ଦୁଇ ବାଇକ୍‌ ମୁହାଁମୁହିଁ: ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଉମରକୋଟ, ୧୨।୯(ଡି.ଏନ୍‌.ଏ.)- ଉମରକୋଟ ବ୍ଲକ କାରଗା ନିକଟରେ ବୁଧବାର ରାତିରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ଏଥିରେ ଗୁରୁତର ଅଛନ୍ତି। ମୃତକ ହେଲେ ଫୁକାଗୁଡ଼ା ଗ୍ରାମର କୈଳାସ ମାଝି। ସେହିଭଳି ଗୁରୁତର ସିଂସାରୀ ଗ୍ରାମର ରଣବିଜୟ ଶର୍ମାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଫୁକାଗୁଡ଼ ଗାଁର ଏକ ଛୋଟ ଛୁଆର ନାକରୁ ରକ୍ତ ପଡିବାରୁ କୈଳାସ ଓ ଅନ୍ୟଜଣେ ଉକ୍ତ ଶିଶୁକୁ ବାଇକ୍‌ ଯୋଗେ ଉମରକୋଟ ଡାକ୍ତରଖାନାକୁ ନେଉଥିଲେ। କାରଗା ନିକଟ ପୋଲ ପାଖରେ ବିପରୀତ ଦିଗରୁ ଆସୁଥିବା ରଣବିଜୟଙ୍କ ବାଇକ୍‌ ସହ କୈଳାସଙ୍କ ଗାଡି ଧକ୍କା ହୋଇଥିଲା। ଘଟଣାସ୍ଥଳରେ କୈଳାସ ପ୍ରାଣ ହରାଇଥିଲେ। ଏହାପରେ ରଣବିଜୟଙ୍କୁ ସ୍ଥାନୀୟ ଜିଲା ପରିଷଦ ରବି ଧଳଙ୍କ ସହାୟତାରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ରଣବିଜୟଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ପଠାଯାଇଛି। ସୀଙ୍ଗସାରି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଇକ୍‌ ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାନଗରରେ ଡକାୟତି: ୪୦ ଭରି ସୁନାଗହଣା, ଦେଢ଼ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳରେ କିଛିଦିନ ହେଲା ଘନଘନ ଚୋରି ଡକାୟତି ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି। ଶନିବାର ବିଳମ୍ବିତ...

ହାତୀନଦୀରେ ବନ୍ୟା: ଚାଷଜମି ଜଳମଗ୍ନ

ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୨ଟି ଗେଟ୍‌...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳା ମୃତ

ଟାଙ୍ଗୀ(ଖୋର୍ଦ୍ଧା)/ଚିଲିକା,୧୮।୧୦(ଡି.ଏନ.ଏ.):  ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ହରିପୁର ଗ୍ରାମପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମରେ ଗୁରୁବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳା ପ୍ରାଣ ହରାଇଛନ୍ତି।...

ଡାକ୍ତରଖାନାରେ ଦଲାଲି, ଔଷଧ ଦୋକାନୀ ଗିରଫ

ଆସିକା,୨୭ା୯(ଡି.ଏନ୍‌.ଏ.): ଆସିକା ସବଡିଭିଜିନାଲ୍‌ ହସପିଟାଲକୁ ଆସୁଥିବା ରୋଗୀଙ୍କୁ ଭୂଆଁ ବୁଲାଇ ନିଜ ଔଷଧ ଦୋକାନକୁ ନେଉଥିବା ଏବଂ ମନଇଛା ଔଷଧ ଦେଇ ଲୁଟୁଥିବା ଅଭିଯୋଗରେ ପୋଲିସ...

ପୋଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ୍‌

ବରଗଡ଼ ଅଫିସ,୨୬।୯: ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି, ଲୁଟ୍‌ ଭଳି ଅନେକ ଅପରାଧରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଲାଙ୍ଗୀର ସଦର ଥାନା ଡୁଡୁକାସିରା ନିବାସୀ ଅମିତ୍‌...

୧୧ କେଭି ଲାଇନ୍‌ରୁ ଶିକାର ପାଇଁ ଟାଣିଥିଲେ ତାର, ଦୁଇ ଗିରଫ

କେନ୍ଦୁଝର/ବଡ଼ବିଲ,୩୧ା୧(ସ୍ବ.ପ୍ର.): କେନ୍ଦୁଝର ବନ ଡିଭିଜନ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବଳିତା ବିଟ୍‌ ଅଧିନସ୍ଥ ବିଲେଇପଦା ସେକ୍ସନରେ ଦୁଇଟି ବାରହା ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ...

କ୍ୟାନସର ପୀଡ଼ିତାଙ୍କୁ ସହଯୋଗର ହାତ, ଚିକିତ୍ସା ପାଇଁ ଗଲେ କଟକ

ଲୋଇସିଂହା,୩୦।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲୋଇସିଂହାର ମୁଖୀ ପଧାନ ା ସିକଲିନ, କ୍ୟାନସର ଓ ପଥରି ରୋଗରେ ପୀଡିତ ହୋଇ ସେ ଯନ୍ତ୍ରଣା ପାଉଥିଲେ ା ଅର୍ଥାଭାବ...

ଇଜିମାଇଲ ଜମି ଉପରେ ବିଜୁ ପକ୍କାଘର ନିର୍ମାଣ ଅଭିଯୋଗ:ତ୍ରୁଟିପୂର୍ଣ୍ଣ ପଟ୍ଟା ଦେଇ ସରକାରୀ ଅର୍ଥ ହଡ଼ପ

ରସୁଲପୁର,୧୩ା୧(ଡିଏନଏ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ବାସହୀନଙ୍କୁ ଗୃହ ଯୋଗାଇ ଦିଆଯାଉଛି। ତେବେ ଏ ନେଇ ରହିଥିବା...

Advertisement
Archives

Model This Week