Posted inଜାତୀୟ

ଦେଶର ଅଧା ଜନସଂଖ୍ୟା ନୀରବ ହତ୍ୟାକାରୀ କୋଳରେ: ମହିଳାଙ୍କ କ୍ଷେତ୍ରରେ ଅଧିକ

ନୂଆଦିଲ୍ଲୀ,୧୮।୫: ଦେଶର ଅଧାରୁ ଅଧିକ ଜନସଂଖ୍ୟା ନୀରବ ହତ୍ୟାକାରୀ ସାଜିଥିବା ଡାଇବେଟିସ୍‌ ସମସ୍ୟାଗ୍ରସ୍ତ। ୧୯ରୁ ୪୯ ବର୍ଷ ବୟସ୍କଙ୍କଠାରେ ଏପରି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୨୦.୮ ପ୍ରତିଶତ ଥିବାବେଳେ ମହିଳାଙ୍କ ସଂଖ୍ୟା ୨୯.୬ ପ୍ରତିଶତ ରହିଛି। ୪୦ ବର୍ଷ ପରେ ଅଧିକ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ଦେଶର ୪୭.୫ ପ୍ରତିଶତ ଲୋକଙ୍କୁ ଏହି ସମସ୍ୟା ସମ୍ପର୍କରେ ଜଣା ନ ଥିବାରୁ ଧିରେଧିରେ ଏହା ଗୁରୁତର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହି ସମସ୍ୟା ଦେଖାଯାଉଥିବା ଲୋକଙ୍କ ମଧ୍ୟରୁ କେବଳ ୨୪.୮ ପ୍ରତିଶତଙ୍କ କ୍ଷେତ୍ରରେ ଏହା ନିୟନ୍ତ୍ରିତ ହୋଇପାରୁଥିବା ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ତେବେ ସଚେତନତା ଅଭାବରୁ ସ୍ଥିତି ଅଧିକ ଗୁରୁତର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

କ୍ରିଷ୍ଣ ମୋହନଙ୍କୁ ମିଳିଲା ଗୁରୁଦାୟିତ୍ୱ: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା…

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଚାରିପଟେ ଘୁରିବୁଲିଲା ଇଣ୍ଡୋନେସିଆର ବାୟୁସେନାର ଲଢ଼ୁଆ ବିମାନ: ଆଉ ତା’ପରେ…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ରାଜଧାନୀ ଜାକର୍ତ୍ତାରେ ଜୋରଦାର ସ୍ବାଗତ…

ଅଗ୍ନିବୀରଙ୍କ ପାଇଁ ଖୁସିଖବର: ସେନାରେ ବଢ଼ିବ ସ୍ଥାୟୀ କୋଟା!

ନୂଆଦିଲ୍ଲୀ,୬।୭: ‘ଅଗ୍ନିବୀର’ ଯୋଜନା ଦେଶର ସବୁଠାରୁ ଚର୍ଚ୍ଚିତ ସାମରିକ ପଦକ୍ଷେପ ମଧ୍ୟରୁ ଗୋଟିଏ। କିନ୍ତୁ ଏହା ଦେଶରେ ବହୁତ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ଯୋଜନା ଅଧୀନରେ…

ଟିଏମସିରେ ଫାଟ ପରେ ବି କମିନି ମମତାଙ୍କ ଦବଦବା; ତାଙ୍କ ବିନା ରାଜ୍ୟ ସଭାର ଗୋଟିଏ ବି ସିଟ୍‌ ଜିତିପାରିବେନି…

କୋଲକାତା,୬।୭: ପଶ୍ଚିମବଙ୍ଗରେ ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ କମିଶନ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକ ପାଇଁ ଜୁଲାଇ ୨୪ରେ ମତଦାନ ହେବ ଏବଂ ସେହି…

ଗାଈ ଚରାଇବା ବେଳେ ମାଡ଼ିବସିଲା ସିଂହ, ଗୋଡ଼କୁ ଧରି…

ନୂଆଦିଲ୍ଲୀ,୬।୭:  ଗୁଜୁରାଟର ପାଲିଟାନାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଗୋଡକୁ ଧରି…

ପହଲଗାମ ଆକ୍ରମଣ: LeT ମୁଖ୍ୟ ହାଫିଜ ସୟିଦଙ୍କୁ ଅଭିଯୁକ୍ତ ଦର୍ଶାଇଲା NIA

ନୂଆଦିଲ୍ଲୀ,୬।୭: ପହଲଗାମ ଆକ୍ରମଣ ମାମଲାର ଜାତୀୟ ତଦନ୍ତ ସଂସ୍ଥା (NIA) ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି। ଚାର୍ଜସିଟ୍‌ରେ NIA ପହଲଗାମ ଆକ୍ରମଣ ମାମଲାରେ LeT ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri