ଦୁର୍ଘଟଣାଗ୍ରସ୍ତ ଆହତ ବସ୍‌ଯାତ୍ରୀଙ୍କୁ ହସ୍ପିଟାଲରେ ଭେଟିଲେ ଜିଲାପାଳ

ଦିଗପହଣ୍ଡି,(ଡିଏନ୍‌ଏ)/ପାଟପୁର,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ମାରୁତି ଶ୍ରୀ ସାଇ ନାମକ ଯାତ୍ରୀବାହୀ ବସ୍‌ (ଓଆର୍‌ ୦୫- ଏ ବି ୩୫୩୦) ଓଲଟି ପଡିବାରୁ ଘଟଣାସ୍ଥଳରେ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାୟଗଡ଼ା ଜେ.କେ.ପୁରର ବିଦ୍ୟୁତ୍‌ ନାୟକ( ୪୦), ରେଙ୍ଗାଲି ଛକ ପୁଟ ବଗଡ ଗାଁର ଝୁନୁ ବେହେରା, କବିସୂର୍ଯ୍ୟ ନଗର ବାଲ୍ୟାସରା ଗାଁର କରିସ୍ମା ନାୟକ(୨୫), କରପଡ଼ା ଗାଁର ସୁବାସିନୀ ମହାରଣା(୫୦), ପୁରୁଷୋତ୍ତମପୁର କୁସାଳାପଲ୍ଲୀ ଗାଁର ରମେଶ ବେହେରା(୪୨)। ଅନ୍ୟ ଜଣେ ମୃତା ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ, ମୋହନା ଥାନା ଆଇଆଇସି ସୁଜିତ କୁମାର ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୫ ଆମ୍ବୁଲାନ୍ସ ସମେତ ମୋହନା, ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆହତଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ୩୫ରୁ ଊଦ୍ଧର୍‌ବ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ଅନୁଧ୍ୟାନ କରି ଫେରିଛନ୍ତି। ଦିଗପହଣ୍ଡି ବିଡ଼ିଓ ହଳଧର ଶବର, ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣା, ସାନଖେମୁଣ୍ଡି ତହସିଲଦାର ଅମିତ୍‌ କୁମାର ନାୟକ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇବାରେ ସହାୟତା କରିଥିଲେ।
ବୁଧବାର ଭୋର ପ୍ରାୟ ସାଢ଼େ ୩ଟାରେ ଦୁର୍ଘଟଣା ଘଟିଛି। ରାୟଗଡ଼ା ନିକଟ ଟିକିରି ଗାଁରୁ ବ୍ରହ୍ମପୁର ଭାୟା ଦିଗପହଣ୍ଡି ଦେଇ ଆସୁଥିବା ବସଟି ଭୋର ପ୍ରାୟ ୩ଟା ୧୫ରେ ଗଜପତି ଜିଲା ଲୁହାଗୁଡି ଛକରେ ପହଞ୍ଚିଥିଲା। ସେଠାରେ ବସ ରହିବା ପରେ ଡ୍ରାଇଭର, ବସ୍‌ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ ଯାତ୍ରୀ ଢାବାରେ ଚା ପିଇଥିଲେ। ଡ୍ରାଇଭର ତାଙ୍କ ଗାଡ଼ିର ବ୍ରେକ୍‌ଫେଲ ସମ୍ପର୍କରେ କ୍ଲିନରଙ୍କୁ ସୂଚନା ଦେଇଥିଲେ। ଧୀରେ ଧୀରେ ଗାଡ଼ି ଚଳାଇ ଦିଗପହଣ୍ଡି ଯାଇ ସେଠାରେ ଗାଡ଼ି ମରାମତି ପାଇଁ ନିଷ୍ପତ୍ତି ନେଇ ଗାଡ଼ି ନେଇଥିଲେ। ତପ୍ତପାଣି ଘାଟି ପାଳୁଖଳା ନିକଟରେ ଘନ କୁହୁଡ଼ି ଯୋଗୁ ଡ୍ରାଇଭରଙ୍କୁ ରାସ୍ତା ନ ଦିଶିବାରୁ ବସ୍‌ଟି ରାସ୍ତାକଡ଼ ଘାଟି ତଳକୁ ଓଲଟି ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?