ଦେବକୁଣ୍ଡ ଯାଉଥିବା ବେଳେ ଟ୍ରକ୍‌କୁ ଧକ୍କା ଦେଲା ଟୁରିଷ୍ଟ ଭ୍ୟାନ୍‌: ୩ ପର୍ଯ୍ୟଟକ ମୃତ, ୧୫ ଗୁରୁତର

ବାଲେଶ୍ୱର ଅଫିସ,୮।୧୨: ବାଲେଶ୍ୱର ଜିଲା ସେରଗଡ଼ସ୍ଥିତ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ରବିବାର ଭୋର ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ ଗାଡ଼ି ଟ୍ରକ୍‌କୁ ପଛରୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଗଙ୍ଗାଧର ଦାସ(୮୦), ଶ୍ରୀନାଥ ଦାସ(୪୫) ଏବଂ ବାପି ମିଶ୍ର(୪୦)। ଗୁରୁତରମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପୁରୀ ଜିଲା ବାଲିସାହି ଅଞ୍ଚଳର ୨୦ରୁ ଅଧିକ ପର୍ଯ୍ୟଟକ ଏକ ଟୁରିଷ୍ଟ ଭ୍ୟାନ୍‌ (ଓଡି-୦୨ଏଓ୍ବାଇ୬୩୧୬) ଯୋଗେ ମୟୂରଭଞ୍ଜର ଦେବକୁଣ୍ଡ ଅଭିମୁଖେ ଯାତ୍ରା କରୁଥିଲେ। ଉକ୍ତ ସ୍ଥାନରେ ଏକ ଟ୍ରକ୍‌କୁ ଉକ୍ତ ଟ୍ରାଭେଲରଟି ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ। ପରେ ଆମ୍ବୁଲାନ୍ସ ଓ ପୋଲିସ ସହାୟତାରେ ସମସ୍ତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟି ହତ୍ୟା କଲେ ସ୍ବାମୀ

ଟାଙ୍ଗୀ(ଖୋର୍ଦ୍ଧା),୨୫ା୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣର ମାନସିଂହପୁର ଗ୍ରାମ ଗୋପବନ୍ଧୁ ସାହିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଗ୍ରସ୍ତ ସ୍ବାମୀ...

ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ, ମରାମତି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ବାରିପଦା ଅଫିସ,୩୧।୧୦: ମୟୂରଭଞ୍ଜ ଜିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଆଦିବାସୀ ଛାତ୍ରୀ ହଷ୍ଟେଲ ବହୁ ଅବ୍ୟବସ୍ଥା ଭିତରେ ଗତି କରୁଛି। ଏହି ହଷ୍ଟେଲଟି ୧୦୦ ଶଯ୍ୟା...

ଭିଜିଲାନ୍ସ ଜାଲରେ ରାସୋଳ ଥାନାଧିକାରୀ: ୫୦ ହଜାର ଟଙ୍କା ବଟି ନେଉଥିଲେ

ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍‌.ଏ.), ୨୯।୫- ମାସିକିଆ ବଟି ନେଉଥିବାବେଳେ କଟକ ଭିଜିଲାନ୍ସ ସେଲ୍‌ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲା ରାସୋଳ ଥାନାଧିକାରୀ ତଥା ଏସ୍‌ଆଇ ସନ୍ତୋଷ...

ରାଜ୍ୟରେ ନକଲି ଔଷଧ କାରବାର ଘଟଣା: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨।୭: ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ଦାବିକରି ଆମ୍‌ ଜନତା ଅଧିକାର ଟ୍ରଷ୍ଟର ଆବାହକ ବାସୁଦେବ ଭଟ୍ଟ ଗୁରୁବାର ହାଇକୋର୍ଟରେ...

ରେଭେନ୍‌ଶା ୱେବ୍‌ସାଇଟରୁ ମିଳୁଛି ପାଠ୍ୟପୁସ୍ତକ

କଟକ ଅଫିସ,୨୪ା୪: କରୋନା ମହାମାରୀ ପାଇଁ ଜୁନ ୧୭ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ...

ସରିନି ଧାନକିଣା, କଟକଣା ଆରମ୍ଭ

ବରଗଡ଼ ଅଫିସ୍‌,୧୭।୬:  ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟକୁ ଆଉ ସପ୍ତାହକ ପରେ ଦେଢ଼ମାସ ବିତିବ । ଏହି ପ୍ରକ୍ରିୟାରେ ଜିଲାରେ ଖୋଲା ଯାଇଥିବା...

ଓଡ଼ଗାଁରେ ଲକ୍‌ଡାଉନ

ଓଡଗାଁ, ୨୪।୩(ସ୍ବ. ପ୍ର.): ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଲକ୍‌ଡାଉନ୍‌ ପ୍ରଭାବ ଦେଖିବାକୁ ମିଳିଛି। ସାଧାରଣ ଲୋକେ କରୋନାର ଭୟାବହତାକୁ...

ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ଉପରେ ତ୍ରିପାକ୍ଷିକ ଆଲୋଚନା

ଜଗତ୍‌ସିଂହପୁର ଅଫିସ, ୧୧।୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ପକ୍ଷରୁ ୫୩,୭୦୦ କୋଟି ଟଙ୍କା ବିନିମୟରେ ପାରାଦୀପରେ ସମନ୍ବିତ ଇସ୍ପାତ ପ୍ରକଳ୍ପ କରିବାକୁ ପ୍ରସ୍ତାବ ରହିଛି। ଏ ନେଇ...

Advertisement
Archives

Model This Week