ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ : ଡିଜିପି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ତ୍ୱରିତ ଓ ସମନ୍ବିତ ସେବା ଯୋଗାଇବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ କଟକ ଓ ଭୁବନେଶ୍ୱର ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରାଲ ରୁମ୍‌। ଏହା ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବାରେ ସହାୟକ ହେବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି।
ଗୁରୁବାର ସପ୍ତମ ବାଟାଲିଅନ ପଡ଼ିଆରେ ଅନୁଷ୍ଠିତ କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଯୋଗଦେଇ ଡିଜିପି ଅଭୟ କହିଛନ୍ତି, ପୋଲିସ ଲୋକଙ୍କ ନିକଟର ହୋଇ କାର୍ଯ୍ୟ କରିବା ଦରକାର। ଏଥିପାଇଁ ‘ମୋ ସରକାର’ ଯୋଜନାର କାର୍ଯ୍ୟକାରିତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ମତାମତ ଆଧାରରେ ସେବାକୁ ତ୍ୱରାନ୍ବିତ କରାଯାଉଛି। ଏହାଦ୍ୱାରା ପୋଲିସକୁ ଭଲ ଫିଡ୍‌୍‌ବ୍ୟାକ୍‌ ମିଳୁଛି। ବିଶେଷକରି ଭୁବନେଶ୍ୱର ଓ କଟକରେ କମିଶନରେଟ ପୋଲିସକୁ ଆଗାମୀ ଦିନରେ ଅଧିକ ପିସିଆର୍‌ ଭ୍ୟାନ୍‌ ଯୋଗାଇ ଦିଆଯିବ। ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ପୋଲିସ କର୍ମଚାରୀମାନେ ଏହା ଉପରେ ଅଧିକ ଗୁରୁତ୍ୱ ଦେଇ ନିଜର ବୈଷୟିକ ଦକ୍ଷତା ବଢ଼ାଇବାକୁ ଅଧିକ ଧ୍ୟାନ ଦିଅନ୍ତୁ ବୋଲି ଡିଜିପି ପରାମର୍ଶ ଦେଇଥିଲେ।

????????????????????????????????????

ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କମିଶନରେଟ ପୋଲିସ ମୁଖ୍ୟାଳୟ ନାମ ପରିବର୍ତ୍ତନ କରାଯାଇ ‘ପୋଲିସ ସେବା ଭବନ’ ହେଲା ବୋଲି ଘୋଷଣା କରିଥିଲେ। କମିଶନର କହିଲେ, ଆମେ ‘ଉଇ କେୟାର ଉଇ ଡେୟାର’ ସୀମିତ ନ ରହି ଆହୁରି ଦୁଇ ପାଦ ଆଗକୁ ବଢିବୁ। ‘ଆମ ପୋଲିସ ଆମ ସୁରକ୍ଷା’ ଦିଗରେ ଗୁରୁତ୍ୱ ଦେବୁ। ସମଦେବନା,ସହାନୁଭୂତି ଓ ବୃତ୍ତିଗତ ଦକ୍ଷତାକୁ ପାଥେୟ କରି କମିଶନରେଟ ପୋଲିସ ଆଗକୁ ବଢିବ। ଆଗରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ଆମେ କିପରି ସଫଳତାର ସହିତ ମୁକାବିଲା କରିବୁ ତାହାର ରଣନୀତି ପ୍ରସ୍ତୁତି ଉପରେ ପ୍ରାଥମିକତା ଦିଆଯିବ। ସହରରେ ଆଗକୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହେବ ବୋଲି କମିଶନର କହିଛନ୍ତି।
କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରାଯାଇଥିଲା। ଡିଜିପି ଅଭୟ ଓ ପୋଲିସ କମିଶନର ଷଡ଼ଙ୍ଗୀ ପରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୋଲିସ ଅଫିସର ଓ କର୍ମଚାରୀଙ୍କୁ ପୁରୁସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଏସିପିଭାବେ ପ୍ରାଣକୃଷ୍ଣ ରାଉତ, ଶ୍ରେଷ୍ଠ ଆଇଆଇସି ସୁରେନ୍ଦ୍ର କୁମାରବଳ(ଭୁବନେଶ୍ୱର), ରବି ନାରାୟଣ ଭଞ୍ଜ(କଟକ), ଶ୍ରେଷ୍ଠ ଏଏସ୍‌ଆଇ ଷ୍ଟାଲିନ୍‌ କୁମାର ବିଶ୍ୱାଳ(ଭୁବନେଶ୍ୱର), ଅଭିନାଶ ରାଉତ(କଟକ), ଶ୍ରେଷ୍ଠ ଟ୍ରାଫିକ କନ୍‌ଷ୍ଟେବଳ ଭାବେ ଭରତଚନ୍ଦ୍ର ଦାଶ (ଭୁବନେଶ୍ୱର), ସନ୍ଧ୍ୟାରାଣୀ ସ୍ବାଇଁ(କଟକ)ଙ୍କ ସମେତ ଅନ୍ୟକେତେଜଣ ପୋଲିସ କର୍ମଚାରୀ ପୁରସ୍କୃତ ହୋଇଥିଲେ।
ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ କ’ଣ?
ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା, ଯେଉଁଠାରେ ଅପରାଧୀଙ୍କର ଏକ ଡାଟବେସ୍‌ ରହିବ। ଏଥିସହ ସ୍ବତନ୍ତ୍ର ସିସି କ୍ୟାମେରା ସଂଯୋଗ କରାଯିବ। ଉକ୍ତ କ୍ୟାମେରା ମୁହଁ ଓ ଶରୀରରୁ ଅପରାଧୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ କଣ୍ଟ୍ରୋଲରୁମ୍‌କୁ ଓ୍ବାର୍ନିଂ ଦେବ। ଏହି ଅନୁସାରେ ପୋଲିସ ଟିମ୍‌ ସହଜରେ ଅପରାଧୀଙ୍କୁ ଧରିବା ସହ ଅପରାଧକୁ ମଧ୍ୟ ଏଡ଼ାଇ ଦେଇପାରିବ। ଏହି ବ୍ୟବସ୍ଥା ଏବେ ମୁମ୍ବାଇ, ହାଇଦ୍ରାବାଦ ଆଦି କେତେକ ସହରରେ କାର୍ଯ୍ୟକାରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri