୀଗାଁ ବନ୍ଦ

ଦାରିଙ୍ଗବାଡ଼ି,୧୮ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ପରିବାର...

ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ...

Advertisement
Archives

Model This Week