ଦୁର୍ଦ୍ଦିନରେ ୪୦ବୁଣାକାର ପରିବାର

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ମହରାପଡାରେ ବାସ କରନ୍ତି ୪୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର। ଲୁଗା ବୁଣି ସେମାନେ କାହିଁ କେଉଁ କାଳରୁ ନାନା ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଥିଲେ। ଏବେ କରୋନା ସେମାନଙ୍କ ପାଇଁ ଆଣିଛି ଦୁର୍ଦ୍ଦିନ। ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ସାରା ଦେଶରେ ଲକ୍‌ଡାଉନ ଜାରି ହୋଇଛି। ଏଥିଯୋଗୁ କଞ୍ଚାମାଲ ସଂଗ୍ରହ ଓ ବିକ୍ରି ନେଇ ସେହି ବୁଣାକାରମାନେ ଅସୁବିଧାରେ ପଡିଯାଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଦୁଇଓଳି ଖାଦ୍ୟ ସଂଗ୍ରହ ସେମାନଙ୍କ ପାଇଁ କାଠିକର ପାଠ ହୋଇ ଯାଇଛି। ବିଭିନ୍ନ ବର୍ଗ ଓ ସମାଜର ଦରିଦ୍ର ଶ୍ରେଣୀର ଲୋକଙ୍କୁ ସରକାର କରୋନା ସହାୟତା ଯୋଗାଇ ଦେଉଥିବା ବେଳେ ଅଦ୍ୟାବଧି ସେମାନଙ୍କୁ କିଛି ମିଳିନାହିଁ। ବୁଣାକାର ବିଶ୍ୱନାଥ ମହରାଙ୍କ କହିବା ଅନୁସାରେ ସେମାନଙ୍କର ଜମିବାଡି ବୋଲି କିଛି ନାହିଁ। ବଜାରରୁ ସୂତା କିଣି ଆଣିଲା ପରେ ପରିବାରର ସମସ୍ତେ ମିଶି ଲୁଗା ବୁଣିଥାଉ। ସପ୍ତାହକୁ ଅତିବେଶିରେ ସମ୍ବଲପୁରୀ ଓ କୁଲୀ ଶାଢି ୨ଟି ଶାଢୀ ବୁଣିଥାଉ। ଏଥିସହିତ ଗାମୁଛା ଓ କପଡା ପ୍ରସ୍ତୁତ କରିଥାଉ। ସ୍ଥାନୀୟ ସାପ୍ତାହିକ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରିଥାଉ। ହେଲେ ଲକ୍‌ଡାଉନ ପରେ ଦୋକାନ ବଜାର ବନ୍ଦ ରହିଥିବାରୁ ବୁଣିଥିବା ସାମଗ୍ରୀ ଘରେ ପଡି ରହିଛି। ସୂତା ଓ ଅନ୍ୟାନ୍ୟ କଞ୍ଚାମାଲ ସଂଗ୍ରହ ବି ସମ୍ଭବ ହେଉନାହିଁ। ଏହି ପରିସ୍ଥିତିରେ ଏବେ ଆମେ କିପରି ବଞ୍ଚିବୁ ବୋଲି ସେ କହିଛନ୍ତି। ଅନ୍ୟ ଶ୍ରମଜୀବୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଥିବାବେଳେ ସ୍ବଳ୍ପ ଆୟ କରି ବଞ୍ଚୁଥିବା ବୁଣାକାରମାନଙ୍କୁ ସହାୟତା ଯୋଗାଇଦେବାକୁ ବିଶ୍ୱନାଥ ମହରା, ସଞ୍ଜୟ ମହରା, ଅନିରୁଦ୍ଧ ମହରା, ଦୈତାରୀ ମହରା, ମାନସ ମହରା, ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ମିଲର୍ସଙ୍କ ମାଡ଼

ସମ୍ବଲପୁର,୧୩ା୧୨(ବ୍ୟୁରୋ): ଧାନ କଟନୀଛଟନୀକୁ ବିରୋଧ କରିବାରୁ ଟାମ୍ପରକେଲା (ଅଇଁଲାମାଲ) ଗ୍ରାମର ଚାଷୀ ବିଭୂତି ପ୍ରଧାନଙ୍କୁ ଜଣେ ମିଲର୍ସ ଶନିବାର ମାଡ଼ ମାରିଛନ୍ତି। ଏନେଇ ବିଭୂତି ସମ୍ବଲପୁର...

ଜଳିଗଲା ୬ ବଖରା : ୨ ଗାଈ, ୭ ଛେଳି ଜୀବନ୍ତ ଦଗ୍ଧ

ସିଂହପୁର,୧୩।୨(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରୀ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ପ୍ରକାଶ...

ଏକ ଟଙ୍କାରେ ମିଳିବ ଗୋଟିଏ ଚାରା

ବ୍ରହ୍ମପୁର ଅଫିସ୍‌,୪ା୭-ବ୍ରହ୍ମପୁର ବନଖଣ୍ଡ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଚାରା ବିକ୍ରୟ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା...

ନିରକ୍ଷର ୩୦ ପିଲା ପାଠ ପଢ଼ିବେ

ନୟାଗଡ଼ ଅଫିସ,୬ା୨:ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ବାଣ୍ଠପୁର ପଞ୍ଚାୟତ ନାଣ୍ଡିଗିରି ଗଁାର ୩୦ ଅପାଠୁଆ ପିଲା ପାଠ ପଢ଼ିବାକୁ ଯାଉଛନ୍ତି। ନୟାଗଡ଼ ବ୍ଳକ ପାଣିପୋଇଲାସ୍ଥିତ ମଦର...

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ...

ଛାତ୍ରଙ୍କ କଟାମୁଣ୍ଡ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ

ପିପିଲି,୧୦ା୩(ଡି.ଏନ୍‌.ଏ.): ରାଜରାସ୍ତାରେ କଟାମୁଣ୍ଡ ରଖି ଗ୍ରାମବାସୀ ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ୍‌ ନିକଟରେ ରାସ୍ତାରୋକୋ କରିଛନ୍ତି। ଜଣେ ଦଶମ...

କୁଡ଼ାସାହି ଗ୍ରାମରେ ଡକାୟତି: ମାଡ଼ମାରି ଲୁଟିନେଲେ ଗହଣା, ଟଙ୍କା

ବଲାଙ୍ଗୀର ଅଫିସ,୨୪।୧: ବଲାଙ୍ଗୀର ଜିଲା କୁଡ଼ାସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ରାତିରେ ଗ୍ରାମର ଉଜ୍ଜ୍ୱଳ ସାହୁଙ୍କ ଘର ଆଗରେ ଏକ ବୋଲେରୋ...

ଡକାୟତି ଉଦ୍ୟମ ପଣ୍ଡ: ୭ ଡକାୟତ ଜେଲ ଗଲେ

ରଣପୁର,୨୧ା୯(ସ୍ବ.ପ୍ର.): ରଣପୁର ଥାନା ପୋଲିସ ଅସୁରକୁମାରୀ ଚଟେଇପଡାରୁ ୭ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ...

Advertisement
Archives

Model This Week