Posted inଖେଳ

ଦୂତୀଙ୍କୁ ଏ ବର୍ଷ ମିଳିବ ନାହିଁ ଅର୍ଜୁନ ସମ୍ମାନ

ନୂଆଦିଲ୍ଲୀ,୨୪।୭- ଷ୍ଟାର ସ୍ପିଣ୍ଟର ଦୂତୀ ଚାନ୍ଦ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ଅଧିକାରୀ ହୋଇପାରିବେ ନାହିଁ। ତାଙ୍କ ବ୍ୟତୀତ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ମନଜିତ ସିଂ ମଧ୍ୟ ଏହି ସମ୍ମାନ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ନିୟମ ଅନୁଯାୟୀ ଏକ କ୍ରୀଡ଼ା ସଂଘଠନ ଅର୍ଜୁନ ପୁରସ୍କାର ପାଇଁ କେବଳ ୩ ଜଣ ଆଥ୍‌ଲେଟଙ୍କ ନାମ ସୁପାରିସ କରିପାରିବ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ମୋଟ ଉପରେ ୫ ଜଣଙ୍କ ନାମ ପ୍ରସ୍ତାବ ଦିଆଯାଇଛି। ଦୂତୀ ଓ ମନଜିତଙ୍କ ବ୍ୟତୀତ ତାଲିକାରେ ଶଟ୍‌ପୁଟର ତେଜିନ୍ଦର ପାଲ ସିଂ ତୁର, ହେପ୍ଟାଥଲେଟ୍‌ ସ୍ବପ୍ନା ବର୍ମନ ଓ ଟ୍ରିପଲ ଜମ୍ପର ଅର୍ପିନ୍ଦର ସିଂ ସ୍ଥାନ ପାଇଛନ୍ତି। ଏହି ଆଥ୍‌ଲେଟଙ୍କ ନାମ ପ୍ରସ୍ତାବ ଦିଆଯିବା ପୂର୍ବରୁ ଫେଡେରେଶନ ପକ୍ଷରୁ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଆଥ୍‌ଲେଟଙ୍କ ପ୍ରଦର୍ଶନକୁ ଭିତ୍ତି କରି ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଏ। ଏହି ତାଲିକାରେ ମନ୍‌ଜିତ ୪ର୍ଥ ସ୍ଥାନରେ ଥିବାବେଳେ ଦୂତୀ ୫ମରେ ରହିଛନ୍ତି। ଏଣୁ ଟପ୍‌ ୩ରେ ଥିବା ତୁର, ବର୍ମନ ଓ ଅର୍ପିନ୍ଦରଙ୍କ ନାମ ମନୋନୀତ କରାଯାଇଛି। ଓଡ଼ିଆ ଧାବିକା ଏସିଆନ ଗେମ୍ସରେ ୧୦୦ ମି. ଓ ୨୦୦ମି. ଦୌଡ଼ରେ ଡବଲ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୌଣସି ପଦକ ହାତେଇ ପାରି ନ ଥିଲେ। ଏଥିଯୋଗୁ ଅର୍ଜୁନ ସମ୍ମାନ ଲାଗି ତାଙ୍କ ଦାବି ଦୁର୍ବଳ ହୋଇଥିଲା। ତେବେ ଦୂତୀଙ୍କ ନାମକୁ ଓଡ଼ିଶା ସରକାର ପକ୍ଷରୁ ପଠାଯାଇଥିଲା। ମାତ୍ର କୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ ତାରିଖର ଏକ ମାସ ପରେ ପ୍ରସ୍ତାବ ଦିଆଯାଇଥିବାରୁ ତାହା ଖାରଜ ହୋଇଥିଲା। ଉଲ୍ଲେଖଥାଉ କି, କ୍ରୀଡ଼ା ମନ୍ତ୍ରଣାଳୟ ଏବେ ଖେଳରତ୍ନ ଓ ଅର୍ଜୁନ ସମ୍ମାନ ଲାଗି ଯୋଗ୍ୟ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରୁଛି। ମନୋନୀତ ନାମଗୁଡ଼ିକ ପରେ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁଙ୍କ ମଞ୍ଜୁରୀ ପାଇଁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଦିନିକିଆ: ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ

ଢାକା, ୨୪।୫: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ୩୩ ରନରେ ବିଜୟ ହାସଲ...

୧୩୭ରେ ଅଟକିଲା ପାକିସ୍ତାନ, ଭାରତର ବ୍ୟାଟିଂ ଜାରି

ଢାକା,୭।୧୦: ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ମହିଳା ଏସିଆ କପ୍‌ ଟି-୨୦ ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଅଧିନାୟକ ବିସ୍‌ମାହ ମୋରୋଫ ଟସ୍‌ ଜିତି ବ୍ୟାଟିଂ...

ସିରିଜ୍‌ ପୋଛିଲା ଇଂଲଣ୍ଡ

ଲିଡ୍ସ,୨୦।୫- ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୫ମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୫୪ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ଏକମାତ୍ର...

ଅନ୍ତିମ ଟେଷ୍ଟରେ ସ୍ମିଥ୍‌ ଅଧିନାୟକ

ଅହମଦାବାଦ,୬ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ରହିବା...

ଅନ୍ତିମ ଦିନିକିଆରେ ଭାରତର ଦମ୍‌ଦାର ଆରମ୍ଭ

ଇନ୍ଦୋର,୨୪ା୧: ଇନ୍ଦୋରର ହୋଲ୍‌କର କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି...

ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ

ରାଜକୋଟ,୧୩।୩ (ପି.ଟି.): ଦେଶର ସର୍ବବୃହତ୍‌ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ...

ପାକିସ୍ତାନ ଟି୨୦ ଦଳକୁ ଫେରିଲେ ମଲିକ, ହାଫିଜ

କରାଚୀ,୧୭।୧(ପି.ଟି.)- ଆସନ୍ତା ୨୪ ତାରିଖରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଗୁରୁବାର ୧୫ ଜଣିଆ ପାକିସ୍ତାନ ଦଳ...

ଟେଷ୍ଟ ପରେ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ଝଟ୍‌କା, ବଦଳିଲେ…

ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି। ମାର୍ଚ୍ଚ ୧୭ରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ...

Advertisement
Archives

Model This Week