ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଖଜୁରିପଡା,୨୯ା୬(ଡି.ଏନ୍‌.ଏ.): ଖଜୁରିପଡା ବ୍ଲକ ଢାଡମେରୁ ଗ୍ରାମଛକ ୧୫୭ନଂ. ଜାତୀୟ ରାଜପଥ ନିକଟରେ ଶନିବାର ସକାଳେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଡ୍ରୁକୁମ୍ପା ଉପରସାହିର ଶଙ୍କର ବେହେରା (୬୨)। ଶନିବାର ଭୋରରେ ଶଙ୍କର ଛେଳି ଖୋଜିବାକୁ ଯାଇଥିବାବେଳେ କୌଣସି ଏକ ଗାଡି ତାଙ୍କ ଉପରେ ଚଢି ଚାଲିଯାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ। ଫଳରେ ଫୁଲବାଣୀ-ବୌଦ୍ଦକୁ ଗାଡି ଚଳାଚଳ ଠପ୍‌ ହୋଇଯାଇଥିଲା। ସଦର ଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା। ନଂ.୫୫ା୧୯ରେ ମାମଲା ରୁଜୁକରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତହସିଲଦାର ମନୋଜ କୁମାର ପାଢୀଙ୍କ ନିର୍ଦ୍ଦେଶରେ ସୁଡ୍ରୁକୁମ୍ପା ଆର୍‌ଆଇ ସୁନିଲ କୁମାର ଦିଗାଲ ମୃତକଙ୍କ ପରିବାରକୁ ଭେଟି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ଖମାରୀ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ: ଆରମ୍ଭରୁ ହଟ୍ଟଗୋଳ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଧାନସଭା ମେସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀମାନେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି। ବିରୋଧୀ ଭାଜପା ଓ...

ଆଜିଠାରୁ ୧୮ରୁ ୪୪ଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍‌ ପାଇଁ...

ଆଜିଠୁ ଖସିବ ପାରଦ

ଭୁବନେଶ୍ୱର,୫।୨(ବ୍ୟୁରୋ): ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ...

ବସ୍ତିରୁ ବଢୁଛି ସଂଖ୍ୟା, ଚିନ୍ତାରେ ବିଏମ୍‌ସି

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୫ଦିନ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ଉପରେ ଥିବାବେଳେ ଦୁଇଥର...

୨୦୨୨ ସୁଦ୍ଧା ୨୧୨ ପଞ୍ଚାୟତରେ ପାର୍କ

ଢେଙ୍କାନାଳ ଅଫିସ, ୨୨ ।୩ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ଏବଂ...

ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ...

କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ୩ ଜଣଙ୍କ ନେଲା ଜୀବନ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ଜିଲାରେ ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କେନ୍ଦ୍ର ଦେଉନି ଅର୍ଥ

ଭଞ୍ଜନଗର,୧୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଆସିବା ପରଠୁ ବେକାରଙ୍କୁ ଆତ୍ମନିଯୁକ୍ତି ଯୋଗାଇବାରେ ପ୍ରମୁଖ ଯୋଜନା ପାଲଟିଛି । ଏହାଦ୍ୱାରା...

Advertisement
Archives

Model This Week