ଦେବଗଡ଼ରୁ ବାଘ ଛାଲ ଜବତ ଘଟଣା: ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା ଏନ୍‌ଟିସିଏ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦେବଗଡ଼ ଜିଲାରୁ ଜବତ ହୋଇଥିବା କଲରାପତରିଆ ବାଘ ଛାଲ ଜବତ ଘଟଣାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି, ତା’ର ଏକ ବିସ୍ତୃତ ରିପୋର୍ଟ ଦେବାକୁ ସୋମବାର ଏନ୍‌ଟିସିଏ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଦେବଗଡ଼ ଜିଲାରୁ ୭ ଫୁଟର ଏକ କଲରାପତରିଆ ବାଘ ଛାଲ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ଜେଲ୍‌ ବିଭାଗ କର୍ମଚାରୀଙ୍କ ପୁଅ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ହେଲେ ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ଶଚିକାନ୍ତ ନାୟକ। ରମଣୀସେନ ଏହି ମାମଲାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ରାଉରକେଲାରେ ବାଘ ଛାଲ ବିକ୍ରି କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଣ୍ଡାଲ୍‌କୋ, ଜିଏମ୍‌ଆର୍‌କୁ ୧୦କୋଟି ଜରିମାନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି ୧ରେ ପୂର୍ବରୁ ଉତ୍ତୋଳନ କରୁଥିବା ହିଣ୍ଡାଲ୍‌କୋ କମ୍ପାନୀ ଓ ଛତିଶଗଡ଼ର ଜିଏମ୍‌ଆର୍‌ କମ୍ପାନୀ ନ୍ୟାଶନାଲ ଗ୍ରୀନ୍‌...

‘ଇନ୍‌ଟାଞ୍ଜିବଲ କଲ୍‌ଚରାଲ ହେରିଟେଜ୍‌’ ତାଲିକାରେ ଓଡ଼ିଶାର ୩ ପରମ୍ପରା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ‘ଇନ୍‌ଟାଞ୍ଜିବଲ କଲ୍‌ଚରାଲ ହେରିଟେଜ୍‌’ ତାଲିକାରେ ଭାରତ ସରକାର ଓଡ଼ିଶାର ୩ ସାଂସ୍କୃତିକ ପରମ୍ପରାକୁ ସାମିଲ କରିଛନ୍ତି। ସେଗୁଡିକ ହେଲୋ ମାଣବସା ଗୁରୁବାର, ଛଉନୃତ୍ୟ ଏବଂ...

ଆଜି ସର୍ବାଧିକ ୧୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ: ଦିଗ୍‌ଦର୍ଶନ ଦେବେ ୧୦ ଅଭିଜ୍ଞ ଡାକ୍ତର

କଟକ ଅଫିସ,୨।୩: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ ଭାବେ ଗଢ଼ିତୋଳିବା ଦିଗରେ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୂର୍ବରୁ ପ୍ରାୟ ୧୦ହଜାର କୋଟି ଟଙ୍କାର...

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ...

ଆକାଶଙ୍କ ଜେରାରୁ ଦୃଢ଼ ପ୍ରମାଣ ମିଳିଲା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ବହୁକୋଟି ଠକେଇ ଓ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌କୁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ...

ବ୍ୟାଙ୍କ କାରବାର ଠପ୍‌

ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍‌ ହୋଇଯାଇଛି। ୟୁନାଇଟେଡ...

ତଳିଆ ଅଞ୍ଚଳରେ ପହଞ୍ଚୁନି କେନାଲ ପାଣି : ବିଲ ମୁଣ୍ଡରେ ବସି ଫେରୁଛନ୍ତି ଚାଷୀ

କୁଜଙ୍ଗ,୧୦ା୮(ସ୍ବ.ପ୍ର.): ଶ୍ରାବଣ ମାସ ସରିବାକୁ ବସିଲାଣି, ମାତ୍ର ଚାଷୀଙ୍କ ଜଳସେଚନ ଚିନ୍ତା ଦୂର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟ ଠିକ୍‌...

Advertisement
Archives

Model This Week