ଦୁଇ ବାଇକ୍‌ ଧକ୍କା : ୨ ମୃତ

ଆସିକା,୨୨ା୩ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା କ୍ଷେତ୍ରୀୟବରପୁର-କୁଲାଙ୍ଗି ରାସ୍ତାର ପଳାସପଲ୍ଲୀ ନିକଟରେ ଶନିବାର ରାତି ପ୍ରାୟ ସାଢେ ୮ଟାରେ ୨ ବାଇକ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମୃତକମାନେ ହେଲେ ଚନ୍ଦନ ଭୂୟାଁ ଓ ପବିତ୍ର ଗୌଡ। ଗୁରୁତର ଆହତ ଶଙ୍କର ଗୌଡ ଓ ଜଗନ୍ନାଥ ଗୌଡ଼ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତାହତମାନେ ଗାଙ୍ଗପୁର ଥାନା ଅନ୍ତର୍ଗତ ଲୁଣିପଡ଼ା ଶାସନ ଗ୍ରାମର। ଦୁଇଟି ବାଇକ୍‌ରେ ଏମାନେ କୁଲାଙ୍ଗିରୁ ଲୁଣିପଡ଼ା ଫେରୁଥିବା ବେଳେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ା ସେଠାରେ ଚନ୍ଦନ ଓ ପବିତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରବିବାର ଭଞ୍ଜନଗର ଡାକ୍ତରଖାନାରେ ମୃତଦେହର ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ନଂ.୬୨/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ବି ପିଇବା ପାଣି ଚିନ୍ତା

ଦଶମନ୍ତପୁର,୨୮।୧୧(ଡି.ଏନ୍‌.ଏ.) ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଦୋଲଦୋଲା ଗ୍ରାମରେ ୨ ମାସ ହେବ ଗାଁ ଲୋକେ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗାଁରେ ୫୦...

ପାଟଣା ବ୍ଲକର ପ୍ରଥମ କରୋନା ଆକ୍ରାନ୍ତ ୧୮ ବର୍ଷର ଯୁବକ

ପାଟଣା,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା...

ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ...

ସାବିତ୍ରୀ ରଥ ହେଲେ ହାଇକୋର୍ଟର ନୂଆ ବିଚାରପତି

କଟକ ଅଫିସ,୯।୬: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ...

ଶ୍ରୀଜଗନ୍ନାଥ ମହାପ୍ରଭୁ କରୋନା ରିଲିଫ୍‌ ଫଣ୍ଡ

ପୁରୀ ଅଫିସ, ୩୧ା୩: କରୋନା ପାଇଁ ଏବେ ସବୁଠି ହାହା କାର। ଏହାର ମୁକାବିଲା ପାଇଁ ଦେଶକୁ ଲକ୍‌ଡାଉନ କରାଯାଇଛି। ଏଥିପାଇଁ ଜନସାଧାରଣଙ୍କ ଜୀବନ ଜୀବିକା...

ଗୁପ୍ତଧନ ଲାଗି ଚାଲିଥିଲା ତନ୍ତ୍ରପୂଜା: ମହିଳାଙ୍କ ସମେତ ୬ ଅଟକ, ବେଲପାହାଡ଼ ପୋଲିସର ପଚରାଉଚରା

ବେଲପାହାଡ଼,୬।୬(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ପୋଲିସ ଗୁପ୍ତଧନ ପାଇଁ ତନ୍ତ୍ରପୂଜା କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା...

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଖୁଡ଼ୀ ସହ ସମ୍ପର୍କରୁ କରାଯାଇଥିଲା ହତ୍ୟା

ଅନୁଗୋଳ ଅଫିସ, ୧୬।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ଙ୍କ ମୃତଦେହ ଗତ ୮ ତାରିଖରେ ସାକସିଂହା-ଘୁଞ୍ଚାପାଳ ରାସ୍ତା ପାର୍ଶ୍ୱରୁ...

ହୃଦ୍‌ଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ମିଳିବ ନିଯୁକ୍ତି

ବଅଁରପାଳ,୨।୧୦ (ଡି.ଏନ.ଏ.)-ନାଲ୍‌କୋ ସିପିପି ଅପରେଶନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...


Coronavirus Update

Archives

Model This Week

Why Dharitri