ଦୁଇ ଦେଶର ଲେଖକ

ଜୋସେଫ୍‌ ବ୍ରୋସ୍କି ଜଣେ କବି ଏବଂ ପ୍ରାବନ୍ଧିକ। ତାଙ୍କୁ ଜଣେ ଦୂରଦର୍ଶୀ ସ୍ରଷ୍ଟା ଭାବରେ ବିବେଚନା କରାଯାଇଥାଏ। ତେବେ କବି କିମ୍ବା ପ୍ରାବନ୍ଧିକ ମଧ୍ୟରେ ତାଙ୍କର ପରିଚୟ ସୀମିତ ନୁହେଁ। ସେ ଜଣେ ଉଚ୍ଚକୋଟୀର ନାଟ୍ୟକାର ମଧ୍ୟ। ସେ ମାତ୍ର ଦୁଇଗୋଟି ନାଟକ ରଚନା କରିଛନ୍ତି। ମାତ୍ର ଏହି ଦୁଇଗୋଟି ନାଟକ ହିଁ ତାଙ୍କ ସାରସ୍ବତ ଯାତ୍ରାପଥରେ ଦୁଇଟି ମାଇଲ୍‌ଖୁଣ୍ଟ ଭାବରେ ଶୋଭା ପାଉଛି। ସେ ଲେଖିଥିବା ନାଟକ ଦୁଇଟିର ଶୀର୍ଷକ ହେଉଛି ‘ମାର୍ବଲ’ ଏବଂ ‘ଡିମୋକ୍ରାସୀ’। ‘ମାର୍ବଲ୍‌’ ନାଟକରେ ଏକ ୟୁଟୋପିଆ ବା ସ୍ବର୍ଗଠୁ ବି ସୁନ୍ଦର ସାମ୍ରାଜ୍ୟର ପରିକଳ୍ପନା କରାଯାଇଥିବା ବେଳେ ‘ଡିମୋକ୍ରାସୀ’ରେ ରହିଛି ସାମ୍ପ୍ରତିକ ବିଶ୍ୱର ନିଟୋଳ ପ୍ରତିଛବି।
ଅଭାବ ଓ ସାମ୍ପ୍ରଦାୟିକତା : ଶୈଶବରେ ବ୍ରୋସ୍କି ଉଭୟ ଅଭାବ ଓ ସାମ୍ପ୍ରଦାୟିକତାର ଶିକାର ହୋଇଥିଲେ। ସେ ଇହୁଦୀ ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କୁ ସାମ୍ପ୍ରଦାୟିକ ଶକ୍ତି ସହିତ ସବୁବେଳେ ମୁକାବିଲା କରିବା ପାଇଁ ପଡ଼ିଥିଲା। ସେହିଭଳି ବ୍ରୋସ୍କିଙ୍କ ପିଲାବେଳ ଦାରିଦ୍ର୍ୟ ମଧ୍ୟରେ ଅତିବାହିତ ହୋଇଥିଲା। ଜଣେ ଫଟୋଗ୍ରାଫର ଭାବରେ କାମ କରୁଥିବା ବାପା ଆଲେକ୍‌ଜାଣ୍ଡରଙ୍କ ରୋଜଗାର ଯଥେଷ୍ଟ ନ ଥିଲା ପରିବାର ଚଳେଇବା ପାଇଁ। ବହୁ ସମୟରେ ସେମାନଙ୍କୁ ଖାଲି ପେଟରେ ରହିବାକୁ ପଡୁଥିଲା।
