Posted inଖେଳ

ଦେବାଶିଷ, ଅକ୍ଷନ୍ତଙ୍କୁ ଟାଇଟଲ

ଭୁବନେଶ୍ୱର, ୭।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ଏଆଇଟିଏ-ଓଟିଏ ଟ୍ୟାଲେଣ୍ଟ ସିରିଜ (ଟିଏସ୭) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଦେବାଶିଷ ସାହୁ ଓ ଅକ୍ଷନ୍ତ ବେଉରିଆ ଚାମ୍ପିୟନ ହୋଇଛନ୍ତି। ୧୬ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଫାଇନାଲରେ ସର୍ବଭାରତୀୟ ର଼୍ୟାଙ୍କ୍‌ର ୧୯୪ ନମ୍ବର ର଼୍ୟାଙ୍କ୍‌ରେ ଥିବା ଦେବାଶିଷ ୬-୧, ୬-୨ ସେଟ୍‌ରେ ଅନ୍ୟତମ ଓଡ଼ିଆ ଖେଳାଳି ଯଶରାଜ ନାୟକଙ୍କୁ ପରାସ୍ତ କରିଛନ୍ତି। ସେହିପରି ୧୨ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଫାଇନାଲରେ ସର୍ବଭାରତୀୟ ର଼୍ୟାଙ୍କ୍‌ର ୨୮୭ତମ ସ୍ଥାନରେ ଥିବା ଅକ୍ଷନ୍ତ ୬-୧, ୬-୨ ସେଟ୍‌ରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟଙ୍କୁ ହରାଇ ଦେଇଛନ୍ତି। ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ୩ ଇଷ୍ଟର୍ନ ଜୋନ୍‌ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରୁ ୪୫ ପ୍ରତିଯୋଗୀ ଭାଗ ନେଇଥିଲେ। ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀ ଯଥାକ୍ରମେ ୧୫ ଓ ୧୨ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରିଛନ୍ତି। ଟେନିସ ଆସୋସିଏଶନ ଅଫ ଭୁବନେଶ୍ୱର ସମ୍ପାଦକ ବିଜୟ କୁମାର ସାହୁ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ନିର୍ଦ୍ଦେଶକ ବି.କେ. ଦାସ, ରେଫରି ଯତୀନ ବୈତ୍ସ୍ୟ ଓ ଓଟିଏ ମ୍ୟାନେଜର ପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁଇମିଂରେ ରିଦ୍ଧିଙ୍କ ସଫଳତା

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୁଇମିଂର ମହିଳା ୫୦ ମିଟର ବ୍ରେଷ୍ଟ ଷ୍ଟୋକରେ ରିଦ୍ଧି ବୋହ୍‌ରା ରୌପ୍ୟ...

ଜନତଙ୍କୁ ୫ ଉଇକେଟ: ଦ୍ୱିତୀୟ ଟି୨୦ରେ ଆଫ୍‌ଗାନିସ୍ତାନ ବିଜୟୀ

ଲକ୍ଷ୍ନୌ,୧୭।୧୧(ପି.ଟି.)- ୨୧ ବର୍ଷୀୟ ମିଡିୟମ ପେସର କରିମ ଜନତଙ୍କ ଦମ୍‌ଦାର ପ୍ରଦର୍ଶନ (୫/୧୧) ସହାୟତାରେ ଆଫଗାନିସ୍ତାନ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪୧ ରନରେ ପରାସ୍ତ...

ରୋମାଞ୍ଚକର ହେବ ଫାଇନାଲ୍‌: ୫ ଖେଳାଳିଙ୍କ ମଧ୍ୟରେ ରହିଛି ଖାସ୍‌ ସମ୍ପର୍କ

ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ର ଫାଇନାଲ ଜୁନ ୧୮ରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଉଭୟ ଟିମ ଇଣ୍ଡିଆର...

ଓ୍ବେଷ୍ଟଇଣ୍ଡିଜ ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭...

ଫୁଟବଲ୍‌ ଖେଳିଲେ ଧୋନୀ

ମୁମ୍ବାଇ,୩୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସେନାରେ ଟ୍ରେନିଂ ନେବା ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଫୁଟବଲ ଖେଳିଛନ୍ତି। ଏକ ଦାତବ୍ୟ ଅନୁଷ୍ଠାନକୁ ପାଣ୍ଠି...

ନର୍ଥଇଷ୍ଟକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୧୪।୨(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଇଣ୍ଡିଆନ ସୁପରଲିଗ୍‌ରେ ରବିବାର ଓଡ଼ିଶା ଏଫ୍‌ସି ଭାସ୍କୋର ତିଲକ ମୈଦାନରେ ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ। ଭୁବନେଶ୍ୱରଭିତ୍ତିକ ଓଡ଼ିଶା ଦଳ...

ଧୋନୀଙ୍କ ପାଇଁ ଖୁସି ଖବର; କରୋନାରୁ ସୁସ୍ଥ ହେଲେ ଏହି ଖେଳାଳି

ଦୁବାଇ, ୨୧।୯: ଚେନ୍ନାଇ ସୁପର୍‌ କିଙ୍ଗ୍‌ (ସିଏସ୍‌କେ) ପାଇଁ ଖୁସି ଖବର। ଦଳର ଯୁବ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଏକ୍ୱାଡ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି।...

ପରିଶ୍ରମର ଫଳ ମିଳିଛି

ଭୁବନେଶ୍ୱର, ୧୯।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ୯ମ ଆଥଲେଟ୍‌ଭାବେ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଜାତୀୟ ରେକର୍ଡଧାରିଣୀ ଭାରତୀୟ ସ୍ପ୍ରିଣ୍ଟ...

Advertisement
Ten Cric Info


Archives

Model This Week