ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁନି ତୁରନ୍ତ ସହାୟତା : ପ୍ରଚାର ଅଭାବରୁ ମିଳୁନାହାନ୍ତି ଗୁଡ୍‌ ସାମାରିଟାନ୍‌

ନୟାଗଡ଼ ଅଫିସ,୧୭।୧୧-ବିଭିନ୍ନ ସମୟରେ ଆଖିଆଗରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଥାନା ଓ କଚେରି ଭୟରେ ଆମେମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିପାରୁନାହୁଁ। ଫଳରେ ସେମାନଙ୍କର ପ୍ରାଣହାନି ଘଟୁଛି। ଏହାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ଦେଶରେ ଗୁଡ୍‌ ସାମାରିଟାନ୍‌ ପଲିସି ଲାଗୁ କରାଯାଇଛି। ୨୦୧୮ ଫେବୃୟାରୀଠାରୁ ଏହା ଓଡ଼ିଶାରେ ଲାଗୁ ହୋଇଛି । ଅନ୍ୟ ଜିଲାରେ ଗୁଡ୍‌ ସାମାରିଟାନ୍‌ ହୋଇ ବ୍ୟକ୍ତିମାନେ ପୁରସ୍କୃତ ହେଉଥିଲେ ମଧ୍ୟ ନୟାଗଡ଼ ଜିଲାରେ ଆଜି ପର୍ଯ୍ୟନ୍ତ କେହି ଏ ଦିଗରେ ପୁରସ୍କୃତ ହୋଇ ପାରିନାହାନ୍ତି। ଫଳରେ ଜିଲା ସଡ଼କ ସୁରକ୍ଷା କମିଟିର କାର୍ଯ୍ୟଦକ୍ଷତାଙ୍କୁ ନେଇ ପ୍ରଶ୍ନ ଉଠୁଛି।
ସାମାରିଟାନ୍‌ ପଲିସି ଅନୁଯାୟୀ, କୌଣସି ବ୍ୟକ୍ତି ନିଃସ୍ବାର୍ଥପରଭାବେ ଦୁର୍ଘଟଣାରେ ଆହତ ହୋଇ ପଡ଼ିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ଆଣି ଚିକିତ୍ସା କରାନ୍ତି ତାହା ହେଲେ ତାଙ୍କୁ ୨୦୦୦ ଟଙ୍କା ଦିଆଯାଇ ପୁରସ୍କୃତ କରାଯିବ। ସେହିଭଳି ଯଦି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଭଡ଼ାଗାଡ଼ିରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣିଥିବେ ତାହା ହେଲେ ତାଙ୍କୁ ଗାଡ଼ି ଭଡ଼ା ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ଗୁଡ୍‌ ସାମାରିଟାନ୍‌ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରମାଣପତ୍ର ଆଣି ଆରଟିଓ କାର୍ଯ୍ୟାଳୟରେ ଦାଖଲ କରିବେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ମାମଲାରେ କୋର୍ଟ, କଚେରିର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ହେଲେ ପ୍ରଚାର ପ୍ରସାର ଅଭାବରୁ ଅନେକେ ଏ ବିଷୟରେ ଅଜ୍ଞ। ଜିଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ଯେଉଁଭଳି ଭାବେ ଲୋକମାନଙ୍କୁ ସଚେତନତା ଓ ପ୍ରଚାର ପ୍ରସାର କରାଇବା କଥା ସେହିଭଳି ହୋଇପାରୁନାହିଁ। କମିଟି ଜିଲା ମୁଖ୍ୟ ଚିକିତ୍ସାଳୟର ଏକ କଣରେ ହୋର୍ଡିଂ ମାରି ତା’ର କାର୍ଯ୍ୟ ସାରି ଦେଇଥିବା ଦେଖିବାକୁ ମିଳିଛି।
ଯେ, ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୁଦ୍ଧି ପାଉଛି। ତାହା ସାଙ୍ଗକୁ ମୃତକ ଓ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୨୦୧୮ରେ ୨୧୧ଟି ସଡ଼କ ଦୁର୍ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ୨୦୧୯ ମସିହା ବର୍ତ୍ତମାନ ସୁଦ୍ଧା ୧୮୭ଟି ଦୁର୍ଘଟଣା ଘଟିଛି। ୨୦୧୮ରେ ୨୧୧ଟି ଦୁର୍ଘଟଣାରେ ୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୧ ଜଣ ଗୁରୁତର ହୋଇଛନ୍ତି। ସେହିଭଳି ୨୦୧୯ ମସିହା ବର୍ତ୍ତମାନ ସୁଦ୍ଧା ହୋଇଥିବା ୧୮୭ଟି ଦୁର୍ଘଟଣାରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୫ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ପରବର୍ତ୍ତୀ ୧ ଘଣ୍ଟା ସମୟ ଆହତ ବ୍ୟକ୍ତିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚତ୍ପାରନ୍ତି ତାହା ହେଲେ ତାଙ୍କ ଜୀବନ ରକ୍ଷା ପାଇଯାଏ। ତେଣୁ ଲୋକମାନେ ଗୁଡ୍‌ ସାମାରିଟାନ୍‌ ପାଇଁ ଆଗେଇ ଆସି ସାହାଯ୍ୟର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଉପଜିଲାପାଳ ତଥା ଦାୟିତ୍ୱରେ ଥିବା ଆରଟିଓ ଲଗ୍ନଜିତ ରାଉତଙ୍କୁ ପଚାରିବାରୁ ସେ କହନ୍ତି ଯେ ଆଗାମୀ ଦିନରେ ପୋଲିସ ବିଭାଗ ସହିତ ଆଲୋଚନା କରି ଏ ଦିଗରେ ଲୋକମାନଙ୍କୁ ସଚେତନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri