ଦୋକାନ୍‌ ସିଲ୍‌, ୧୭ଜଣ ଦେଲେ ଜରିମାନା

ଛତ୍ରପୁର,୪ା୬(ଡି.ଏନ୍‌.ଏ.)- ଛତ୍ରପୁର ଏନ୍‌ଏସି ପକ୍ଷରୁ ସହରରେ ଲକ୍‌ଡାଉନ୍‌ ନିୟମ ପାଳନ ହେଉଛି କି ନାହିଁ ଗୁରୁବାର କଡାକଡି ଯାଞ୍ଚ କରାଯାଇଥିଲା। ଛତ୍ରପୁର ଅପର ବସ୍‌ଷ୍ଟାଣ୍ଡରେ ଥିବା ଏକ ଲୁହା ଦୋକାନକୁ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରାଯିବା ସହ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଏକ ଦୋକାନୀ ବିନା ମାସ୍କରେ ଗ୍ରାହକଙ୍କୁ ସାମଗ୍ରୀ ଦେଉଥିବାରୁ ତାଙ୍କ ଠାରୁ ୫ଶହ ଟଙ୍କା ଏବଂ ବିନା ମାସ୍କରେ ବୁଲୁଥିବା ୧୭ଜଣଙ୍କ ଠାରୁ ୨ଶହ ଟଙ୍କା ଲେଖାଏ ମୋଟ ୩୪ଶହ ଟଙ୍କା ଆଦାୟ କରାଯାଇଛି। ଚଢାଉରେ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁ, ଅତିରିକ୍ତ ତହସିଲଦାର ଯସ୍ମିନ ପ୍ରଧାନ, ଗୌରହରି ପଣ୍ଡା, ଏସ୍‌. ଦାଲେୟାଙ୍କ ସମେତ ଏନ୍‌ଏସି କର୍ମଚାରୀ ଉପସ୍ଥିତ ଥିଲେ। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡରେ ବିପଦ ସାଜିଛି ଶୁଖିଲା ଗଛ, ତୁରନ୍ତ ହଟାଇବା ଦାବି

ଗଣିଆ,୧ା୯(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ବଡ...

ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍‌ପି

ଛତ୍ରପୁର, ୩।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ଜେଇ...

ନାଁକୁ କଟକଣା: ଉପରଠାଉରିଆ ଭାବେ ଚାଲିଛି ଯାଞ୍ଚ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତାକୁ ନେଇ ସ୍ଥିତି ଖରାପ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରଶାସନିକ ଅଧିକାରୀମାନେ ନୂଆ ନିୟମ ଅନୁପାଳନ କରି ଏହାର ମୁକାବିଲା...

ବୋତଲ କଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ଶିଳ୍ପୀ ଇଶ୍ୱର : କହିଲେ ‘ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’

ଭୁବନେଶ୍ବର, ୪।୪(ବ୍ୟୁରୋ): ବୋତଲ କଳାରେ କରୋନା ସଚେତନତା ବାର୍ତ୍ତା ‘ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ l ଶିଳ୍ପୀ ଏଲ୍ ଇଶ୍ୱର ରାଓ ଏଭଳି କିଛି...

‘ମୋ ସରକାର’ ପରେ ପଶିଛି ଛାନିଆ

ଅନୁଗୋଳ ଅଫିସ, ୧୪ା୧୦: ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ମେଡିକାଲ, ଥାନା ଓ ସରକାରୀ କାର୍ଯ୍ୟାଳୟରେ କିପରି ସେବା ଯୋଗାଇ ଦିଆଯାଉଛି ତାହାର...

ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ...

ନିଜ ସାହିରେ ପରିବା ଦୋକାନ ଖୋଲିବେ ଗଞ୍ଜାମ ବ୍ୟବସାୟୀ

ଗଞ୍ଜାମ, ୭।୪(ଡି.ଏନ୍‌.ଏ.): କରୋନା ଭୟ ଥମିବାର ନା ଧରୁନି l ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଯାହା ରାଜ୍ୟ...

ବନ୍ଦ ହେଲା ଜେଲ ଫାଟକ, ଲାଗିବ କ୍ୟାମେରା

ଅନୁଗୋଳ ଅଫିସ, ୧୦।୫ – ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସମସ୍ତ ଜେଲ୍‌ ପାଇଁ ଜାରି କରିଥିବା କଟକଣା ଅନୁଗୋଳରେ ପାଳନ କରାଯାଉ...

Advertisement


Archives

Model This Week