ମେଶିନ୍‌ ଅପରେଟର: ଛାତ୍ରାବସ୍ଥାରୁ ରୋଜଗାର କରି ପରିବାର ଚଳେଇବା ସହିତ ନିଜକୁ ସ୍ବାବଲମ୍ବୀ କରିଥିଲେ ବ୍ରୋସ୍କି। ମାତ୍ର ପନ୍ଦରବର୍ଷ ବୟସରେ ସେ ପାଠ ପଢ଼ା ଛାଡ଼ିଲେ ଏବଂ ଏକ ମିଲ୍‌ରେ ଅପରେଟର ଭାବରେ କାମ କଲେ। ତେବେ ଏତିକିବେଳେ ତାଙ୍କୁ ଏକ ରଚନାତ୍ମକ ପ୍ରକଳ୍ପ ମିଳିଗଲା। ଏଥିରେ ତାଙ୍କୁ ପ୍ରଚୁର ଲେଖାଲେଖି କରିବାକୁ ପଡ଼ିଲା। ଆଉ ସେଥିପାଇଁ ସେ ବିଭିନ୍ନ ଭାଷା ଶିଖିଲେ। ବିଭିନ୍ନ ଭାଷାର ପୁସ୍ତକ ସବୁକୁ ଅନୁବାଦ କଲେ। ଏହି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସେ ଇଂରାଜୀ ଭାଷାର ବ୍ୟାକରଣ ଶିଖିଲେ। ତେଣୁ ତାଙ୍କର ପ୍ରତ୍ୟକ୍ଷ ସାହିତ୍ୟ ସହିତ ସମ୍ପର୍କ ରହିଲା। ସେ ଧୀରେଧୀରେ ପୁରାଣ, ଇତିହାସ, ଦର୍ଶନ, କିମ୍ବଦନ୍ତି ପଢ଼ିଲେ। ଏହା ତାଙ୍କ ଭିତରର ସାହିତି୍ୟକ ଉଦ୍ଦୀପନାକୁ ବୃଦ୍ଧିକଲା। ସେ ମଧ୍ୟ ଚେତନା ଅନୁପ୍ରାଣୀତ ହୋଇ କବିତା ଲେଖିବା ଆରମ୍ଭ କରିଦେଲେ।
ଛଦ୍ମ ନାମରେ କବିତା : କବିତା ଲେଖିଲେ ସତ। ମାତ୍ର କବିତା ପ୍ରକାଶ କରିବା ପାଇଁ ତାଙ୍କ ଲାଗି ଏତେ ସହଜ ନ ଥିଲା। କାରଣ ସେ ଯେଉଁ ପ୍ରୋଜେକ୍ଟରେ କାମ କରୁଥିଲେ ସେଥିରେ ଏକ ନିୟମ ଥିଲା ଯେ, ଅନୁବାଦକ ଜଣେ ମୌଳିକ ଲେଖକ ହୋଇ ନ ଥିବ। ଏହା ପଛରେ ବି କାରଣ ଥିଲା। ସେତେବେଳେ ଅତିବେଶି ଅନୁବାଦକ ମିଳୁ ନ ଥିଲେ। ଆଉ ଯେଉଁମାନେ ମିଳୁଥିଲେ ସେମାନେ ମୌଳିକ ରଚନା ଲେଖି ଅନୁବାଦ କାମ ଛାଡ଼ିଦିଅନ୍ତୁ ବୋଲି କେହି ଚାହୁଁ ନ ଥିଲେ। ମାତ୍ର ବ୍ରୋସ୍କି ମଧ୍ୟ ନିଜ ଭିତରର ସାହିତ୍ୟ ସତ୍ତାକୁ ହତ୍ୟା କରିବାକୁ ଚାହୁଁ ନ ଥିଲେ। ସେ ଭାବିଲେ ଏମିତି ଗୋଟିଏ କାମ କରିବେ ଯଦ୍ଦ୍ବାରା ତାଙ୍କୁ ଅର୍ଥ ମିଳିବ। ଆଉ ସେ ଲେଖୁଥିବା କବିତା ମଧ୍ୟ ପ୍ରକାଶିତ ହୋଇପାରିବ। ସେଥିଲାଗି ସେ ଛଦ୍ମ ନାମରେ କବିତା ପ୍ରକାଶ କଲେ।
