Advertisement

ଦେଶୀ ମଦ ସହ ମୋଟରସାଇକେଲ ଜବତ: ୨ ଜଣଙ୍କୁ ଗରିଫ କଲା ପୋଲିସ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.): କରୋନାକୁ ନେଇ ଗଞ୍ଜାମ ଜିଲାପାଳ ମଦ କାରବାର ସମ୍ପୂର୍ଣ୍ଣ ରୂପେ ବନ୍ଦ ଲାଗି କଡ଼ା ନିର୍ଦ୍ଦେଶ ଜାରି କରିଥିବା ସତ୍ତ୍ୱେ ପୁରୁଷୋତ୍ତମପୁର ଅଞ୍ଚଳରେ ମଦମାଫିଆମାନେ ବିନା ଦ୍ବିଧାରେ ମଦ କାରବାର ଚଳାଇଛନ୍ତି। ଏହାକୁ ନେଇ ରବିବାର ସକାଳେ ପୁରୁଷୋତ୍ତମପୁର ଥାନା ଏଏସ୍‌ଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ଗ୍ରାମାଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏଥିସହ ୮୦ ଲିଟର ଦେଶୀ ମଦ ସହ ମୋଟରସାଇକେଲକୁ ଜବତ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ବଡଖରଡ଼ର ହୀନ ବେହେରା ଓ ଝରଣର ପ୍ରଦୀପ ପ୍ରଧାନ। ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ କହିଛନ୍ତି, ବଡ଼ଖରିଡ଼ା ଗ୍ରାମର ହୀନ ବେହେରା ମୋଟରସାଇକେଲ ଓଡି ୦୭ ଏଚ୍‌ ୨୦୧୮ଯୋଗେ ୮୦ଲିଟର ଦେଶୀ ମଦ ପାଉଚ୍‌ ଧରି ଯାଉଥିବା ବେଳେ ରାଜପୁର ଗ୍ରାମ ନିକଟରେ ଜବତ କରାଯାଇଛି ଯାହାର କେସ ନଂ ୯୩/୨୦। ସେହିପରି ଝରଣ ଗ୍ରାମର ପ୍ରଦୀପ ପ୍ରଧାନ ମୋଟରସାଇକେଲ ଓଡି ୦୭ ବି ୪୩୩୫ ଯୋଗେ ୪୦ ମଦ ପାଉଚ ଧରି ନିଜ ଗ୍ରାମକୁ ଯାଉଥିବା ବେଳେ ଜବତ କରାଯାଇଛି ଯାହାର କେସ୍‌ ନଂ.୯୪/୨୦ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ, ତଟବନ୍ଧର ସୁରକ୍ଷା ଚିନ୍ତା

ପଟ୍ଟାମୁଣ୍ଡାଇ,୩୦।୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ୨୩ ବର୍ଷ ା ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନ ା ସମୁଦ୍ରର ବିଶାଳ ଢ଼େଉ ,୩୦୦...

ଖାଦ୍ୟ ପାଇଁ ଡହଳବିକଳ ଗୋରୁ, କୁକୁର

କଟକ ଅଫିସ,୧୪ା୪: ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁ ଓ କୁକୁର। ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି। ଏପରି କି ଖାଦ୍ୟାଭାବ ଯୋଗୁ କେତେକ...

ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ ଅଫିସ,୧୮।୮: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ...

ବମିଖାଲରୁ କାଦପଡା ଯାଇଛନ୍ତି ଯୁବକ

ଆଠମଲ୍ଲିକ, ୪ା୪(ଡି.ଏନ.ଏ.)- ଭୁବନେଶ୍ୱର ସ୍ଥିତ ବମିଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ହେଲେ...

କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର

ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା...

ସ୍ତ୍ରୀଙ୍କ ଓଢ଼ଣୀରେ ଶିକ୍ଷକଙ୍କ ଅତ୍ମହତ୍ୟା

ରାୟଗଡ଼ା ଅଫିସ,୧୬।୧: ଟିକିରିରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ଶିକ୍ଷକ ପ୍ରଶାନ୍ତ ପଣ୍ଡା(୩୦)ଘରେ ଶୋଇଥିଲେ। ମାତ୍ର ଗୁରୁବାର ସକାଳୁ ସ୍ତ୍ରୀଙ୍କ ଓଢ଼ଣୀରେ...

ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆରଡ଼ି,୨।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଶନିବାର ସନ୍ଧ୍ୟାଠାରୁ ଅନିର୍ଦ୍ଦିଷ୍ଟ କାଳ...

ହେଲ୍ପଲାଇନ୍‌ ନମ୍ବର ଅଭିଯୋଗକୁ ଗୁରୁତ୍ୱ

କଟକ ଅଫିସ,୧୩ା୫:ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ...

Advertisement
Archives

Model This Week