Advertisement

ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଡାକ୍ତରଖାନାରେ ମୃତ୍ୟୁ

ଯୋଡ଼ା,୧୬।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଅଁଶେଇକଳା ଗ୍ରାମର ଲବ ମହାକୁଡ଼ ବାଇକ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି ।
ସୂଚନାନୁଯାୟୀ, ଲବ ଗୁରୁବାର ସନ୍ଧ୍ୟାରେ ଝାଡଖଣ୍ଡ ରାଜ୍ୟର ସିଆଳିଯୋଡ଼ା ରାମପୁର ଅଞ୍ଚଳକୁ ଭଉଣୀ ଘରକୁ ଯାଉଥିବା ବେଳେ ଅଁଶେଇକଳା-ପୁରୁଷୋତ୍ତମପୁର ରାସ୍ତାରେ ତାଙ୍କ ବାଇକ୍‌ ( ଓଡି୧୪ ଆର୍‌ ୮୦୧୩) ଭାରସାମ୍ୟ ହରାଇ ଏକ ଜାମୁ ଗଛରେ ପିଟି ହୋଇଯାଇଥିଲା । ଫଳରେ ଲବ ଗୁରୁତର ହୋଇଥିଲେ । ତାଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସିଆର୍‌ପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୯।୧୦:ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ସୁବର୍ଣ୍ଣପୁର ସହର ମଝିପଡ଼ାର ପ୍ରତାପ କୁମାର ନାଏକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମାଆଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରତାପ ନିଜ ଘରକୁ ଫେରୁଥିଲେ।...

ଆମ ସ୍କୁଲ ଆମକୁ ଫେରେଇଦିଅ

ମହାକାଳପଡ଼ା,୨୩ା୮(ଡି.ଏନ.ଏ.):କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ସର୍ବପୁରାତନ ଗୟାଶପୁର ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଉପସ୍ଥାନ ସଂଖ୍ୟା ୪୦ରୁ କମ। ଏଥିପାଇଁ ଶିକ୍ଷା...

ଫେରୀଘାଟକୁ ନେଇ ବିବାଦ : ଯାତ୍ରୀ ନେବାକୁ ୨ ନିଲାମଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା

କୁଜଙ୍ଗ,୨୪ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଦେଇ ପ୍ରବାହିତ ପାଇକା ନଦୀରେ ଫେରୀଘାଟ ପରିଚାଳନାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ଉଭୟ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା...

ପନ୍ଦାଡୋ ପଞ୍ଚାୟତରେ ସଚେତନତା

ହାଟଡିହୀ, ୨୪। ୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତରେ କରୋନା ମୁକାବିଲା ଲାଗି ସରପଞ୍ଚ ଅନିରୁଦ୍ଧ ବେହେରା ଓ ଜିଆରଏସ ପଙ୍କଜ ତ୍ରିପାଠୀ...

୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍‌ ପାଇଁ ଘୋଷଣା

ଚାନ୍ଦବାଲି,୩ା୯(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍‌...

କେନାଲରେ ଭାସୁଥିବା ମୃତ ମହିଳାଙ୍କ ମିଳିଲା ପରିଚୟ

କୋକସରା,୩୦।୯(ଡି.ଏନ.ଏ): ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା। ଶୁକ୍ରବାର ମୃତ ମହିଳାଙ୍କ ପରିଚୟ ମିଳିଛି। ମହିଳା ଜଣକ ହେଉଛନ୍ତି ଜୟପାଟଣା ବ୍ଲକ...

ଅପରାହ୍ନ ୨ଟା ପରେ ଓ୍ବେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ ଛାତ୍ରୀଛାତ୍ର, କିଭଳି ଜାଣନ୍ତୁ…

କଟକ ଅଫିସ,୬।୭: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଦିନ ଦୁଇଟା ପରେ ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ ।...

ଷଡ଼ଙ୍ଗୀ ରେଞ୍ଜରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୩।୧୦: ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜ ଗନ୍ଦିଆରେ ଏକ ୭ ବର୍ଷିଆ ହାତୀର ମୃତ୍ୟୁ ଘଟିଛି। ହାତୀଟି ସେଫ୍ଟିସେମିଆ ରୋଗରେ ପୀଡିତ ଥିଲା ବୋଲି...

Advertisement
Archives

Model This Week