ମାରିଆ ଓ ବ୍ରୋସ୍କି : ବ୍ରୋସ୍କିଙ୍କ ଜୀବନରେ ମାରିଆ ବାସ୍ମାନୋଭ୍‌ ନାମ୍ନୀ ଜନୈକା ତରୁଣୀଙ୍କର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ମାରିଆ ଥିଲେ ଜଣେ ଚିତ୍ରକର। ପୁଣି ସେ ବ୍ରୋସ୍କିଙ୍କ ସାହିତ୍ୟ କର୍ମର ଥିଲେ ଜଣେ ଅନୁରାଗିଣୀ। ଚିତ୍ର ଓ ସାହିତ୍ୟରୁ ସାକ୍ଷାତ ତଥା ସମ୍ପର୍କ। ପ୍ରଥମ ଦେଖାରୁ ହିଁ ମାରିଆଙ୍କୁ ଭଲପାଇ ବସିଥିଲେ ବ୍ରୋସ୍କି। ତେବେ ଏହା ଥିଲା ଏକତରଫା ପ୍ରେମ, ଯାହାକୁ ନେଇ ପରେ ଖୁବ୍‌ ଅନୁତପ୍ତ ହୋଇଥିଲେ ବ୍ରୋସ୍କି। କାରଣ ମାରିଆ ଥିଲେ ବ୍ରୋସ୍କିଙ୍କର ପ୍ରିୟ ବନ୍ଧୁ କବି ଡିମିଟ୍ରିଙ୍କର ବାଗ୍‌ଦତ୍ତା। ଆଉ ବେଶି ବାଟ ଆଗେଇ ପାରି ନ ଥିଲେ ବ୍ରୋସ୍କି। ତଥାପି ସେ ଶେଷ ସମୟ ପର୍ଯ୍ୟନ୍ତ ମାରିଆଙ୍କୁ ହିଁ ଭଲ ପାଉଥିଲେ।
ଦୁଇଦେଶର ସାହିତି୍ୟକ : ଦୁଇଦେଶର ସାହିତି୍ୟକ ବୋଲି କୁହାଯାଏ ବ୍ରୋସ୍କିଙ୍କୁ। ଉଭୟ ଆମେରିକା ଏବଂ ଋଷ୍‌ର ପାଠକମାନେ ତାଙ୍କୁ ନିଜ ନିଜ ଦେଶର ସ୍ରଷ୍ଟା ଭାବରେ ମାନ୍ୟତା ଦେଇଥାନ୍ତି। ଏହାର କାରଣ ହେଉଛି ରୁଷ୍‌ ହେଉଛି ତାଙ୍କର ଜନ୍ମ ସ୍ଥାନ। ପୁଣି ଆମେରିକାରେ ହିଁ ସେ ନିଜର ସାରସ୍ବତ ବ୍ୟକ୍ତିତ୍ୱର ଲାଳନପାଳନ କରିଥିଲେ। ସେ ଋଷ ଛାଡ଼ି ଆମେରିକା ଚାଲି ଯାଇଥିଲେ ଏଇଥିପାଇଁ ଯେ, ସୋଭିଏଟ୍‌ ୟୁନିୟନ୍‌ ତାଙ୍କୁ ନିର୍ବାସନ ଦେଇଥିଲା। ଏହି ଘଡ଼ିସନ୍ଧି କାଳରେ ଆମେରିକୀୟ ସାହିତି୍ୟକ ବନ୍ଧୁମାନେ ତାଙ୍କୁ ହାତ ବଢ଼େଇ କୋଳେଇ ନେଇଥିଲେ। ୧୯୮୭ରେ ବ୍ରୋସ୍କି ସାହିତ୍ୟ ପାଇଁ ପାଇଥିଲେ ନୋବେଲ ପୁରସ୍କାର। ୧୯୯୬ ଜାନୁୟାରୀ ୨୮ ତାରିଖରେ ତାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri