ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ ଦୁଇ ହେଭିଓ୍ବେଟ ଭାଜପାର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ଅନୁଗୋଳ ଲୋକଙ୍କ ସହ ମହେଶଙ୍କ ସିଧାସଳଖ ପରିଚୟ ଓ ଜିଲାରେ ଲୋକପ୍ରିୟତା ଥିବାବେଳେ ଢେଙ୍କାନାଳ ଭୋଟରଙ୍କ ସହ ସେତେ ପରିଚିତ ଚେହେରା ହୋଇ ନ ଥିବା ଆଲୋଚନା ଚାଲିଛି। ତେଣୁ ଢେଙ୍କାନାଳ ଲୋକଙ୍କ ଭୋଟ ହାତେଇବା ତାଙ୍କ ପାଇଁ କଷ୍ଟକର ହୋଇପାରେ ବୋଲି  ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।

୧୯୮୯ରେ ଅନୁଗୋଳ ଜିଲାର ଭଜମନ ବେହେରା ଏମ୍‌ପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୧୯୮୪ ଓ ୧୯୯୬ରେ ଅନୁଗୋଳର ଅଦ୍ୱୈତ ପ୍ରସାଦ ସିଂ ଏମ୍‌ପି ପ୍ରାର୍ଥୀ ହୋଇଥିଲେ ହେଁ କାମାକ୍ଷା ପ୍ରସାଦ ସିଂହଦେଓଙ୍କଠାରୁ ପରାସ୍ତ ହୋଇଥିଲେ। ୧୯୯୬ ପରଠାରୁ ଏହି ଆସନରୁ ଅନୁଗୋଳ ଅଞ୍ଚଳର କେହି ପ୍ରାର୍ଥୀ ହୋଇ ନ ଥିବାବେଳେ ଚଳିତ ଥର ଅନୁଗୋଳର ମହେଶ ଢେଙ୍କାନାଳ ଲୋକ ସଭା ଆସନରୁ ବିଜେଡି ଟିକେଟ ପାଇଛନ୍ତି। ୧୯୬୭ରୁ ନିର୍ବାଚନ ମଇଦାନରେ ଥିବା କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ଏବଂ  ଭାଜପାର ରୁଦ୍ର ନାରାୟଣ ପାଣିଙ୍କ ସହ ମହେଶଙ୍କ କଡା ଟକ୍କର ହେବ। ଏହି ଆସନ ପାଇଁ ଢେଙ୍କାନାଳର ମତଦାତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି।

ଅନୁଗୋଳର ତାଳଚେର ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ ମହେଶଙ୍କ ପରିଚିତି ରହିଛି। ଅନୁଗୋଳବାସୀ ମହେଶଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜାଣିଥିବାବେଳେ ଢେଙ୍କାନାଳ ଲୋକଙ୍କ ସହ ତାଙ୍କର ସେପରି ସମ୍ପର୍କ ନାହିଁ ବୋଲି କୁହାଯାଉଛି । ତେଣୁ ଢେଙ୍କାନାଳ ଭୋଟର ତାଙ୍କୁ କେତେ ଭରସା କରିବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରାର୍ଥୀଙ୍କୁ ଢେଙ୍କାନାଳ ଲୋକେ ପସନ୍ଦ କରୁଥିବା ଲୋକ ସଭା ଇତିହାସ କହୁଛି। ଏହା ମଧ୍ୟରେ ଭାଜପା ପ୍ରାର୍ଥୀ କରିଥିବା ରୁଦ୍ର ନାରାୟଣ ପାଣି ନିର୍ବାଚନର ବହୁ ପୂର୍ବରୁ ତାଙ୍କର ଉପସ୍ଥିତି ଜାହିର କରିଚାଲିଛନ୍ତି। ୫ ବର୍ଷ ପୂର୍ବରୁ ସେ ତୃଣମୂଳସ୍ତରରୁ ସଙ୍ଗଠନ ମଜଭୁତ କରିବା ଓ ବିଭିନ୍ନ ସଭାସମିତି କରି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛନ୍ତି। ତେଣୁ ତାଙ୍କର ସାଂସଦୀୟ କ୍ଷେତ୍ରରେ ବେଶ୍‌ ପ୍ରଭାବ ଥିବ ସାଧାରଣରେ ଆଲୋଚନା ହେଉଛି। ସେହିପରି ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଦୀର୍ଘ ୧୫ ବର୍ଷ ବ୍ୟବଧାନରେ ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି। ଦୁଇ ଜଣ ପୁରଖା ନେତା ମଇଦାନରେ ଥିବା ବେଳେ ମହେଶ ସେଠାରେ କିପରି ନିଜର ଉପସ୍ଥିତି ଜାହିର କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଢେଙ୍କାନାଳ ଲୋକ ସଭାରେ ୧୪ ଥର ସ୍ଥାନୀୟ ଅଞ୍ଚଳର ନେତା ନିର୍ବାଚିତ ହୋଇଥିବାବେଳେ ଥରେ ମାତ୍ର ଅନୁଗୋଳର ଭଜମନ ବେହେରା ବିଜୟ ମୁକୁଟ ପିନ୍ଧିଥିଲେ। ୨୦୧୪ରେ ଢେଙ୍କାନାଳ ଏମ୍‌ପି ତଥାଗତ ସତପଥୀ ବିଜେଡି ଟିକେଟରେ ଲଢି ୧ ଲକ୍ଷ ୩୭ ହଜାର ୩୩୪ ଖଣ୍ଡ ଭୋଟରେ ରୁଦ୍ର ନାରାୟଣ ପାଣିଙ୍କୁ ପରାସ୍ତ କରିଥିଲେ। ଚଳିତଥର ସତପଥୀ ନିର୍ବାଚନଠାରୁ ଦୂରେଇ ଯିବା ପରେ ଶେଷ ପର୍ଯ୍ୟାୟରେ ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ, ସମସ୍ତ କୁଳପତିଙ୍କୁ ଚିଠି ଲେଖି…

ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri