ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋମବାର ଏନେଇ ସେମାନେ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଆସି ଏହି କଲେଜରେ ସେମାନେ ନାମ ଲେଖାଇଛନ୍ତି। କିନ୍ତୁ ରହିବା ପାଇଁ ହୋଷ୍ଟେଲରେ ସିଟ୍‌ ମିଳୁ ନ ଥିବା ଯୋଗୁ ସେମାନେ ହଇରାଣ ହେଉଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଛାତ୍ରମାନେ ଗୁହାରି କରିଛନ୍ତି ।
ପ୍ରକାଶ ଯେ, ଖଲ୍ଲିିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ପାଇଁ ଏକ ମାତ୍ର ହଷ୍ଟେଲ୍‌ ହେଲା ଆର୍‌.କେ.ହଷ୍ଟେଲ୍‌। ଜୁନିୟର୍‌ କଲେଜର ମଧ୍ୟ ଗୋଟିଏ ହଷ୍ଟେଲ୍‌ ଥିଲା, ଯେଉଁଥିରେ ପ୍ରାୟ ୩୦ ଛାତ୍ର ରହିପାରୁ ଥିଲେ। ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରମାନେ ଏହି ହଷ୍ଟେଲ୍‌ରେ ରହୁଥିବା ବେଳେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଏବଂ ଯୁକ୍ତ ୩ ର ତିନି ବର୍ଷର ଛାତ୍ରମାନେ ଆର୍‌.କେ. ହଷ୍ଟେଲ୍‌ରେ ରହୁଛନ୍ତି। ଚଳିତ ଶିକ୍ଷା ବର୍ଷ ଆରମ୍ଭରେ ଯୁକ୍ତ ୨ ହଷ୍ଟେଲ୍‌କୁ ଅସୁରକ୍ଷିତ ଦର୍ଶାଇ କଲେଜ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। ଦ୍ୱିତୀୟ ବର୍ଷ ଛାତ୍ରମାନେ ଆର୍‌.କେ. ହଷ୍ଟେଲ୍‌ରେ ରହୁଛନ୍ତି। ହେଲେ ପ୍ରଥମ ବର୍ଷ ଛାତ୍ରଙ୍କ ରହିବା ପାଇଁ ଜାଗା ନାହିଁ। ସାଧାରଣ ଛାତ୍ରମାନେ ଘରୋଇ ମେସ୍‌ କରି ରହୁଛନ୍ତି।
କିନ୍ତୁ ଦୃଷ୍ଟିହୀନ ଛାତ୍ରମାନେ ରହିବା ପାଇଁ ହଇରାଣ ହେଉଛନ୍ତି। ଚଳିତ ଶିକ୍ଷା ବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷରେ ପ୍ରାୟ ୧୦ଜଣ ଦୃଷ୍ଟିହୀନ ଛାତ୍ର ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଘର ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଆଦି ଜିଲାରେ। ଅସୁବିଧା ସମ୍ପର୍କରେ ଜାଣିବା ପରେ ମିଲଟନ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ସେମାନଙ୍କ ରହିବା ସୁବିଧା କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବା ସମ୍ଭବ ନୁହଁ । ଏ ସମ୍ପର୍କରେ ଗତ ୫ତାରିଖରେ ଦୃଷ୍ଟିହୀନ ଛାତ୍ରମାନେ ଜିଲାପାଳ କୁଲାଙ୍ଗେଙ୍କ ନିକଟରେ ଅଭିଯୋଗ କରିଥିଲେ। ହଷ୍ଟେଲ୍‌ରେ ରହିବା ବ୍ୟବସ୍ଥା କରିବା ପାଇଁ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜିଲାପାଳ କୁଲାଙ୍ଗେ ଚିଠି ଲେଖିଥିଲେ। ତଥାପି କଲେଜ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ସୋମବାର ଦୃଷ୍ଟିହୀନ ଛାତ୍ର ତ୍ରିଲୋଚନ ବେହେରା, ମାନବ ପଣ୍ଡା, ଅଜିତ ବିଷୋୟୀ, ଶୁଭଜିତ ମଣ୍ଡଳ, ଅଜିତ ଖଣ୍ଡୁଆ ଓ ଦେବାଶିଷ ସାହୁ ପ୍ରମୁଖ ପୁଣି ଥରେ ଜିଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରତିଶ୍ରୁତି ଦେଇଥିଲେ ।
ସମ୍ପର୍କରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଉତ୍ତମା ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବାନୁଯାୟୀ, ଆର୍‌.କେ. ହଷ୍ଟେଲ୍‌ରେ ସମସ୍ତ ସିଟ୍‌ ଭର୍ତ୍ତି ହୋଇଯାଇଛି। ଆଉ ଜାଗା ନାହିଁ ।
ଜୁନିୟର୍‌ କଲେଜ ହଷ୍ଟେଲ୍‌କୁ ବନ୍ଦ କରି ଦିଆଯାଇଥିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। ତଥାପି ଛାତ୍ରଙ୍କ ଅଭିଯୋଗର ବିଚାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ଏସ୍‌ସିବି ପ୍ରସ୍ତୁତ

କଟକ ଅଫିସ, ୧୪।୩: ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କଟକ ଏସ୍‌ସିବି ମେଡିକାଲ...

ସୀମା ସିଲ୍‌ ବେଳେ ବିବାଦ: ଓଡ଼ିଶାରେ ପଶି ଟେଣ୍ଟ ବାନ୍ଧିଲା ଝାଡଖଣ୍ଡ ପୋଲିସ

ବଡବିଲ, ୩୧ା୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ରାଜ୍ୟ ସୀମାନ୍ତଗୁଡିକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ...

ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କୁ ବିରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ସୋମବାର ଅପରାହ୍ନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ...

ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲକର: ମନ୍ତ୍ରୀ

ଭୁବନେଶ୍ୱର, ୧୬ା୫(ବ୍ୟୁରୋ): କରୋନା ମୁକାବିଲା ଲାଗି ସାରା ରାଜ୍ୟରେ ଲକ୍‌ଡାଉନ ବଳବତ୍ତର ରହିଛି। ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ପାଟଣା ବିଧାୟକ ଜଗନ୍ନାଥ ନାୟକ

ପାଟଣା,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଜଗନ୍ନାଥ ନାଏକ ବୁଧବାର ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ଭୁବନେଶ୍ୱର ବିଧାନସଭା ସେକ୍ରେଟାରୀ...

ଆଜି ଦୀପାବଳି: ପୟା ଶ୍ରାଦ୍ଧ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୨୭।୧୦: ପବିତ୍ର ଦୀପାବଳି ଅବସରରେ ରବିବାର ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ବାଇଶି ପାହାଚରେ ଶ୍ରାଦ୍ଧ...

ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ: ଭୁଲ ଜଙ୍ଗଲ ଜମି ରିପୋର୍ଟକୁ ନେଇ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ,୨୯ା୮: ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଙ୍ଗନୱାଡି କେନ୍ଦ୍ର...

ମୋହନା, ନୂଆଗଡକୁ କେରଳରୁ ଫେରିଲେ ୩୮ଜଣ

ଆର.ଉଦୟଗିରି,୫ା୫(ଡି.ଏନ.ଏ.)- ଗଜପତି ଜିଲା ମୋହନା ଓ ନୂଆଗଡ ବ୍ଲକକୁ କେରଳରୁ ୩୮ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସ୍ବତନ୍ତ ଟ୍ରେନ ଯୋଗେ ସୋମବାର ଜଗନ୍ନାଥପୁର ଷ୍ଟେସନରେ...

Advertisement

BGU

Archives

Model This Week

Why Dharitri