ଦେଶର ୧ନଂ. ବନ୍ଦର ହେବ ପାରାଦୀପ

ପାରାଦୀପ,୧୩ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଏବେ ନୂତନ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ବ୍ୟବସ୍ଥା ଆପଣାଇଛି। ଏପରି ପରିବର୍ତ୍ତନରେ ପଣ୍ୟ କାରବାର ପ୍ରକ୍ରିୟା ତ୍ୱରାନ୍ବିତ ହେଲାଣି। ଗତ ୫ ବର୍ଷ ମଧ୍ୟରେ ପଣ୍ୟ କାରବାର ୭୦% ବୃଦ୍ଧି ପାଇଛି। ଏବେ କ୍ୟାପସାଇଜ୍‌ ଜାହାଜ ଲାଗିବା ବ୍ୟବସ୍ଥା ମଧ୍ୟ କରାଗଲାଣି। ଏହାଦ୍ୱାରା ବନ୍ଦର ୧୦୦ ମିଲିୟନ୍‌ ମେଟ୍ରିକଟନ୍‌ କ୍ଲବ୍‌ରେ ସଦସ୍ୟ ହେବା ସହ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ଭାବେ ମାନ୍ୟତା ପାଇଛି। ଏହି ଧାରା ବଳବତ୍ତର ରହିଲେ ଆଉ ଗୋଟିଏ ବର୍ଷ ଭିତରେ ଉକ୍ତ ବନ୍ଦର ଦେଶର ନଂ ୧ ବୃହତ୍‌ ବନ୍ଦର ମାନ୍ୟତା ପାଇବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି। ବନ୍ଦର ନିଷିଦ୍ଧାଞ୍ଚଳର ଓ୍ବେଟ୍‌ ବେସିନ୍‌ଠାରେ ମଙ୍ଗଳବାର ବୋଇତ ବନ୍ଦାଣ ଓ ବନ୍ଦର ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅଧ୍ୟକ୍ଷ ରାୟ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଏଥିସହ ବନ୍ଦର ଆରମ୍ଭରୁ ଏପର୍ଯ୍ୟନ୍ତ ଘଟିଥିବା ଇତିହାସ ସମ୍ପର୍କରେ କହିଥିଲେ। ବନ୍ଦର ପାଇଁ ମୁଖ୍ୟ ଉଦ୍ୟୋକ୍ତା ବିଜୁ ପଟ୍ଟନାୟକ ଯେଉଁ କାର୍ଯ୍ୟ କରିଥିଲେ ସେ ସବୁ ମନେ ପକାଇଥିଲେ। ସେତେବେଳେ ଚଣ୍ଡିଖୋଲରୁ-ପାରାଦୀପ ପର୍ଯ୍ୟନ୍ତ ଯେଉଁ ଏକ୍ସପ୍ରେସ୍‌ ହାଇଓ୍ବେ କରାଯାଇଥିଲା ତାହା ଦେଶର ପ୍ରଥମଥିଲା। ନେହେରୁ ବଙ୍ଗଳାରେ ପ୍ରଥମେ ୭ ମହଲା କୋଠା ଓ ଲିଫ୍‌ଟ ବ୍ୟବସ୍ଥା କରାଯାଇଥିଲା। ଯାହା ରାଜ୍ୟର ପ୍ରଥମ ଥିଲା। ସେହିଭଳି ପ୍ରଥମେ ମାନସିକତା ନେଇ କାମ କରିବାକୁ ଆହ୍ବାନ ଦେଇଥିଲେ। ନୂତନ ବୈଷୟିକ ପ୍ରକଳ୍ପ ପାଇଁ ବନ୍ଦର ୭୫୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛି। ପୁରୁଣା କ୍ୱାର୍ଟର ବଦଳରେ ନୂତନ ଆବାସିକ ବ୍ୟବସ୍ଥା, ରାଜ୍ୟର ପ୍ରଥମ ଅବଲଣିକରଣ କାରଖାନା, ଫନୀ ଓ ବୁଲ୍‌ବୁଲ୍‌ ବାତ୍ୟାରେ ଉଜୁଡିଯାଇଥିବା ଗଛ ବଦଳରେ ଆସନ୍ତା ୬ ମାସ ମଧ୍ୟରେ ୫୦ ହଜାର ଚାରାରୋପଣ ବ୍ୟବସ୍ଥା, ପ୍ରଥମକରି ସ୍ବିଓ୍ବେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବା, ସହରାଞ୍ଚଳ ରାସ୍ତାର ଦୀର୍ଘ ମିଆଦି ପାଇଁ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ଆଦି ପ୍ରସଙ୍ଗରେ ଅଧ୍ୟକ୍ଷ ରାୟ କହିଥିଲେ। ସମ୍ମାନିତ ଅତିଥି ବନ୍ଦର ଉପ ସଂରକ୍ଷକ କ୍ୟାପେଟନ୍‌ ଅତୁଲ୍ୟ ମହାପାତ୍ର ତାଙ୍କ ବକ୍ତବ୍ୟରେ ନୌବାଣିଜ୍ୟ ଇତିହାସ ଓ ପଣ୍ୟ ପରିଚାଳନା ସମ୍ପର୍କରେ କହିଥିଲେ। ବନ୍ଦର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରହଲ୍ଲାଦ ପଣ୍ଡା ମଧ୍ୟ ନୂଆ ସ୍ପିରିଟ୍‌ ନେଇ କାମ କରିବାକୁ ପ୍ରୋତ୍ସାହନ ଦେଇଥିଲେ। ଏହି ଅବସରରେ ପ୍ରଥମକରି ସମାଜରେ ନିରବଚ୍ଛିନ୍ନ ସେବା କରୁଥିବା ୫ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ପ୍ରତି ସଭାରେ ବିଜୁବାବୁଙ୍କ ପାଇଁ ଶଙ୍ଖ ବଜାଉଥିବା କୁଳମଣି ବାରିକ, ଅନ୍ଧମୂକ ବଧିର ସ୍କୁଲ ଜାଗୃତିରେ ସେବିକାଥିବା ସୁକାନ୍ତି ଲେଙ୍କା, ବନ୍ୟ ସଂରକ୍ଷଣରେ ବ୍ରତୀ ଆନନ୍ଦଚନ୍ଦ୍ର ସେଠୀ, ନୃତ୍ୟଗୁରୁ ସ୍ମୃତିକାନ୍ତ ଶର୍ମା ଓ ସ୍ବଚ୍ଛତା କାମ କରୁଥିବା ବୀଣାପାଣି ଦାସ। ସଭା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ସାଧବାଣୀସାଧବ ପୁଅ ବେଶରେ ସଜ୍ଜିତ କରାଯାଇ ପୋତ ପରିଦର୍ଶନ କରାଯାଇଥିଲା। ମୁଖ୍ୟ ମେକାନିକାଲ ଯନ୍ତ୍ରୀ ସରୋଜ ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri